Categories: News

ବେଙ୍ଗାଳୁରୁ: ଏନ.ଆର.ସି ଓ ସିଏଏ ବିରୋଧୀ ରାଲିର ଷ୍ଟେଜ୍ ଉପରୁ ଯୁବତୀ କହିଲେ ପାକିସ୍ତାନ ଜିନ୍ଦାବାଦ୍, ବୁଦ୍ଧିଜୀବୀ କଲେ ନିନ୍ଦା

ବେଙ୍ଗାଲୁରୁ:  ବେଙ୍ଗାଲୁରୁରେ ଚାଲିଥିବା  ସିଏଏ ଓ ଏନଆରସି ବିରୋଧୀ ରାଲିରେ ଶୁଭିଲା ପାକିସ୍ତାନ ଜିନ୍ଦାବାଦ।  AIMIM ମୁଖ୍ୟ ଆଶାଦୁଦ୍ଦୀନ ଓୱାସୀଙ୍କ ଉପସ୍ଥିତିରେ ଜଣେ ଯୁବତୀ ଷ୍ଟେଜକୁ ଚଢି ପକିସ୍ତାନ ଜିନ୍ଦାବଦ୍ ବୋଲି ନାରା ଦେଇଥିଲେ। ଅବଶ୍ୟ ତାଙ୍କଠାରୁ ମାଇକ ଛଡାଇ ନେବାକୁ ସେଠାରେ ଉପସ୍ଥିତ ଥିବା କର୍ମୀମାନେ ଚେଷ୍ଟା  କରିଥିଲେ କିନ୍ତୁ  ଯୁବତୀ ଜଣକ ବାରମ୍ବାର ପାକିସ୍ତାନ ଜିନ୍ଦାବାଦ କହି ପରେ ହିନ୍ଦୁସ୍ତାନ ଜିନ୍ଦାବଦ୍ ବୋଲି କହିଥିଲେ। ପରେ ମହିଳା ପୋଲିସ ଆସି ଯୁବତୀଙ୍କୁ କାବୁ କରି ଥାନାକୁ ନେଇଥିବାର ଜଣା ପଡିଛି । ତେବେ ଯୁବତୀ ଜଣକ କାହିଁକି ଏତେ ଲୋକଙ୍କ ଆଗରେ ଏଭଳି ଦୁଃସାହସୀକ କାମ କଲେ ତାହାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ଯୁବତୀ ଜଣକ ଯେତିକି  ସମୟ ଭାଷଣ ଦେଉଥିଲେ ସେତିକି ସମୟ ଲୋକମାନେ ହୋ ହାଲ୍ଲାରେ ସମଗ୍ର ପରିବେଶ ପ୍ରକମ୍ପିତ କରିପକାଉଥିଲେ। ଏହି ଘଟଣା ପରେ AIMIM ପକ୍ଷରୁ ଯୁବତୀଙ୍କ କାର୍ଯ୍ୟକୁ ନେଇ  ନିନ୍ଦା କରାଯାଇଛି।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

9 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

14 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago