ରିଲେସନସିପ

ଅଧିକ ସୁସ୍ଥ ରହିଥାନ୍ତି ପ୍ରେମ ସମ୍ପର୍କରେ ବାନ୍ଧି ହୋଇନଥିବା ବ୍ୟକ୍ତି, ବିଜ୍ଞାନ ବି ମାନିଲା

ଆଜିକାଲିର ଯୁବପିଢ଼ି ଖୁବ୍‌ କମ୍‌ ବୟସରୁ ରିଲେସନ୍‌ସିପ୍‌ରେ ରହୁଥିବା ଦେଖାଯାଛି। ପ୍ରାପ୍ତ ବୟସ୍କ ହେବା ପୂର୍ବରୁ ହିଁ ସେମାନେ ପ୍ରେମିକ ବା ପ୍ରେମିକା ଧରି ବୁଲୁଛନ୍ତି। କହିବାକୁ ଗଲେ ବର୍ତ୍ତମାନ ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ମାତ୍ର ନିକଟରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦେଇଥିବା ସୂଚନାନୁସାରେ ରିଲେସନ୍‌ସିପ୍‌ରେ ରହିବା ତୁଳନାରେ ସିଙ୍ଗଲ ରହିବା ମାନସିକ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ।

ବିଜ୍ଞାନ ମଧ୍ୟ ଏହା କଥାକୁ ସ୍ୱୀକାର କରିଛି ଯେ ସିଙ୍ଗଲ ରହିବା କେବଳ ମାନସିକ ସ୍ୱାସ୍ଥ୍ୟ ନୁହେଁ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇଥାଏ। ଏଣୁ ଯଦି ଆପଣଙ୍କର କେହି ପାର୍ଟନର ନାହାନ୍ତି ତେବେ ଆଦୌ ମନ ଦୁଃଖ କରନ୍ତୁ ନାହିଁ, ଏହା ଆପଣଙ୍କ ଶରୀର ପାଇଁ ହିତକର।

ରିଲେସନ୍‌ସିପ୍‌ ଏକ୍ସପର୍ଟଙ୍କ କହିବାନୁସାରେ କିଛି ଲୋକ ଏକୁଟିଆ ରହିବାକୁ ଡରନ୍ତି। ତାଙ୍କୁ ଲାଗେ ଯେ ଏହା ଏକ ଅଭିଶାପ। ମାତ୍ର ସେଭଳି ଚିନ୍ତା କରିବା ଭୁଲ। ନିକଟରେ କାର୍ଲିଫର୍ଣ୍ଣିଆ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ସିଙ୍ଗଲ ଲୋକ ଶାରୀରିକ ଓ ମାନସିକ ଭାବେ ବିବାହିତ ଓ ରିଲେସନ୍‌ସିପ୍‌ରେ ଥିବା ଲୋକଙ୍କ ତୁଳନାରେ ଅଧିକ ସୁସ୍ଥ ହୋଇଥାନ୍ତି।

ଏଥିପାଇଁ ୮୦୦ ଟି ରିସର୍ଚ୍ଚ ଉପରେ ଅଧ୍ୟୟନ କରାଯାଇଥିଲା। ଶେଷରେ ବିଶେଷଜ୍ଞମାନେ କହିଥିଲେ ଯେ ବିବାହିତ ଓ ରିଲେସନସିପ୍‌ରେ ଥିବା ଲୋକଙ୍କ ତୁଳନାରେ ସିଙ୍ଗଲମାନେ ଅଧିକ ସୁସ୍ଥ। ଯାହା ମାନସିକ ସ୍ୱାସ୍ଥ୍ୟ ପାଇଁ ଜରୁରୀ।

କେବଳ ଏହି ଗୋଟିଏ ନୁହେଁ ଅନ୍ୟ କେତେକ ଅଧ୍ୟୟନରେ ମଧ୍ୟ ସିଙ୍ଗଲ ରହିବାକୁ ଉତ୍ତମ ବୋଲି କୁହାଯାଇଛି। ୧୩ ହଜାର ଜଣ ପୁରୁଷ ଓ ମହିଳାଙ୍କୁ ନେଇ କରାଯାଇଥିବା ଏହି ରିସର୍ଚ୍ଚରେ କୁହାଯାଇଛି ଯେ ସିଙ୍ଗଲ ଲୋକମାନେ ଅନ୍ୟମାନଙ୍କୁ ଭଲ ଭାବେ ବୁଝିପାରିଥା’ନ୍ତି। ଏଥିସହ ସିଙ୍ଗଲଙ୍କ ବିଏମ୍‌ଆଇ ମଧ୍ୟ କମ୍‌ ରହିଥାଏ ବୋଲି ରିସର୍ଚ୍ଚରୁ ଜଣାଯାଇଛି।

WCW 11

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

17 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

22 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago