୬୦ଟି କପ୍କେକ୍ ଚୋରି କରିନେଲା ଭାଲୁ, ଭିଜୁଆଲ୍ କଏଦ ହେଲା ସିସିଟିଭିରେ
ଗୋଟିଏ ଦୁଇଟି ନୁହେଁ ଏକା ବେଳକେ ୬୦ଟି କପ୍କେକ୍ ଚୋରି କରି ନେଇଛି ଭାଲୁ । ବେକେରୀ ଭିତରେ ପଶି ପ୍ରଥମେ ଭାଲୁଟି ହଂସ୍ର ହୋଇ ସେଠାରେ କର୍ମଚାରୀମାନଙ୍କୁ ଡରାଇଥିଲା । କର୍ମଚାରୀମାନେ ଭୟଭିତ ହୋଇ ଲୁଚିଯାଇଥିଲେ । ଏହାପରେ ଭାଲୁଟି କିଛି କେକ୍ ଖାଇବାପରେ ସେଠାରୁ ଗୋଟିଏ ବଡ କେକ୍ ପେଟି ଧରି ବାହାରକୁ ଦୌଡି ପଳାଇ ଆସିଥିଲା ।
ଆମେରିକା: ମଣିଷଙ୍କ ଭିତରେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନଙ୍କ ପ୍ରବୃତ୍ତି ଚୋରି କରିବା । ଏକଥା ଆମେ ସମସ୍ତେ ଜାଣନ୍ତି । କିନ୍ତୁ ଭାଲୁ ଚୋରି କରିବା କଥା ଆପଣ କେବେ ଶୁଣିଛନ୍ତି କି ? ଏଭଳି ଘଟଣା ଦେଖିବାକ ମିଳିଛି ଆମେରିକାରେ । ଏକ ବେକେରୀରେ ଘଟିଛି ଏଭଳି ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଦିବା ଆଲୋକରେ ଏକ ବେକେରୀ ଭିତରେ ପଶି କପ୍କେକ୍ ଚୋରି କରି ନେଇଛି ଭାଲୁ ।
ଗୋଟିଏ ଦୁଇଟି ନୁହେଁ ଏକା ବେଳକେ ୬୦ଟି କପ୍କେକ୍ ଚୋରି କରି ନେଇଛି ଭାଲୁ । ବେକେରୀ ଭିତରେ ପଶି ପ୍ରଥମେ ଭାଲୁଟି ହଂସ୍ର ହୋଇ ସେଠାରେ କର୍ମଚାରୀମାନଙ୍କୁ ଡରାଇଥିଲା । କର୍ମଚାରୀମାନେ ଭୟଭିତ ହୋଇ ଲୁଚିଯାଇଥିଲେ । ଏହାପରେ ଭାଲୁଟି କିଛି କେକ୍ ଖାଇବାପରେ ସେଠାରୁ ଗୋଟିଏ ବଡ କେକ୍ ପେଟି ଧରି ବାହାରକୁ ଦୌଡି ପଳାଇ ଆସିଥିଲା। ଯାହାର ଭିଜୁଆଲ କଏଦ ହୋଇଛି କ୍ୟାମେରାରେ । ଏ ହେଉଛି ଆଭନ ସହରର ଦୃଶ୍ୟ ।
ଭାଲୁଟି ଭୋକରେ ଥିବାରୁ କେକ୍ ଚୋରି କରିଥିଲା। ବାହାରକୁ ପେଟି ନେଇ ଆସିବା ପରେ ଭାଲୁଟି କେକ ଖାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବହୁ କଷ୍ଟରେ ବେକେରୀ ବାହାରକୁ ଆସିଥିଲା ଭାଲୁ। ତାକୁ ଏତେ ଭୋକ ଯେ କେକ୍ ପାଖରୁ ସେ ଉଠି ନଥିଲା । କାର ହର୍ଣ୍ଣ ବଜାଇବା ପରେ ବି ଛାଡ଼ି ନଥିଲା ବେକେରୀ ସପ୍ । ତେବେ ପୋଲିସ ଏବଂ ପରିବେଶ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଭାଲୁଟି ଡରି ସେହି ସ୍ଥାନ ଛାଡ଼ି ଜଙ୍ଗଲ ଭିତରୁ ଚାଲିଯାଇଥିଲା ।
ଏହି ଘଟଣାଟି ଯେତିକି କୌତୁକିଆ ଲାଗୁଛି ସେତିକି ଭୟଭିତ ବି ଲାଗୁଛି । ଥରେ ଭାବିଲେ କେକ୍ ସପ୍ ଭିତରେ ଭାଲୁଟି ପଶିବା ସମୟରେ ଯଦି କେହି ତା ହାବୁଡରେ ପଡିଥାନ୍ତା ତେବେ ପରିସ୍ଥିତି କଣ ହୋଇଥାନ୍ତା ।