Categories: News

ଦିନ ଦ୍ୱିପ୍ରହରରେ ବେଧଡ଼କ ଲୁଟ୍‌, ଗାଡ଼ି ଡିକି ଭାଙ୍ଗି ଲୁଟିଲେ ୪ ଲକ୍ଷ

କଣ୍ଟାବାଞ୍ଜି(କେନ୍ୟୁଜ୍‌) ଦିନ ଦ୍ୱିପ୍ରହରରେ ବେଧଡ଼କ ଭାବେ ଲୁଟ କରୁଛନ୍ତି ଲୁଟେରା । ଲୁଟେରାମାନେ ଲୁଟିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି । ଏମାନଙ୍କର ନା ଅଛି ଆଇନ୍‌ କୁ ଭୟ ନା ଅଛି ପୋଲିସର ଭୟ । ଘର, ଦୋକାନ ବଜାର, ମନ୍ଦିରରେ ଲୁଟ ଖବର ତ ଆପଣମାନେ ଶୁଣିଥିବେ । କିନ୍ତୁ ଏବେ ସିଧା ସଳଖ ମଣିଷଙ୍କୁ ଲୁଟେରାମାନେ ଟାର୍ଗେଟ କରୁଛନ୍ତି । କିଛି ଚୋର ରାତିର ଅନ୍ଧକାରରେ ଚୋରି କରିବା ପାଇଁ ଯୋଜନା କରୁଥିବାବେଳେ କିଛି ଲୁଟେରା ଏପରି ଅଛନ୍ତି ଯେଉଁମାନେ ଦିନ ଦ୍ୱିପ୍ରହରରେ ଚୋରି କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି ।

ନିକଟରେ କିଛି ଦୁବୁର୍ତ୍ତ ଦିନ ଦ୍ଵିପ୍ରହରରେ ମାରଣାସ୍ତ୍ର ଦେଖାଇ ଜଣେ ଯୁବକଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ଏମିତି ଏକ ଘଟଣା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ପୁତୁଲାତଳେଇ ଗାଁ ର କେନାଲଠାରେ ଘଟିଛି । ଗତ କାଲି ଅପରାହ୍ନରେ ପୁତୁଲାତଳେଇ ଗାଁର ଜଗବନ୍ଧୁ ଘିଭେଲା ଚାନ୍ଦୋତରାସ୍ଥିତ ଷ୍ଟେଟ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ଆସୁଥିବାବେଳେ ଉକ୍ତ ଗାଁର କେନାଲ ଠାରେ ଛକି ବସିଥିଲେ ଦୁବୁର୍ତ୍ତ । ଟଙ୍କା ନେଇ ଆସୁଥିବାବେଳେ ଜଗବନ୍ଧୁଙ୍କୁ ଦୁବୁର୍ତ୍ତମାନେ ମାଡ଼ି ବସିଥିଲେ । ଆଉ ଧମକ ଦେଇ ତାଙ୍କ ଗାଡ଼ିର ଡିକି ଖୋଲି ସବୁ ଟଙ୍କା ଲୁଟ କରି ଦୃବୁର୍ତ୍ତମାନେ ଚମ୍ପଟ ମାରିଥିଲେ । ଏତେ ଟଙ୍କା ଲୁଟ ହେବା ପରି ଭାଙ୍ଗି ପଡ଼ିଛନ୍ତି ଜଗବନ୍ଧୁ । ଉପାୟ ଶୂନ୍ୟ ହୋଇ ଶେଷରେ ଥାନାରେ ପହଞ୍ଚିଥିଲେ ଜଗବନ୍ଧୁ । ପରେ ସିନ୍ଧେକେଲା ଥାନାରେ ଏତଲା ଦେବା ପରେ ସିନ୍ଧେକେଲା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଲୁଟର ଘଟଣା ପ୍ରାୟ ପ୍ରତ୍ୟେକ ଦିନ ଆସୁଛି । ଲୋକମାନେ ଯେତେ ସତର୍କ ହେଲେ ବି ଏ ଚୋରମାନେ କିଛି ନା କିଛି ଉପାୟ ଆପଣେଇ ଲୋକଙ୍କୁ ଟାର୍ଗେଟ କରି ଟଙ୍କା ଲୁଟୁଛନ୍ତି । ତେବେ ଆପଣମାନେ ଯଦି ଏ ଚୋରଙ୍କ ହାବୁଡ଼ରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ସତର୍କ ରୁହନ୍ତୁ । ବ୍ୟାଙ୍କରୁ ଟଙ୍କା ଉଠାଇ ଆଣୁଥିବା ସମୟରେ ଏକା ଯାଆନ୍ତୁ ନାହିଁ । ବିଶ୍ୱସ୍ଥ ଲୋକଙ୍କ ସାଙ୍ଗରେ ନେଇ ଯାଆନ୍ତୁ । ଯଦି ଆପଣଙ୍କର କେହି ବି ପିଛା କରୁଛନ୍ତି ତେବେ ପୋଲିସକୁ ସଙ୍ଗେ ସଙ୍ଗେ ଖବର ଦିଅନ୍ତୁ । ଏପରି ଭାବେ ଆପଣ ନିଜ ଟଙ୍କାକୁ ସୁରକ୍ଷିତ ରଖିପାରିବେ ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago