ନିଯୁକ୍ତି

IISER ରେ ଚାକିରି ସୁଯୋଗ, ୧୨ଶ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

IISER ରେ ୧୨ଶ ପାସ୍‌ ଯୁବପିଢିଙ୍କ ପାଇଁ ଚାକିରି କରିବାର ସୁଯୋଗ । କିଛିଦିନ ର୍ପୂରୁ ଆଇଆଇଏସଇଆର ମୋହାଲି ପକ୍ଷରୁ ଜବ ନୋଟିଫିକେସନ ଜାରି କରାଯାଇଥିଲା । ଅପରାଣ୍ଟିସ ପଦବୀରେ ଭର୍ତ୍ତି କରାଯିବ ।

ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଭର୍ତ୍ତି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ lisermohali.ac.in କୁ ଯାଇ ଆବେଦନ କରିପାରିବେ । ଏହାପରେ ଆବେଦନ ପତ୍ରର କପି ନୋଟିଫିକେସନରେ ଦିଆଯାଇଥିବା ଠିକଣାରେ ପଠାଇପାରିବେ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୨, ୨୦୨୩ ରହିଛି ।

ପଦବୀ ବିବରଣୀ : ୧୫

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ/ସଂସ୍ଥାରୁ ୧୨ଶ ପାସ୍‌ କରିଥିବା ଜରୁରୀ । ଗ୍ରାଜୁଏସନ/ପିଜି ଡିପ୍ଲୋମ ପ୍ରାର୍ଥୀ ଆବେଦନ କରିପାରିବେ ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ, ଓବିସି, ESM, EWS ପ୍ରାର୍ଥୀ ୫୦୦ ଟଙ୍କା ଆବେଦନ ଶୁଳ୍କ ଭରିବେ । ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀ ମାଗଣା ଆବେଦନ କରିପାରିବେ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୧୮ ରୁ ୨୫ ବର୍ଷ ହେବା ଜରୁରୀ । ରିଜର୍ଭ ପ୍ରାର୍ଥୀଙ୍କୁ ରିହାତି ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ମେରିଟ ଆଧାରରେ ହେବ । ଶିକ୍ଷାଗତ ଯୋଗ୍ୟତା ଆଧାରରେ ମେରିଟ ଲିଷ୍ଟ ତିଆରି କରାଯିବ । ପ୍ରାର୍ଥୀଙ୍କ ନିଯୁକ୍ତି ଚୁକ୍ତିଭିତ୍ତିକ ହେବ ।

ଷ୍ଟାଇପେଣ୍ଡ : ଏହି ପଦବୀରେ ଚୟନ ହେବା ପ୍ରାର୍ଥୀଙ୍କୁ ଷ୍ଟାଇପେଣ୍ଡ ବାବଦରେ ୧୨,୦୦୦-୧୪,୦୦୦ ଟଙ୍କା ମିଳିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://freeebook.jagranjosh.com/free-pdf-page?file=iiser.pdf

Swagatika

Recent Posts

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

49 mins ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

2 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

3 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

3 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

4 hours ago