ରାଜ୍ୟ

ସଂଶୋଧିତ ମୋଟର ଯାନ ଆଇନ ଆସିବା ପରେ ରାଜ୍ୟରେ କମିଛି ଦୁର୍ଘଟଣା, ବିଧାନସଭାରେ ପରିବହନ ମନ୍ତ୍ରୀଙ୍କ ଉତ୍ତର

କେନ୍ୟୁଜ୍(ବ୍ୟୁରୋ):  ବାଇକ ଚାଳକଙ୍କ ହେଲମେଟ ଧରପଗଡ଼ ପରେ ରାଜ୍ୟରେ କମିଲା ଦୁର୍ଘଟଣା। କେବଳ ଦୁର୍ଘଟଣା ନୁହେଁ ମୃତ୍ୟୁ ସଂଖ୍ୟା ବି କମିଛି। ବିଧାନସଭାରେ ପରିବହନ ମନ୍ତ୍ରୀ ରଖିଥିବା ଉତ୍ତରରୁ ଏହା ସ୍ପଷ୍ଟ। ରାଜ୍ୟରେ ୨୦୧୮ ତୁଳନାରେ ୨୦୧୯ରେ କମିଛି ଦୁର୍ଘଟଣା। ଗତ ସେପ୍ଟେମ୍ବର ୧ରୁ ଲାଗୁ ହୋଇଛି ନୂଆ ମୋଟର ଯାନ ସଂଶୋଧନ ଆଇନ। ଏହା ପରେ କଡ଼ାକଡ଼ି ହୋଇଥିଲା ହେଲମେଟ୍‌ ଚେକିଂ। ଏବେ ଆସନ୍ତୁ ନଜର ପକାଇବା ୨୦୧୮ ଓ ୨୦୧୯ର ଦୁର୍ଘଟଣା ସଂପର୍କିତ ତଥ୍ୟ ଉପରେ । ୨୦୧୮ ମସିହା ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ୩ ହଜାର ୮୧୦ ଟି ଦୁର୍ଘଟଣା ହୋଇଥିଲା। ଏଥିରେ ୧ ହଜାର ୮ଶହ ୫୬ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୧୯ରେ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ସମୁଦାୟ ୨ ହଜାର ୫୬୩ଟି ଦୁର୍ଘଟଣା ହୋଇଥିଲା। ଏଥିରେ ୧ ହଜାର ୫୪୧ ଜଣଙ୍କର ଜୀବନ ଯାଇଥିଲା । ଅର୍ଥାତ ୨୦୧୮ ଅନୁସାରେ ୨୦୧୯ରେ ୨୪୭ଟି କମ୍‌ ଦୁର୍ଘଟଣା ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୧୫ଟି କମିଛି ।

ଗତ ଚାରିମାସ ମଧ୍ୟରେ ପରିବହନ ବିଭାଗ ଜରିମାନା ଆଦାୟ କରିଛି ପାଖାପାଖି ୩୯ କୋଟି ଟଙ୍କା। ସେହିପରି ସେପ୍ଟେମ୍ବର ୨୦୧୯ରୁ ଜାନୁଆରୀ ୨୦୨୦ ମଧ୍ୟରେ ୪ ଲକ୍ଷ ୧୩ ହଜାରରୁ ଅଧିକ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଏହା ଭିତରେ ୨ ଲକ୍ଷ ୮୭ ହଜାର ୯୩୨ ଜଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିସାରିଛି।ଏହା ଭିତରେ ଗାଡ଼ି କାଗଜପତ୍ର ପାଇଁ ଦୁଇ ଦୁଇଥର ମହଲତ ଦେଇଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ୧ ତାରିଖରୁ ପୁଣିଥରେ ନୂଆ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯିବ ।

KNews Bureau

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

3 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago