ହ୍ବାଟ୍ସଆପରେ ଚାଟ୍ କରିବେ କିନ୍ତୁ କେହି ବି ଦେଖିପାରିବେନି ଆପଣଙ୍କ ଫୋନ୍ ନମ୍ବର, ଆସିଲା ନୂଆ ପ୍ରାଇଭେସୀ ଫିଚର

ହ୍ବାଟ୍ସଆପ୍ ନିଜର ଆଣ୍ଡ୍ରଏଡ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ଫୋନ୍ ନମ୍ବର ପ୍ରାଇଭେସୀ ନାମରେ ଏକ ଫିଚର ଆରମ୍ଭ କରିବାକୁ ଯାଉଛି ।

ହ୍ବାଟ୍ସଆପରେ ଏମିତି ତ ଅନେକ ପ୍ରାଇଭେସୀ ଫିଚର ଦିଆଯାଇଛି, କିନ୍ତୁ ଏବେ ଆପରେ ଏକ ନୂଆ ଫିଚର ଯୋଡି ହେବାକୁ ଯାଉଛି । ହ୍ବାଟ୍ସଆପ୍ ନିଜର ଆଣ୍ଡ୍ରଏଡ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ଫୋନ୍ ନମ୍ବର ପ୍ରାଇଭେସୀ ନାମରେ ଏକ ଫିଚର ଆରମ୍ଭ କରିବାକୁ ଯାଉଛି । ୱାବେଟାଇନଫୋର ଏକ ରିପୋର୍ଟ ମୁତାବକ ନୂଆ ଫିଚର୍ସ iOS ଏବଂ ଆଣ୍ଡ୍ରଏଡ ପାଇଁ ବିଟା ଅପଡେଟରେ ଦିଆଯାଇଛି । ଯଦି ଆପଣ ଏହି ଫିଚରର ବ୍ୟବହାର କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଲାଟେଷ୍ଟ ବିଟା ଅପଡେଟକୁ ଇନଷ୍ଟଲ କରିବାକୁ ହେବ ।

ବର୍ତ୍ତମାନ ୟୁଜର୍ସ ନୂଆ ଅପ୍ସନ ଦେଖିବାକୁ ପାଇବେ, ଯାହା ‘Phone number privacy’ ନାମରେ ଆପଣଙ୍କୁ ଶୋ କରିବ । ଏହାର ନାମରୁ ହିଁ ଜଣାପଡୁଛି ଯେ ଏହି ଫିଚର ୟୁଜର୍ସଙ୍କୁ ହ୍ବାଟ୍ସଆପ୍ କମ୍ୟୁନିଟୀରେ ନିଜ ଫୋନ ନମ୍ବରକୁ ଗୋପନ ରଖିବାରେ ସାହାଯ୍ୟ କରିବ ନିଶ୍ଚିତ ।

ଏହି ଫିଚର ଆସିବା ପରେ ୟୁଜର୍ସଙ୍କୁ ଫୋନ୍ ନମ୍ବର କେବଳ କମ୍ୟୁନିଟୀ ଆଡମିନ ଏବଂ ସେହି ଲୋକଙ୍କୁ ଦେଖାଇବ ଯେଉଁମାନେ କଣ୍ଟାକ୍ଟସ ରୂପେ ସେଭ୍ କରିଥିବେ । ଏହା ୟୁଜର୍ସଙ୍କ ଚାଟିଙ୍ଗରେ ଅନ୍ୟ ପାର୍ଟିସିପେଣ୍ଟସଙ୍କ ଠାରୁ ନିଜର ସମ୍ପୂର୍ଣ୍ଣ ଫୋନ୍ ନମ୍ବର ଲୁଚାଇବାରେ ବି ସାହାଯ୍ୟ କରିଥାଏ । ଯେମିତିକି ଯଦି କୌଣସି ମେମ୍ବର ଗ୍ରୁପରେ ରିପ୍ଲାଏ କରୁଛନ୍ତି ଏବଂ ତାଙ୍କ ନମ୍ବର ଅନ୍ୟ କୌଣସି ପାର୍ଟିସିପେଣ୍ଟ ସେଭ୍ କରିନାହାଁନ୍ତି ତାହେଲେ ଉକ୍ତ ୟୁଜରଙ୍କ ନମ୍ବର ଦେଖାଯିବନାହିଁ ।

ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଏହି ଫିଚର କେବଳ କମ୍ୟୁନିଟୀ ମେମ୍ବର ପର୍ଯ୍ୟନ୍ତ ହିଁ ସିମିତ ରହିଛି ଏବଂ କମ୍ୟୁନିଟୀ ଆଡମିନଙ୍କ ଫୋନ୍ ନମ୍ବର ସମସ୍ତଙ୍କୁ ଦେଖାଇବ । ରିପୋର୍ଟ ଅନୁଯାୟୀ କମ୍ୟୁନିଟୀ ପାଇଁ ନୂଆ ଫୋନ୍ ନମ୍ବର ପ୍ରାଇଭେସୀ ଫିଚର କିଛି ବିଟା ୟୁଜର୍ସଙ୍କ ପାର୍ଇ ଉପଲବ୍ଧ ରହିଛି, ଯେଉଁମାନେ ଆଣ୍ଡ୍ରଏଡ ପାଇଁ ଲାଟେଷ୍ଟ ହ୍ବାଟ୍ସଆପ୍ ଏବଂ ଆଇଓଏସ ଅପଡେଟ୍ ପାଇଁ ହ୍ବାଟ୍ସଆପ୍ ଇନଷ୍ଟଲ କରୁଛନ୍ତି । କିନ୍ତୁ ବହୁତ ଜଲଦି ଏହା ବାକି ୟୁଜର୍ସଙ୍କ ପାଇଁ ବି ଉପଲବ୍ଧ କରାଯାଇପାରେ ।

କମ୍ୟୁନିଟୀ ଆଡମିନ ଏହି ସେକ୍ସନର ବ୍ୟବହାର କର ଅନ୍ୟ କମ୍ୟୁନିଟୀ ମେମ୍ବରଙ୍କୁ ଆକସେପ୍ଟ କିମ୍ବା ରିଜେକ୍ଟ କରିପାରିବେ । ଆଶା କରାଯାଉଛି ଯେ ଏଥିପାଇଁ ଦୁଇଟି ସର୍ଟକଟ୍ ମିଳିପାରେ , ଯାହାକୁ ତୁରନ୍ତ ଆପ୍ରୁଭ୍ ଏବଂ ରିଜେକ୍ଟ କରାଯାଇପାରିବ ।

ହ୍ବାଟ୍ସଆପ ୟୁଜରନେମ ଫିଚର ଉପରେ ବି କାମ କରୁଛି କମ୍ପାନୀ । ଏହା ଠିକ ଟ୍ବିଟର ଏବଂ ଇନଷ୍ଟାଗ୍ରାମ ଭଳି ହିଁ ହେବ । ଏହି ଫିଚର ସାହାଯ୍ୟରେ ଆପଣ ନିଜ ମୋବାଇଲ ନମ୍ବର ସିକ୍ରେଟ ରଖିପାରିବେ ଏବଂ ତାସହିତ ୟୁଜରନେମ ସାହାଯ୍ୟରେ ଲୋକଙ୍କ କଣ୍ଟାକ୍ଟସରେ ଆଡ୍ କରିପାରିବେ । ଏଥିସହିତ କମ୍ପାନୀ ଆହୁରି ଅନେକ ନୂଆ ଫିଚର୍ସ ପାଇଁ କରୁଛି । ଯାହାପରେ ୟୁଜର୍ସଙ୍କ ଚାଟିଙ୍ଗ ଏକ୍ସପେରିୟନ୍ସ ଆହୁରି ବି ଖାସ୍ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.