ରିଲେସନସିପ

୬୨ % ଭାରତୀୟ ମହିଳା କରନ୍ତି ସେକ୍ସୀ ଚାଟ୍‌ ଓ ୨୯ % ମହିଳା କରନ୍ତି ଏପରି କାମ : ସର୍ଭେ

ବଦୁଳିଥିବା ସମାଜ ସହ ତାଳ ଦେଇ ବଦୁଳିଛି ବ୍ୟକ୍ତିର ଲାଇଫ୍‌ ଷ୍ଟାଇଲ୍‌ । ମହିଳା ଏବେ ଆଉ ଆବଦ୍ଧ ଭିତରେ ନିଜକୁ ରଖିବାକୁ ଚାହୁଁନି । ଆଧୁନିକତା ସହ ତାଳ ଦେଇ ବଦଳୁଛି ସେମାନଙ୍କର ମାନସିକତା । ଆଜିର ମୋବାଇଲ୍‌ ଯୁଗରେ ଅଧିକାଂଶ ସମୟ ବିତୁଛି ମୋବାଇଲ ସହ । ଏହି ଛୋଟ ଫୋନ୍‌ରୁ ସାରା ଦୁନିଆ ବିଷୟରେ ଜାଣି ହେଉଛି ।

ଦୁନିଆର ଯେ କୈାଣସି କୋଣରେ ଥାଇ ବି ଅନ୍‌ଲାଇନ୍‌ରେ କଥା ହେବା ସହ ଦେଖି ବି ହେଉଛି । ନିକଟରେ ଏକ ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ ମୋବାଇଲ ବ୍ୟବହାର କରୁଥିବା ୧୯ % ମହିଳା ଡେଟିଙ୍ଗ୍‌ ଏପ୍ସ ବ୍ୟବହାର କରିଥାନ୍ତି । ସେହିପରି ଅନ୍ୟପକ୍ଷରେ ୬୨ % ମହିଳା ସେକ୍ସ ଚାଟିଂ କରିଥାନ୍ତି । ଯେଉଁ ମହିଳା ସେକ୍ସ ଚାଟିଂ କରିଥାନ୍ତି ସେମାନେ ସ୍ମାଟ୍‌ଫୋନ୍‌ ଜରିଆରେ ସେକ୍ସି ଚାଟ୍‌, ଫଟୋ ଓ ଭିଡିଓ ପଠାଇଥାନ୍ତି ।

ଅନ୍‌ଲାଇନ୍‌ ପ୍ରଶ୍ନ-ଉତ୍ତର ଜରିଆରେ କରାଯାଇଥିଲା ରିସର୍ଚ୍ଚ

ଏହି ସପ୍ତାହରେ ଜର୍ଣ୍ଣାଲ ପ୍ଲସରେ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ଯେ ଏହି ରିସର୍ଚ୍ଚରେ ୧୯୧ ଦେଶର ମହିଳା ସାମିଲ ହୋଇଥିଲେ । ପ୍ରାୟ ୧ ଲକ୍ଷ ୩୦ ହଜାର ୮୮୫ ମହିଳାଙ୍କ ଉତ୍ତରରୁ ଏହା ଜଣାପଡ଼ିଥିଲା । ଏଥିରେ ଭାରତର ୨୩ ହଜାର ୯୩ ଜଣ ମହିଳା ସାମିଲ ହୋଇଥିଲେ । ଯେଉଁଥିରେ ମହିଳାଙ୍କୁ ଅନ୍‌ ଲାଇନ୍‌ ପ୍ରଶ୍ନ ପଚରାଯାଇଥିଲା ।

ଏହି ବୟସର ମହିଳା କରନ୍ତି ଡେଟିଂ ଏପ୍ସର ବ୍ୟବହାର

ରିସର୍ଚ୍ଚ ଅନୁଯାୟୀ ୧୯ % ମହିଳା ପାର୍ଟନର ଖୋଜିବା ପାଇଁ ସ୍ମାର୍ଟଫୋନ୍‌ର ବ୍ୟବହାର କରିଥାନ୍ତି । ଏହା ଶୁଣି ଆପଣ ନିଶ୍ଚିତ ଚମକି ପଡ଼ିବେ । ତେବେ ଡେଟିଂ ଏପ୍ସ ବ୍ୟବହାର କରି ପାର୍ଟନର ଖୋଜୁଥିବା ମହିଳାଙ୍କ ବୟସ ୧୮ରୁ ୫୪ ବର୍ଷ ବୟସ ଭିତରେ ରହିଛି । ସବୁଠୁ ଅଧିକ ଡେଟିଂ ଏପ୍ସ ବ୍ୟବହାର କରୁଥିବା ମହିଳାଙ୍କ ବୟସ ହେଉଛି ୨୧ରୁ ୨୪ ବର୍ଷ ଭିତରେ । ରିସର୍ଚ୍ଚରୁ ଏହା ଜଣାପଡ଼ିଛି ଯେ କେବଳ ୨୯ % ମହିଳା କେବଳ ଉପଭୋଗ କରିବା ପାଇଁ ପାର୍ଟନର ଖୋଜିଥାନ୍ତି ।

ଏହି ମହିଳା ଖୋଜିଥାନ୍ତି ସର୍ଟ ଟର୍ମ ପାର୍ଟନର

ସର୍ଭେ ଅନୁଯାୟୀ ୪୪ % ମହିଳା ଅଳ୍ପ ସମୟ ପାଇଁ ଡେଟିଂ ପାର୍ଟନର୍‌ ଖୋଜିଥାନ୍ତି । ତେବେ ୩୭ % ମହିଳା ଦୀର୍ଘ ସମୟ ପାଇଁ ଡେଟିଂ ପାର୍ଟନର ଖୋଜିଥାନ୍ତି । ସେହିପରି ୨୪ % ମହିଳା ଆବଶ୍ୟକ ଅନୁଯାୟୀ ପାର୍ଟନର ଖୋଜିଥାନ୍ତି । ଏହାଛଡା ଭାରତରେ ପ୍ରାୟ ୨୩,୦୯୩ ମହିଳାଙ୍କ ମଧ୍ୟରୁ ୬୨ % ମହିଳା ସେକ୍ସ ଚାଟିଂ କରିଥାନ୍ତି ବୋଲି ଏହି ସର୍ଭେରୁ ଜଣାପଡ଼ିଛି ।

Niharanjan

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

13 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

26 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

35 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

39 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago