ପାରିବାରିକ କଳହର କରୁଣ ପରିଣତି : ସ୍ୱାମୀର ପନିକି ଚୋଟରେ ସ୍ତ୍ରୀ ମୃତ

କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ବଣିଆ ହୁଡ଼ି ଗ୍ରାମରେ ଅଘଟଣ । ଘରୋଇ କଳହକୁ ନେଇ ସ୍ତ୍ରୀକୁ ପନିକି ରେ ହାଣି ହତ୍ୟା କଲା ରାକ୍ଷସ ସ୍ୱାମୀ। ହତ୍ୟାକାରୀକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ।

ଆନନ୍ଦପୁର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ବଣିଆ ହୁଡ଼ି ଗ୍ରାମରେ ଅଘଟଣ । ଘରୋଇ କଳହକୁ ନେଇ ସ୍ତ୍ରୀକୁ ପନିକି ରେ ହାଣି ହତ୍ୟା କଲା ରାକ୍ଷସ ସ୍ୱାମୀ। ହତ୍ୟାକାରୀକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ।

ସୂଚନା ଅନୁସାରେ ଗାଁର ଅଭୟ ରାଉତ ନିଜ ସ୍ତ୍ରୀ ତୁଳସୀକୁ ମଦ୍ୟପାନ କରି ଅନେକ ସମୟରେ ମାରଧର କରୁଥିବା ବେଳେ ଆଜି ସକାଳୁ ପାରିବାରିକ କଳହକୁ ନେଇ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଭୟ ଏକ ପନିକିରେ ସ୍ତ୍ରୀ ତୁଳସୀ କୁ ଆକ୍ରମଣ କରିଥିଲା। ଆକ୍ରମଣ ପରେ ତୁଳସୀର ମୃତ୍ୟୁ ହୋଇଯାଇଛି। ଖବର ପରେ ସୋସୋ ପୋଲିସ ଅଭୟକୁ ଅଟକ ରଖି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.