ରାଜ୍ୟ

ଜଙ୍ଗଲ ଭିତରେ ଚାଲିଛି ହାତୀ ଗଣନା: କେଉଁଠି ଗଛ ଉପରେ ମଞ୍ଚା ବାନ୍ଧାଯାଇଛି ତ, କେଉଁଠି ଟ୍ରାପ୍ କ୍ୟାମେରା ଲାଗିଛି

ଭଞ୍ଜନଗର(କେନ୍ୟୁଜ) : ଜଙ୍ଗଲ ଭିତରେ କେଉଁଠି ଗଛ ଉପରେ ମଞ୍ଚା ବାନ୍ଧି ନିରୀକ୍ଷଣ କରାଯାଉଛି ତ, ଆଉ କେଉଁଠି ଟ୍ରାପ୍ କ୍ୟାମେରା ଲଗାଯାଇଛି । ପୁଣି କେଉଁଠି ହାତୀଙ୍କ ପାଦ ଚିହ୍ନକୁ ଆଧାର କରି, ବଣୁଆ ହାତୀଙ୍କ ଗଣନା କରୁଛି ବନବିଭାଗ । ହାତୀଙ୍କ ଗଣନା ପାଇଁ ଅତି ସତର୍କତାର ସହ, ଜଙ୍ଗଲ ଭିତରେ ଘୁରି ବୁଲୁଛନ୍ତି ବନ କର୍ମଚାରୀ ।

ଏ ହେଉଛି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ଚାଲିଥିବା ହାତୀ ଗଣନାର ଦୃଶ୍ୟ । ଏହି ବନଖଣ୍ଡରେ ବର୍ଷର ଅଧିକାଂଶ ସମୟ ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ଘୁରି ବୁଲୁଛନ୍ତି ହାତୀପଲ । ବିଭିନ୍ନ ସମୟରେ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି ହାତୀପଲ । ଗତ କିଛି ମାସ ହେଲା ଉତ୍ତର ଘୁମୁସର ବନଖଣ୍ଡରେ ୧୮ ଟି କିଆ ହାତୀ ପଲ ଘୁରି ବୁଲୁଛନ୍ତି ।

ଘଞ୍ଚ ଜଙ୍ଗଲ ଏବଂ ଖାଦ୍ୟ ଅନ୍ୱେଷଣରେ ବିଭିନ୍ନ ସମୟରେ ପଡ଼ୋଶୀ ନୟାଗଡ ଏବଂ କନ୍ଧମାଳ ବନଖଣ୍ଡରୁ, ଘୁମୁସର ବନଖଣ୍ଡ ମୁହାଁ ହେଉଛନ୍ତି, ହାତୀପଲ । ଏଣୁ ଘୁମୁସର ବନଖଣ୍ଡ, ଏବେ ବଣୁଆ ହାତୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ବେଳେ ବେଳେ ଏହି ହାତୀପଲ, ଗାଁ ମୁହାଁ ହେଉଛନ୍ତି । ଏମାନଙ୍କ ଉପରେ ସତର୍କ ନଜର ରଖିବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରାଉଛି ବନବିଭାଗ ।

ସେହିପରି ଦକ୍ଷିଣ ଘୁମୁସର ବନଖଣ୍ଡରେ ମଧ୍ୟ, ଆଖପାଖ ବନଖଣ୍ଡରୁ ଆସି ଅଧିକାଂଶ ସମୟ ଡେରା ପକାଇଛନ୍ତି ହାତୀପଲ । ଏବେ ଏହି ବନଖଣ୍ଡରେ ୧୮ ରୁ ଉର୍ଦ୍ଧ୍ବ ହାତୀ ଚଳପ୍ରଚଳ କରୁଛନ୍ତି  । ବର୍ତମାନ ଉଭୟ ବନଖଣ୍ଡରେ ବନ-କର୍ମଚାରୀଙ୍କ ଦ୍ୱାରା ପ୍ରତ୍ୟେକ ଫରେଷ୍ଟ ବିଟ୍ ରେ ଟିମ୍ ଗଠନ କରି ଗଣନା ଆରମ୍ଭ ହୋଇଛି । ବିଭିନ୍ନ ଜଳାଶୟ, ଆଶ୍ରୟସ୍ଥଳୀ, ଏବଂ ଚଳ-ପ୍ରଚଳ ରାସ୍ତାରେ ଜଗିରହି ଦନ୍ତା, ମାଈହାତୀ, ଏବଂ ଛୁଆ-ହାତୀଙ୍କ ସଂଖ୍ୟାକୁ ନେଇ ଗଣନା ଆରମ୍ଭ କରିଛି ବନବିଭାଗ ।

ବିଭିନ୍ନ ସମୟରେ ଘୁମୁସର ବନଖଣ୍ଡରେ ହାତୀଙ୍କୁ ନେଇ ଘଟୁଥିବା ଘଟଣା ଓ ଦୁର୍ଘଟଣା, ଚର୍ଚ୍ଚାରେ ରହି ଆସିଛି । ଏଣୁ ଏହାର ନିରାକରଣ, ହାତୀଙ୍କ ଗତିବିଧି ଏବଂ ଲୋକଙ୍କ ସୁରକ୍ଷାକୁ ନେଇ ଏବେ ଗୁରୁତ୍ୱ ଦେବା ଆରମ୍ଭ କରିଛି, ବନବିଭାଗ ।

ସେହି କ୍ରମରେ ଘୁମୁସର ବନଖଣ୍ଡରେ ସଭା ସମିତି ଜରିଆରେ ଏବଂ ଆଖପାଖ ଗାଁ ମାନଙ୍କରେ ଲୋକଙ୍କୁ ସତର୍କ ଓ ସଚେତନ କରାଇବା ସହ ବର୍ତମାନ ରାଜ୍ୟର ବିଭିନ୍ନ ବନଖଣ୍ଡ ଭଳି, ଘୁମୁସର ବନଖଣ୍ଡରେ ମଧ୍ୟ ୩ ଦିନିଆ ହାତୀ ଗଣନା କାର୍ଯ୍ୟକ୍ରମ କରିଛି ବନବିଭାଗ ।

 

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago