ସ୍ପେଶାଲ

ଟ୍ରମ୍ପ ଓ ପୁଟିନଙ୍କ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହୋଇପାରେ ୨୦୨୦, ନିଜ ଲୋକ ହିଁ ନେଇପାରନ୍ତି ଜୀବନ

ସମସ୍ତେ ନିଜ ଭବିଷ୍ୟତ ଜାଣିବାକୁ ଇଚ୍ଛୁକ ଥାଆନ୍ତି। ଏଣୁ ଯିଏ ବି ଭବିଷ୍ୟବାଣୀ ଦିଅନ୍ତି ତାଙ୍କ ନିକଟକୁ ଯାଇ ନିଜ ଆଗାମୀବର୍ଷ ଗୁଡ଼ିକ ବିଷୟରେ ପଚାରିବୁଝିଥାଆନ୍ତି। ଏଣୁ ଭବିଷ୍ୟବାଣୀ କରୁଥିବା ଲୋକଙ୍କୁ ସମସ୍ତେ ଅଧିକ ସମ୍ମାନ ଦେଇଥାନ୍ତି। ଦୁନିଆ ବିଷୟରେ ଭବିଷ୍ୟବାଣୀ କରୁଥିବା ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି ବାବା ବେଙ୍ଗା। ବେଙ୍ଗା ଦେଇଥିବା ସମସ୍ତ ଭବିଷ୍ୟବାଣୀ ଏବେ ଯାଏଁ ସତ ହୋଇଛି। କରୋନାକୁ ନେଇ ମଧ୍ୟ ବାବା ବେଙ୍ଗା ଭବିଷ୍ୟବାଣୀ କରିଥିଲେ, ଯାହା ସତ ହୋଇଥିବା ସମସ୍ତେ ଜାଣନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଓ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ନେଇ ମଧ୍ୟ ବାବା ବେଙ୍ଗା ଭବିଷ୍ୟବାଣୀ କରିଛନ୍ତି। ସେ ଉଭୟଙ୍କ ପାଇଁ ଚିନ୍ତାବ୍ୟକ୍ତ କରିବା ଅବସରରେ କହିଛନ୍ତି ଟ୍ରମ୍ପ ଓ ପୁଟିନ୍‌ଙ୍କ ପାଇଁ ଚଳିତବର୍ଷ ବହୁତ ଖରାପ ରହିଛି। ସେ କହିଛନ୍ତି ଟ୍ରମ୍ପ ୨୦୨୦ରେ ଏକ ଗମ୍ଭୀର ରୋଗରେ ପୀଡ଼ିତ ହୋଇ କାଲା ହୋଇଯିବେ। ସେ ସାଙ୍କେତିକଭାବେ ଟ୍ରମ୍ପଙ୍କୁ ବ୍ରେନ୍‌ ଟ୍ୟୁମର ହେବ ବୋଲି କହିଛନ୍ତି। ଏହି ରୋଗରେ ତାଙ୍କ ଜୀବନ ମଧ୍ୟ ଚାଲିଯାଇପାରେ ବୋଲି କହିଛନ୍ତି ବାବା ବେଙ୍ଗା।

ସେହିପରି ରୁଷ ରାଷ୍ଟ୍ରପତି ପୁଟିନ୍‌ଙ୍କ ବିଷୟରେ ସେ କହିଛନ୍ତି ଯେ ପୁଟିନ୍‌ଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇପାରେ। ଏହି ଆକ୍ରମଣରେ ପୁଟିନ୍‌ଙ୍କ ମୃତ୍ୟୁ ହେବ କି ନାହିଁ ସେ ନେଇ ଖୋଲାଖୋଲି କହିନଥିଲେ ମଧ୍ୟ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇପାରେ ବୋଲି କହିଛନ୍ତି ବାବା ବେଙ୍ଗା। ତେବେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ତାଙ୍କ କାର୍ଯ୍ୟାଳୟର ଲୋକମାନେ ଷଡ଼ଯନ୍ତ୍ର କରି ଏହି ଆକ୍ରମଣ କରିବେ।

ସୂଚନାଯୋଗ୍ୟ ଯେ ବାବା ବେଙ୍ଗା ବୁଲଗେରିଆ ବାସିନ୍ଦା। ତାଙ୍କ ପ୍ରକୃତ ନାମ ହେଉଛି ବେଙ୍ଗୋଲିଆ ପାଣ୍ଡବା ଦିମିତ୍ରୋବା। ୧୯୧୧ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ। ୧୨ ବର୍ଷ ବୟସରେ ଏକ ବାତ୍ୟା ବେଳେ ସେ ନିଜ ଦୁଇ ଆଖି ହରାଇ ବସିଥିଲେ। ଏହା ପରେ ସେ ଜାଣିବାକୁ ପାଇଥିଲେ ଯେ ସେ ଭବିଷ୍ୟତକୁ ଦେଖିପାରୁଛନ୍ତି। ୧୯୬୬ ମସିହାରେ ତାଙ୍କ ଦେହାନ୍ତ ହୋଇଥିଲା। ମୃତ୍ୟୁ ପୂର୍ବରୁ ସେ ପ୍ରାୟ ୧୦୦ଟି ଭବିଷ୍ୟବାଣୀ କରିଥିଲେ।

WCW 11

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

20 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

22 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

25 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

32 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

47 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago