Below header

ଏକତା କପୁରଙ୍କ ଫିଲ୍ମ ‘ଲଭ୍ ସେକ୍ସ ଔର୍‌ ଧୋକା ୨’ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଉର୍ଫି ଜାଭେଦ

ଉର୍ଫି ଜାଭେଦ । ‘ବିଗ୍ ବସ୍ ଓଟିଟି’ ରୁ ଲାଇମ୍ ଲାଇଟରେ ରହି ଆସିଛନ୍ତି । ବର୍ତ୍ତମାନ ସେ ବଲିଉଡ ଡେବ୍ୟୁ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏକତା କପୁରଙ୍କ ଫିଲ୍ମ ‘ଲଭ୍ ସେକ୍ସ ଔର୍‌ ଧୋକା ୨’ରେ ତାଙ୍କୁ ମୁଖ୍ୟ ଭୂମିକାରେ ନଜର ଆସିବେ ଉର୍ଫି ଜାଭେଦ ।

ମୁମ୍ବାଇ: ବିଗ୍‌ବସ୍‌ ଓଟିଟି ଫେମ୍‌ ଅଭିନେତ୍ରୀ ଉର୍ଫି ଜାଭେଦ ସବୁ ଦିନ ନିଜ ଆଉଟ୍‌ଫିଟ୍‌ ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ରିଭଲିଙ୍ଗ୍ ଡ୍ରେସ୍ ହେତୁ ସେ ଟ୍ରୋଲିଂର ଶିକାର ହୁଅନ୍ତି। କିନ୍ତୁ ଏଥର ତାଙ୍କ ଫ୍ୟାଶନ୍ କିମ୍ବା ଡ୍ରେସ୍ ନୁହେଁ ବରଂ ଅନ୍ୟ କିଛି କାରଣକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ଉର୍ଫି ଜାଭେଦ । ‘ବିଗ୍ ବସ୍ ଓଟିଟି’ ରୁ ଲାଇମ୍ ଲାଇଟରେ ରହି ଆସିଛନ୍ତି । ବର୍ତ୍ତମାନ ସେ ବଲିଉଡ ଡେବ୍ୟୁ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏକତା କପୁରଙ୍କ ଫିଲ୍ମ ‘ଲଭ୍ ସେକ୍ସ ଔର୍‌ ଧୋକା ୨’ରେ ତାଙ୍କୁ ମୁଖ୍ୟ ଭୂମିକାରେ ନଜର ଆସିବେ ଉର୍ଫି ଜାଭେଦ । ତାଙ୍କୁ ଏହି ଅଫର୍ ଦିଆଯାଇଥିବା ନେଇ ଆଲୋଚନା ଚାଲିଛି। ଏହି ଚଳଚ୍ଚିତ୍ରରେ ‘ବିଗ୍ ବସ୍ ୧୬’ର ପ୍ରସିଦ୍ଧ ଅଭିନେତ୍ରୀ ନିମ୍ରିତ୍ କୌର୍ ଅଲୁୱାଲିଆଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ତେବେ ନିମ୍ରିତଙ୍କୁ ଏହି ଅଫ୍‌ର ସୋ’ ମଧ୍ୟରେ ହିଁ ମିଳିଥିଲା, ଯେତେବେଳେ ସିନେ ନିର୍ମାତା ଏକ୍‌ତା କପୁର ଏକ ଟାସ୍କ ନେଇ ବିଗ୍‌ବସ୍‌ ଘରକୁ ଯାଇଥିଲେ। ଫିଲ୍ମଟି  ୨୦୧୦ ମସିହାରେ ବନିଥିବା ‘ଲଭ୍‌ ସେକ୍ସ ଧୋକା’ର ସିକ୍ୟୁଏଲ୍‌। ଏହାର ପ୍ରଥମ ପାର୍ଟ ବେଶ୍‌ ହିଟ୍‌ ହୋଇଥିବା ବେଳେ ପାର୍ଟ-୨ କୁ ନେଇ ବି  ସେହି ସମାନ ଆଶା ରଖାଯାଇଛି।

urfi jeved

ଟେଲିଭିଜନ ଅଭିନେତ୍ରୀ ତଥା ଫ୍ୟାଶନ ଦୁନିଆର ସବୁ ଅଭିନେତ୍ରୀମାନଙ୍କ ଭିତରେ ଉର୍ଫି ଜାଭେଦଙ୍କ ଚର୍ଚ୍ଚା ନହେବା ଅସମ୍ଭବ କଥା। ବିଭିନ୍ନ କାରଣକୁ ନେଇ ସେ ଚର୍ଚ୍ଚାର ପରିସର ଭିତରକୁ ଆସିବାର ସୁଯୋଗକୁ କେବେ ବି ହାତଛଡ଼ା କରନ୍ତି ନାହିଁ। ସେ କେତେବେଳେ ନିଜର ସାହସିକ ମନ୍ତବ୍ୟ ପାଇଁ ତ ପୁଣି କେତେ ବେଳେ ନିଜର ବୋଲ୍ଡ ପୋଷାକ ପାଇଁ ଚର୍ଚ୍ଚାରେ ରହିଥାନ୍ତି।

ଉର୍ଫିଙ୍କୁ ଅନେକ ଲୋକ ସମାଲୋଚନା କରୁଥିବା ବେଳେ ତାଙ୍କର ଅନେକ ପ୍ରଶଂସକ ବି ରହିଛନ୍ତି । ତେବେ ଉର୍ଫି ବଲିଉଡ ଡେବ୍ୟୁ କରିବା ସଂପର୍କରେ ଖବର ଶୁଣିବା ପରେ ତାଙ୍କ ପ୍ରଶଂସକଙ୍କ ପାଦ ଆଉ ତଳେ ଲାଗୁନଥିବାବେଳେଳ ତାଙ୍କୁ ଖୁବ୍ ଶୀଘ୍ର ବଡ ପରଦାରେ ଦେଖିବାକୁ ଅନେଇ ବସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.