ନିଯୁକ୍ତି

ଦିଲ୍ଲୀ ପୋଲିସ-CAPF ରେ ସବ-ଇନ୍ସପେକ୍ଟର ହେବାର ସୁଯୋଗ, ଖାଲି ପଡ଼ିଛି ୧୮୦୦ ରୁ ଅଧିକ ପଦବୀ

SSC ତରଫରୁ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରିୟ ସଶସ୍ତ୍ର ପୋଲିସ ଫୋର୍ସର ସବ-ଇନ୍ସପେକ୍ଟର ପଦବୀରେ ଭର୍ତ୍ତି ହେବା ପାଇଁ ଅନଲାଇନ ଆବେଦନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ େଓ୍ଵବସାଇଟ ssc.nic.inରେ ଯାଇ ଏହି ପଦବୀ ଗୁଡ଼ିକ ପାଇଁ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୫ ଅଗଷ୍ଟ ପର୍ଯ୍ୟନ୍ତ ରଖାଯାଇଛି ।

SSC କ୍ୟାଲେଣ୍ଡର ୨୦୨୩-୨୪ ଅନୁଯାୟୀ SSC CPOର ନିଯୁକ୍ତିର ନୋଟିସ ୨୨ ଜୁଲାଇ ୨୦୨୩ରେ ଜାରି କରାଯାଇଥିଲା । ଏହା ସହିତ ଏହାର ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏହା ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରିୟ ସଶନ୍ତ୍ର ପୋଲିସ ଫୋର୍ସରେ ସବ-ଇନ୍ସପେକ୍ଟର ପଦବୀ ପାଇଁ ରହିଛି । ସ୍ନାତକୋତ୍ତର ପ୍ରାର୍ଥୀମାନେ ଦିଲ୍ଲୀ ପୋଲିସର ସବ-ଇନ୍ସପେକ୍ଟର ଏବଂ CAPFରେ ସବ-ଇନ୍ସପେକ୍ଟର (ଜିଡି) ପାଇଁ ଆବେଦନ କରିପାରିବେ ।

ମୋଟ ୧୮୭୬ଟି ପଦବୀ ପୂରଣ କରିବାକୁ SSC ନିଯୁକ୍ତି ଅଭିଯାନରେ ଲକ୍ଷ୍ୟ ରଖିଛି । ସେଥିମଧ୍ୟରୁ ୧୦୯ଟି ପଦବୀ ଦିଲ୍ଲୀ ପୋଲିସର ପୁରୁଷ ପ୍ରାର୍ଥୀଙ୍କ ପାଇଁ ରହିଛି, ୫୩ଟି ପଦବୀ ଦିଲ୍ଲୀ ପୋଲିସର ମହିଳା SI ପ୍ରାର୍ଥୀଙ୍କ ପାଇଁ ଏବଂ ଅବଶିଷ୍ଟ ୧୭୧୪ଟି ପଦବୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର SI ପ୍ରାର୍ଥୀଙ୍କ ପାଇଁ ରହିଛି। ଏହି ନିଯୁକ୍ତି ପରୀକ୍ଷା ଅକ୍ଟୋବର ୨୦୨୩ ରେ ହେବ ।

SSC CPO ନିଯୁକ୍ତି ପରୀକ୍ଷା ପାଇଁ ଆବେଦନକାରୀଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ଅଧିକ ବୟସ ସୀମା ମଧ୍ୟରେ ଛାଡ଼ କରାାଯାଇଛି ।

SSC CPO ନିଯୁକ୍ତି ପରୀକ୍ଷାରେ ଯୋଗ୍ୟତା ହାସଲ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ କିମ୍ବା ସେହିଭଳି ଏକ ସମାନ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

ପ୍ରାର୍ଥୀଙ୍କୁ ଆବେଦନ ପାଇଁ ୧୦୦ ଟଙ୍କା ଦେବାକୁ ପଡିବ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପୂର୍ବତନ ସୈନିକ (ESM)ର ପ୍ରାର୍ଥୀଙ୍କୁ ଆବେଦନ ଟଙ୍କା ଦେବାରେ ଛାଡ଼ କରାଯାଇଛି ।

କିପରି କରିବେ ଆବେଦନ:
. ସର୍ବପ୍ରଥମେ ଅଫିସିଆଲ େଓ୍ଵବସାଇଟ ssc.nic.in କୁ ଯାଆନ୍ତୁ ।
. ହୋମପେଜରେ ରେଜିଷ୍ଟ୍ରେସନ ଲିଙ୍କ ଉପରେ କ୍ଲିକ କରନ୍ତୁ ।
. ଆପଣଙ୍କର ବେସିକ ଡିଟେଲ୍ସ ବ୍ୟବହାର କରି ଷ୍ଟେପ୍ ୧ ରେଜିଷ୍ଟ୍ରେସନ ଫର୍ମ ପୁରଣ କରନ୍ତୁ ।
. ପରେ ଆପଣଙ୍କର ରେଜିଷ୍ଟ୍ରେସନ ଡିଟେଲ୍ସ ବ୍ୟବହାର କରି ଲଗ ଇନ କରନ୍ତୁ ।
. ସବ-ଇନ୍ସପେକ୍ଟର ୨୦୨୩ ପାଇଁ ଦିଲ୍ଲୀ ପୋଲିସ୍ କିମ୍ବା CAPF ରେ ଫର୍ମ ପୂରଣ କରନ୍ତୁ ।
.ସବମିଟ ଫର୍ମ ଡାଉନଲୋଡ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ୍ ରଖନ୍ତୁ ।
ଦିଲ୍ଲୀ ପୋଲିସ୍- CAPF ରେ ସବ୍-ଇନ୍ସପେକ୍ଟର ହେବାର ସୁଯୋଗ, 1800 ରୁ ଅଧିକ ପଦ ପାଇଁ ଆବେଦନ କରନ୍ତୁ |

 

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

1 hour ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago