Below header

ହୋଲି ପାଇଁ ମେଲିଛି ରଙ୍ଗର ପସରା, ରଙ୍ଗ କିଣିବାକୁ ନେଇ ଚଳଚଞ୍ଚଳ ଜଟଣୀ ସହର

ଖୋର୍ଦ୍ଧା(କେନ୍ୟୁଜ୍‌): ଆସୁଛି ରଙ୍ଗର ପର୍ବ ହୋଲି । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାର ବାଣିଜ୍ୟକ ପେଣ୍ଠ ସ୍ଥଳ ଜଟଣୀ ସହରର ପ୍ରତ୍ୟେକ ହୋଲସେଲର ବା ସିଜନ୍ ହାଉସରେ ଖୁଚୁରା ବେପାରୀ ମାନଙ୍କର ଭିଡ ଲାଗିରହିଛି । ଅନ୍ୟପଟେ ହୋଲସେଲର ବ୍ୟବସାୟୀ ପରିବହନ ବିଭାଗର ଚେକିଂ ଚାଲିଥିବାରୁ ଚଳିତ ବର୍ଷ ବେପାର କିଛି ମାତ୍ରାରେ କମିଯାଇଥିବା କହିଛନ୍ତି ।

holi-ଜଟଣୀ ସିଜନ୍ ହାଉସରେ ଗଦା ହୋଇଛି ଭଳିକିଭଳି ପିଲା ମାନଙ୍କ ପସନ୍ଦର ପିଚକାରୀ । ଏଥିସହ ହୋଲି ପର୍ବକୁ ଆହୁରି ଆକୃଷ୍ଠ କରିବା ପାଇଁ ମୁଖା ଓ ଟୋପି ରହିଛି, ଯାହାକୁ ନେଇ ଯୁବପିଢ଼ୀ ଠାରୁ ଆରମ୍ବ କରି ସମସ୍ତଙ୍କର ପସନ୍ଦ ରହିଛି । ଏହି ପର୍ବ ପାଇଁ କେମିକାଲ୍ ରଙ୍ଗ ପରିବର୍ତ୍ତେ ସବୁ ଯାଗାରେ ଚାଲିଛି ଫଗୁ ବିକ୍ରୀ। ଫଗୁ ମଧ୍ୟ ବହୁ ଭେରାଇଟର ଆସିଥିବା କହିଛନ୍ତି ବ୍ୟବସାୟୀ।

pickariଓଡ଼ିଶାରେ ୧୨ମାସରେ ୧୩ପର୍ବ ବ୍ୟତୀତ ଏହି ରଙ୍ଗର ପର୍ବ ହୋଲିକୁ ଅତ୍ୟନ୍ତ ଆନନ୍ଦର ସହ ପାଳନ କରାଯାଇଥାଏ। ରାଜ୍ୟର ଉପକୂଳ ଅଚଂଳର ବାଣିଜ୍ୟକ କେନ୍ଦ୍ର କୁହାଯାଉଥିବା ଜଟଣୀ ସହରରେ ଏହି ପର୍ବକୁ ନେଇ ହୋଲସେଲର ବ୍ୟବସାୟୀ ଦୋକାନ ମାନଙ୍କରେ ଖୁଚୁରା ବେପାରୀମାନଙ୍କର ଭିଡ ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ବ୍ୟତୀତ ଆଖପାଖ ଜିଲ୍ଲାରୁ ମଧ୍ୟ ଖୁଚୁରା ବେପାରୀ ହୋଲସେଲ ରେଟରେ ରଙ୍ଗ କିଣି ନିଜ ଅଂଚଳରେ ବେପାର କରିବା ପାଇଁ ଏଠାକୁ ଆସିଥାନ୍ତି

କେମିକାଲ ରଙ୍ଗ ବ୍ୟବହାର ନକରି ସଭିଁଏ ଫଗୁରେ ଖେଳି ପର୍ବଟିକୁ ଅତି ଆନନ୍ଦ ଉଲ୍ଲାସରେ କାଟନ୍ତୁ ଏହା ହିଁ ଆମ କାମନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.