Categories: News

ଜୟପୁର: ଭଗବାନଙ୍କର କି ବିଚିତ୍ର ଳୀଳା? ଅନେକ ମାନସିକରେ ପୁଅଟିଏ ଦେଲେ କିନ୍ତୁ ଜନ୍ମରୁ କାନ ଦେଲେ ନହିଁ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଜୟପୁର(କେନ୍ୟୁଜ୍):  ସତରେ ଭଗବାନ କାହାକୁ କିଭଳି  ପରିସ୍ଥିତିରେ ଦୁନିଆକୁ ପଠାନ୍ତି ତାହା ଆମ ସମସ୍ତଙ୍କ ପାଇ ଅଜଣା।  ନିଜ ପରିବାରରେ ପୁଅଟେ ପାଇ କାହାର ଅବା ଆଶା ନଥାଏ । ରାମଚନ୍ଦ୍ର ଆଉ କମଳା ବି ଏଇ ଆଶା ରଖିଥିଲେ। ମେ ମାସ ୧୬ ତାରିଖରେ ଜୟପୁର ଡାକ୍ତରଖାନାରେ ତାଙ୍କର ଏ ଆଶା ବି ପୂରଣ ହେଲା । କମଳାଙ୍କ ଗର୍ଭରୁ  ଶିଶୁପୁତ୍ର ଟିଏ  ଜନ୍ମନେଲା।  ପୁଅକୁ ପାଇ ଏମାନେ ଯେତିକି ଖୁସି ମାତ୍ର କିଛି ଘଣ୍ଟା ଭିତରେ ସେତିକି ଦୁଃଖି ହୋଇଗଲେ । କାରଣ ପୁଅଟି ଜନ୍ମ ପରେ ଜାଣିବାକୁ ପାଇଲେ ଯେ ଶିଶୁର ଦୁଇଟି କାନ ନାହିଁ । ଅନ୍ୟ ଶିଶୁ ପରି ପିଲାଟିର ସବୁକିଛି ଠିକଠାକ୍ ଥିବା ବେଳେ କାନ ଦୁଇଟିକୁ  ଦେଇନାହାନ୍ତି  ଭଗବାନ। ତେବେ ନିଜ ପୁଅର କାନ ନଥିବା ନେଇ ପ୍ରଥମେ ଜୟପୁର ଜିଲା ଡାକ୍ତରଖାନା ଓ ପରେ କୋରାପୁଟ ଏସଏଲଏନ ମେଡ଼ିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।  ସେଠାରେ ଡାକ୍ତର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ  ବ୍ରହ୍ମପୁର କିମ୍ବା  କଟକ ଯିବାକୁ କହିଥିଲେ । କିନ୍ତୁ ଅର୍ଥ ଅଭାବରୁ ସେମାନେ ଘରକୁ ଫେରିଆସିଛନ୍ତି।

ଘରକୁ  ଫେରି ଅପେକ୍ଷା କରିବସିଛନ୍ତି ସରକାରୀ ସହୟତାକୁ।  ଯଦି ସରକାର କିଛି ସହାଯ୍ୟ କରିବେ ତେବେ ନିଜ ପୁଅ କାନ ଫେରିପାଇବ ବୋଲି  କମଳା  ଓ ତାଙ୍କ ସ୍ବାମୀ ରାମଚନ୍ଦ୍ର କହିଛନ୍ତି। । ତେବେ କମଳା ଙ୍କର ଏହା ତୃତୀୟ ସନ୍ତାନ ହୋଇଥିବା ବେଳେ ଗର୍ଭବତୀ ରହିବା ପରଠାରୁ ପ୍ରସୂତି ପର୍ଯ୍ୟନ୍ତ ସେ ସମସ୍ତ ଟିକା ଓ ଔଷଧ ଠିକ ସମୟରେ ନେଇଥିବା କହିଛନ୍ତି । ହେଲେ  ଏମିତି ହବାର କାରଣ କଣ ଜଣାପଡୁନଥିବା ବେଳେ ଡାକ୍ତର ଅଧିକା ଚିକିତ୍ସା ପାଇଁ ବାହାରୁକୁ ପଠେଇଛନ୍ତି ବୋଲି  ସ୍ଥାନୀୟ ଆଶାଦିଦି କହିଛନ୍ତି ।

ଜୟପୁର ବ୍ଲକ ଉମୁରି ପଞ୍ଚୟତରେ ଦିନ ମଜୁରିଆ ଭାବେ କାମ କରି ଚଳନ୍ତି ରାମଚନ୍ଦ୍ର। ପରିବାର କହିଲେ ସ୍ତ୍ରୀ ଓ ଦୁଇ ଝିଅ  ।  ନିକଟରେ ସ୍ତ୍ରୀ କମଳା ଏକ ପୁଅ କୁ ଜନ୍ମ ଦେଇଥିଲେ । ଦିନ ମଜୁରିଆ ହେତୁ ରୋଜଗାର ଉପରେ ଦାଉ  ସାଧୁଛି କରୋନା । ଏତିକିବେଳେ ନବଜାତ ଶିଶୁଟିର କାନ ନଥିବା ଓ ତାର ଚିକିତ୍ସା ପାଇଁ  ଅର୍ଥାଭାବ ଏକ ବଡ଼ ସଂକଟରେ ପକାଇଛି । ଏଣୁ  ଗାଁ ଲୋକେ ସରକାର ସହାୟତା ପାଇଁ ଗୁହାରି କରିଛନ୍ତି । ସେପଟେ  ଜନ୍ମିତ ପିଲାଟିର କାନ ନଥିବା ନେଇ କୋରାପୁଟ ଏସଏଲଏନ ମେଡ଼ିକାଲ କଲେଜ ଶିଶୁବିଭାଗ ଆସିଷ୍ଟାଣ୍ଟ ପ୍ରଫେସର କହିଛନ୍ତି ଯେ ବର୍ତ୍ତମାନ ଶିଶୁଟି ସୁସ୍ଥ ରହିବା ସହ ତା ଜୀବନ ପ୍ରତି କୌଣସି ବିପଦ ନାହିଁ।  କିନ୍ତୁ  କିଛି ମାସ ପରେ ତାର ଏମ.ଆର.ଆଇ କାରାଯିବା ପରେ ହିଁ ଇଏନଟି ଡାକ୍ତର ଓ ସର୍ଜନ ଚିକିତ୍ସା କରିବା ନେଇ ମତ ଦେଇ ପାରନ୍ତି ।

କାରଣ ସବୁ ପରୀକ୍ଷା ପରେ ଜଣାପଡିବ ଯେ ଶିଶୁଟିର ବାହ୍ୟ କର୍ଣ୍ଣ ସ୍ଥିତି ଓ ଅନ୍ତ କର୍ଣ୍ଣ ସ୍ଥିତି ଠିକ  ଅଛି  କି ନାହିଁ । ଯଦି ସେସବୁ ଠିକ ଅଛି ତେବେ ଅସ୍ତ୍ରପ୍ରଚାର ମାଧ୍ୟମରେ ଶିଶୁଟିର ଶ୍ରବଣ ଶକ୍ତି ଫେରିଆସିପାରିବ । ଏଥିପାଇଁ ସରକାରୀ ବ୍ୟବସ୍ଥା ତଥା ଯୋଜନା ମଧ୍ୟ ରହିଥିବା କହିଛନ୍ତି ପ୍ରଫେସର ଡକ୍ଟର ତ୍ରିପାଠୀ ।  ତେବେ ଏହି ଗରିବ ପରିବାରକୁ ଉନ୍ନତ  ଚିକିତ୍ସା ଓ ଆର୍ଥିକ ସହାୟତା ପାଇ ଜଯପୁର ଉପଜିଲାପାଳଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।

KNews Bureau

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

5 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

20 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

26 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

40 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

2 hours ago