Categories: ସ୍ପେଶାଲ

ନିର୍ବାଚନ ଓ କ୍ରିକେଟ ବିଶ୍ୱକପ୍‌ର ବର୍ଷ : ଭାରତ ଆଗରେ ଅନେକ ଚ୍ୟାଲେଞ୍ଜ୍‌

ସ୍ମୃତି ଆଇନାରେ ସାଇତା ରହିଲା ୨୦୧୮ । ରାଜନୀତିରୁ ଗ୍ଲାମର ଦୁନିଆରେ ହଲଚଲ ଦେଖିବାକୁ ମିଳିଥିଲା । ସେହିପରି ସୁପ୍ରିମକୋର୍ଟ ଏମିତି କିଛି ରାୟ ଦେଇଥିଲେ, ଯେଉଁଥିପାଇଁ ୨୦୧୮ ପରିବର୍ତ୍ତନର ବର୍ଷ ଭାବରେ ମନେ ରହିବ । ମବ୍‌ ଲିଞ୍ଚିଂ, ରାଫେଲ୍‌ ଦୁର୍ନୀତି, ସିବିଆଇ ବିବାଦକୁ ନେଇ ରାଜନୀତି ତାଉ ବଢ଼ିଥିଲା । ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅନେକ ସେଲିବ୍ରିଟି । ତେବେ ମଙ୍ଗଳବାରରୁ ଆରମ୍ଭ ହୋଇଥିବା ନୂଆବର୍ଷ ଦେଶବାସୀଙ୍କ ପାଇଁ ମଙ୍ଗଳମୟ ହେବ ବୋଲି ଆଶା କରାଯାଉଛି । ୨୦୧୯ କେଉଁସବୁ ପରିବର୍ତ୍ତନର ମୁକ ସାକ୍ଷୀ ପାଲଟିବ, ଏମିତି କିଛି ଘଟଣା ଉପରେ ନଜର ପକାଇବା ।

ଲୋକସଭା ନିର୍ବାଚନ

୨୦୧୯ରେ ଲୋକସଭା ଟେଷ୍ଟ । ନିର୍ବାଚନ ଘମାସାନ । ୫ ବର୍ଷ ପରେ କେନ୍ଦ୍ରରେ କ୍ଷମତା ଲଢ଼େଇ ଜୋରଦାର ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବ ୨୦୧୯ । ୨୦୧୪ରେ ମୋଦି ଲହର ଓ ଅଚ୍ଛେ ଦିନର ନାରା ଦେଇ ସରକାର ଗଢ଼ିଥିବା ବିଜେପି କଠିନ ପରୀକ୍ଷାର ସାମନା କରିବ ଏବର୍ଷ । ଏକଥା ବି ସ୍ପଷ୍ଟ ହେବ ମୋଦିଙ୍କ ବିକଳ୍ପ କିଏ ? ରାହୁଲ ଗାନ୍ଧି ଓ କଂଗ୍ରେସ ପାଇଁ ୨୦୧୯ ବହୁ ମହତ୍ୱ ରଖୁଛି । ନେତୃତ୍ୱ ସହ ଅଣବିଜେପି ଦଳଙ୍କୁ ସାଙ୍ଗରେ ନେଇ ରାଜନୀତିର ବୈତରଣୀ ପାର ହେବ କଂଗ୍ରେସ ।

ବିଧାନସଭା ନିର୍ବାଚନ

୨୦୧୮ରେ କଂଗ୍ରେସ ଓ ବିଜେପି ପାଇଁ ବିଧାନସବା ନିର୍ବାଚନ ମିଶ୍ରିତ ଫଳ ଦେଇଥିଲା । ପୂର୍ବ ଭାରତରେ ପଦ୍ମ ଫୁଟିଥିବା ବେଳେ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ହାତ କରାମତି ଦେଖାଇଛି । ୨୦୧୯ରେ ସାତଟି ରାଜ୍ୟରେ ରହିଛି ବିଧାନସଭା ନିର୍ବାଚନ । ହରିଆଣା, ଆନ୍ଧ୍ରପ୍ରଦେଶ, ଆସାମ, ଓଡ଼ିଶା, ମହାରାଷ୍ଟ୍ର, ସିକିମ୍‌, ଜମ୍ମୁ କାଶ୍ମୀର ଓ ଅରୁଣାଚଳ ପ୍ରଦେଶରେ ମତଦାନ ନିଆଯିବ । ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି ସହ ଆଞ୍ଚଳିକ ଦଳଙ୍କ ପ୍ରଦର୍ଶନର ସାକ୍ଷୀ ସାଜିବ ୨୦୧୯ ।

କ୍ରିକେଟ୍‌ ବିଶ୍ୱକପ୍‌

ମେ ମାସରେ ରହିଛି କ୍ରିକେଟ ମହାକୁମ୍ଭ । ପାଖାପାଖି ଦେଢ଼ ମାସ ଚାଲିବ ବିଶ୍ୱକପ୍‌ । ୧୦ଟି ଟିମ୍‌ ଟାଇଟଲ୍‌ ପାଇଁ ଲଢ଼ିବେ । ଦୁଇ ଥର ବିଶ୍ୱବିଜେତା ଭାରତ ତୃତୀୟ ଥର ଚାମ୍ପିଅନ୍‌ ହେବାର ଲକ୍ଷ୍ୟ ରଖିଛି । ମେ ୫ ତାରିଖରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ୧୬ ଜୁନ୍‌ରେ ପାକିସ୍ତାନ ସହ ଲଢ଼େଇ । ୧୯୮୩ ଓ ୨୦୧୧ର ଇତିହାସ ୨୦୧୯ରେ ଦୋହରାଇବା ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ ।

ରାମ ମନ୍ଦିର ପ୍ରସଙ୍ଗ

ନିର୍ବାଚନ ବର୍ଷରେ ବିଜେପିକୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ । ବିଜେପି ଏବଂ ହିନ୍ଦୁତ୍ୱ ନାଁରେ ନିର୍ବାଚନ ଲଢ଼ୁଥିବା ରାଜନୈତିକ ଦଳଙ୍କ ପାଇଁ ରାମମନ୍ଦିର ପ୍ରମୁଖ ମୁଦ୍ଦା ହେବ । ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ଓ ଆସନ୍ତା ୪ ତାରିଖରେ ଶୁଣାଣି ହେବ । ନିର୍ବାଚନ ପୂର୍ବରୁ ରାମମନ୍ଦିର ନେଇ ଅଧ୍ୟାଦେଶ ଆଣିବାକୁ ଚାପ ପଡୁଛି । ରାମମନ୍ଦିର ମାମଲା ୨୦୧୯ରେ ହେଡଲାଇନ୍ସ ହେବ ।

ଲଟକିଛି ତିନ୍‌ ତଲାକ୍‌ ବିଲ୍‌

ସେହିପରି ତିନ୍‌ ତଲାକ ବିଲ୍‌କୁ ସରକାର ସିନା ଲୋକସଭାରେ ପାସ୍‌ କରାଇ ନେଲେ ହେଲେ ଏବେ ରାଜ୍ୟ ସଭାରେ ଏହାକୁ ନେଇ ଚାଲିଛି ହୋହଲ୍ଲା । ବିରୋଧୀ କଂଗ୍ରେସ ଏବଂ ତାର ସହଯୋଗୀ ଦଳ ବିଲ୍‌କୁ ବିରୋଧ କରୁଛନ୍ତି । ତେଣୁ ରାଜ୍ୟ ସଭାରେ ଲଟକିଛି ଏହି ବିଲ୍‌ ।

ସାବରୀମାଳା ମନ୍ଦିରରେ ଭାଙ୍ଗିଲା ପରମ୍ପରା

ଭାଙ୍ଗିଲା ଶହ ଶହ ବର୍ଷର ପରମ୍ପରା। ସାବରୀମାଳା ମନ୍ଦିରରେ ପ୍ରବେଶ କରି ଆୟାପ୍ପାଙ୍କୁ ଦର୍ଶନ କଲେ ଦୁଇ ଜଣ ମହିଳା। ଆଜି ଭୋର ପ୍ରାୟ ୩ଟାରେ ସେମାନେ ପୋଲିସ ସୁରକ୍ଷାରେ ମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ଦର୍ଶନ କରିଥିଲେ। ସେମାନଙ୍କୁ ଦର୍ଶନ କରାଇବା ପାଇଁ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିବା ସହ ଆମ୍ବୁଲାନସରେ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ। ଏମାନେ ଦର୍ଶନ କରିବା ପରେ ଗର୍ଭଗୃହର ସୁଦ୍ଧୀକରଣ କରାଯାଇଥିଲା। ସୁପ୍ରିମ କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ମହିଳାଙ୍କ ପ୍ରବେଶକୁ ପ୍ରବଳ ବିରୋଧ କରାଯାଇଥିଲା।

ମନମୋହନ ସିଂହ ଓ ବାଲ୍‌ ଥାକରେ ଫିଲ୍ମ

୨୦୧୯ ରାଜନୀତି ବଲିଉଡ୍‌ ବାଟ ଦେଇ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’କୁ ନେଇ ବିବାଦ ଉଠିଛି । ସେହିପରି ଶିବସେନା ପ୍ରତିଷ୍ଠାତା ବାଲ ସାହେବ ଠାକରେଙ୍କ ବାୟୋପିକ୍‌ ଏ ବର୍ଷର ଚର୍ଚ୍ଚିତ ଫିଲ୍ମ ହେବ । ଦୁଇଟି ଯାକ ଫିଲ୍ମର କେବଳ ଟ୍ରେଲର୍‌ ରିଲିଜ୍‌ରେ ବଲିଉଡ୍‌ ଅପେକ୍ଷା ରାଜନୀତି ଦୁନିଆଁରେ ସୁନାମି ଆସି ସାରିଛି । ଏବେ ଅପେକ୍ଷା ଆଗକୁ କଣ ହେଉଛି ।

ଅଜିତ କୁମାର ଦେହୁରୀ

KNews Bureau

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

11 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

21 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

33 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

40 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

41 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

59 mins ago