ରାଜ୍ୟ

ହୋଲି ପାଇଁ ମେଲିଛି ରଙ୍ଗର ପସରା, ରଙ୍ଗ କିଣିବାକୁ ନେଇ ଚଳଚଞ୍ଚଳ ଜଟଣୀ ସହର

ଖୋର୍ଦ୍ଧା(କେନ୍ୟୁଜ୍‌): ଆସୁଛି ରଙ୍ଗର ପର୍ବ ହୋଲି । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାର ବାଣିଜ୍ୟକ ପେଣ୍ଠ ସ୍ଥଳ ଜଟଣୀ ସହରର ପ୍ରତ୍ୟେକ ହୋଲସେଲର ବା ସିଜନ୍ ହାଉସରେ ଖୁଚୁରା ବେପାରୀ ମାନଙ୍କର ଭିଡ ଲାଗିରହିଛି । ଅନ୍ୟପଟେ ହୋଲସେଲର ବ୍ୟବସାୟୀ ପରିବହନ ବିଭାଗର ଚେକିଂ ଚାଲିଥିବାରୁ ଚଳିତ ବର୍ଷ ବେପାର କିଛି ମାତ୍ରାରେ କମିଯାଇଥିବା କହିଛନ୍ତି ।

ଜଟଣୀ ସିଜନ୍ ହାଉସରେ ଗଦା ହୋଇଛି ଭଳିକିଭଳି ପିଲା ମାନଙ୍କ ପସନ୍ଦର ପିଚକାରୀ । ଏଥିସହ ହୋଲି ପର୍ବକୁ ଆହୁରି ଆକୃଷ୍ଠ କରିବା ପାଇଁ ମୁଖା ଓ ଟୋପି ରହିଛି, ଯାହାକୁ ନେଇ ଯୁବପିଢ଼ୀ ଠାରୁ ଆରମ୍ବ କରି ସମସ୍ତଙ୍କର ପସନ୍ଦ ରହିଛି । ଏହି ପର୍ବ ପାଇଁ କେମିକାଲ୍ ରଙ୍ଗ ପରିବର୍ତ୍ତେ ସବୁ ଯାଗାରେ ଚାଲିଛି ଫଗୁ ବିକ୍ରୀ। ଫଗୁ ମଧ୍ୟ ବହୁ ଭେରାଇଟର ଆସିଥିବା କହିଛନ୍ତି ବ୍ୟବସାୟୀ।

ଓଡ଼ିଶାରେ ୧୨ମାସରେ ୧୩ପର୍ବ ବ୍ୟତୀତ ଏହି ରଙ୍ଗର ପର୍ବ ହୋଲିକୁ ଅତ୍ୟନ୍ତ ଆନନ୍ଦର ସହ ପାଳନ କରାଯାଇଥାଏ। ରାଜ୍ୟର ଉପକୂଳ ଅଚଂଳର ବାଣିଜ୍ୟକ କେନ୍ଦ୍ର କୁହାଯାଉଥିବା ଜଟଣୀ ସହରରେ ଏହି ପର୍ବକୁ ନେଇ ହୋଲସେଲର ବ୍ୟବସାୟୀ ଦୋକାନ ମାନଙ୍କରେ ଖୁଚୁରା ବେପାରୀମାନଙ୍କର ଭିଡ ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ବ୍ୟତୀତ ଆଖପାଖ ଜିଲ୍ଲାରୁ ମଧ୍ୟ ଖୁଚୁରା ବେପାରୀ ହୋଲସେଲ ରେଟରେ ରଙ୍ଗ କିଣି ନିଜ ଅଂଚଳରେ ବେପାର କରିବା ପାଇଁ ଏଠାକୁ ଆସିଥାନ୍ତି

କେମିକାଲ ରଙ୍ଗ ବ୍ୟବହାର ନକରି ସଭିଁଏ ଫଗୁରେ ଖେଳି ପର୍ବଟିକୁ ଅତି ଆନନ୍ଦ ଉଲ୍ଲାସରେ କାଟନ୍ତୁ ଏହା ହିଁ ଆମ କାମନା ।

KNews Bureau

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

5 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago