ସ୍ପେଶାଲ

୬୦ଟି କପ୍‌କେକ୍‌ ଚୋରି କରିନେଲା ଭାଲୁ, ଭିଜୁଆଲ୍ କଏଦ ହେଲା ସିସିଟିଭିରେ

ଆମେରିକା: ମଣିଷଙ୍କ ଭିତରେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନଙ୍କ ପ୍ରବୃତ୍ତି ଚୋରି କରିବା । ଏକଥା ଆମେ ସମସ୍ତେ ଜାଣନ୍ତି । କିନ୍ତୁ ଭାଲୁ ଚୋରି କରିବା କଥା ଆପଣ କେବେ ଶୁଣିଛନ୍ତି କି ? ଏଭଳି ଘଟଣା ଦେଖିବାକ ମିଳିଛି ଆମେରିକାରେ । ଏକ ବେକେରୀରେ ଘଟିଛି ଏଭଳି ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଦିବା ଆଲୋକରେ ଏକ ବେକେରୀ ଭିତରେ ପଶି କପ୍‌କେକ୍‌ ଚୋରି କରି ନେଇଛି ଭାଲୁ ।

ଗୋଟିଏ ଦୁଇଟି ନୁହେଁ ଏକା ବେଳକେ ୬୦ଟି କପ୍‌କେକ୍‌ ଚୋରି କରି ନେଇଛି ଭାଲୁ । ବେକେରୀ ଭିତରେ ପଶି ପ୍ରଥମେ ଭାଲୁଟି ହଂସ୍ର ହୋଇ ସେଠାରେ କର୍ମଚାରୀମାନଙ୍କୁ ଡରାଇଥିଲା । କର୍ମଚାରୀମାନେ ଭୟଭିତ ହୋଇ ଲୁଚିଯାଇଥିଲେ । ଏହାପରେ ଭାଲୁଟି କିଛି କେକ୍ ଖାଇବାପରେ ସେଠାରୁ ଗୋଟିଏ ବଡ କେକ୍ ପେଟି ଧରି ବାହାରକୁ ଦୌଡି ପଳାଇ ଆସିଥିଲା। ଯାହାର ଭିଜୁଆଲ କଏଦ ହୋଇଛି କ୍ୟାମେରାରେ । ଏ ହେଉଛି ଆଭନ ସହରର ଦୃଶ୍ୟ ।

ଭାଲୁଟି ଭୋକରେ ଥିବାରୁ କେକ୍‌ ଚୋରି କରିଥିଲା। ବାହାରକୁ ପେଟି ନେଇ ଆସିବା ପରେ ଭାଲୁଟି କେକ ଖାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବହୁ କଷ୍ଟରେ ବେକେରୀ ବାହାରକୁ ଆସିଥିଲା ଭାଲୁ। ତାକୁ ଏତେ ଭୋକ ଯେ କେକ୍‌ ପାଖରୁ ସେ ଉଠି ନଥିଲା । କାର ହର୍ଣ୍ଣ ବଜାଇବା ପରେ ବି ଛାଡ଼ି ନଥିଲା ବେକେରୀ ସପ୍ । ତେବେ ପୋଲିସ ଏବଂ ପରିବେଶ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଭାଲୁଟି ଡରି ସେହି ସ୍ଥାନ ଛାଡ଼ି ଜଙ୍ଗଲ ଭିତରୁ ଚାଲିଯାଇଥିଲା ।

ଏହି ଘଟଣାଟି ଯେତିକି କୌତୁକିଆ ଲାଗୁଛି ସେତିକି ଭୟଭିତ ବି ଲାଗୁଛି । ଥରେ ଭାବିଲେ କେକ୍ ସପ୍ ଭିତରେ ଭାଲୁଟି ପଶିବା ସମୟରେ ଯଦି କେହି ତା ହାବୁଡରେ ପଡିଥାନ୍ତା ତେବେ ପରିସ୍ଥିତି କଣ ହୋଇଥାନ୍ତା ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago