ନିଯୁକ୍ତି

ଭାରତୀୟ ଡାକରେ ଚାକିରି କରିବାର ସୁଯୋଗ, ୧୦ମ ପାସ୍‌ କରିଥିଲେ କରନ୍ତୁ ଆବେଦନ

୧୦ମ ପାସ୍‌ ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆ ପୋଷ୍ଟରେ ବମ୍ପର ଭର୍ତ୍ତି ପାଇଁ ନିଯୁକ୍ତି ହେଉଛି । ପୋଷ୍ଟ ଅଫିସରେ ଜିଡିଏସ୍‌, ବ୍ରାଞ୍ଚ ପୋଷ୍ଟ ମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଇତ୍ୟାଦି । ଏହି ସବୁ ପଦବୀରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ indiapostgdsonline.gov.in କୁ ଯାଇ ଅନଲାଇନ ଆବେଦନ ଫର୍ମ ଭରି ପାରିବେ ।

ଜରୁରୀ ତାରିଖ : ଖାଲିପଡିଥିବା ପଦବୀ ପାଇଁ ୨୨ ମଇରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆବେଦନ କରିବାର ଶେଷ ତାରିଖ ଜୁନ ୧୧, ୨୦୨୩ ରହିଛି । ପ୍ରାର୍ଥୀଙ୍କୁ ୧୨ରୁ ୧୪ ଜୁନ୍‌ ପର୍ଯ୍ୟନ୍ତ ଆପ୍ଲିକେସନ ଫର୍ମ ସଠିକ୍‌ କରିବା ପାଇଁ ସୁଯୋଗ ଦିଆଯିବ ।

ପଦବୀ ବିବରଣୀ : ୧୨୮୨୮

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହେବା ଜରୁରୀ । ରିଜର୍ଭ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ନିୟମ ଅନୁସାରେ ଛୁଟ ମିଳିବ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଗଣିତ ଏବଂ ଇଂଲିଶରେ ୧୦ମ୍‌ ପାସ୍‌ କରିଥିବା ଜରୁରୀ । ଏହାସହିତ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ ।

ଦରମା : ବ୍ରାଞ୍ଚ ପୋଷ୍ଟ ମାଷ୍ଟର ପଦବୀ ପାଇଁ ୧୨,୦୦୦ରୁ ୨୯,୩୮୦ ଟଙ୍କା ମାସିକ ମିଳିବ । ସେହିପରି ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ପଦବୀ ପାଇଁ ମାସିକ ୧୦ ହଜାରରୁ ୨୪,୪୭୦ ଟଙ୍କା ଦରମା ମିଳିବ ।

ଆବେଦନ କରିବାର ଉପାୟ :

ପ୍ରଥମେ ଅଫିସିଆଲ ୱେବସାଇଟ indiapostgdsonline.gov.in ଯାଆନ୍ତୁ ।

ଏଠାରେ ନୋଟିଫିକେସନ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।

ଆପ୍ଲିକେସନ ଫର୍ମ ପୂରଣ କରିବା ପାଇଁ ପ୍ରଥମେ ରେଜିଷ୍ଟ୍ରେସନ ପ୍ରକ୍ରିୟା କରିବା ପରେ ଦସ୍ତାବିଜ ଅପଲୋଡ କରନ୍ତୁ ।

ଆବେଦନ ଫର୍ମ ଭେରିଫାଏ କରିବା ପରେ ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ ।

ତା’ ପରେ ଫର୍ମ ଜମା କରନ୍ତୁ ଏବଂ ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://wpassets.adda247.com/wp-content/uploads/multisite/sites/2/2023/05/21171946/%E0%A4%87%E0%A4%82%E0%A4%A1%E0%A4%BF%E0%A4%AF%E0%A4%BE_GDS_15000_%E0%A4%A8%E0%A5%8D%E0%A4%AF%E0%A5%82_%E0%A4%AA%E0%A5%8B%E0%A4%B8%E0%A5%8D%E0%A4%9F_%E0%A4%A8%E0%A5%8B%E0%A4%9F%E0%A4%BF%E0%A4%B8_1-1.pdf

 

Swagatika

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

19 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

22 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

26 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

39 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

55 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago