ଦେଶ ବିଦେଶ

ହ୍ଵାଇଟ ହାଉସ୍‌ ଦ୍ୱାରରେ ଜୋ ବାଇଡେନ୍, ଲକ୍ଷ୍ୟ ଠାରୁ ଆଉ ପାଦେ ଦୂରରେ

ହ୍ଵାଇଟ ହାଉସ୍‌ ଦ୍ୱାରରେ ଜୋ ବାଇଡେନ୍‌ । ମ୍ୟାଜିକ ନମ୍ବରରୁ ଆଉ ଗୋଟିଏ ପାଦ ଦୂର । ଆଉ ଗୋଟିଏ ରାଜ୍ୟରେ ବିଜୟ ହାସଲ କଲେ ବାଇଡେନ୍‌ଙ୍କ ରାସ୍ତା ସଫା ହୋଇଯିବ । ଅନ୍ୟ ଦୃଷ୍ଟିରୁ ଦେଖିଲେ ବାଇଡେନ୍‌ ଆମେରିକା ନୂଆ ରାଷ୍ଟ୍ରପତି ହେବା ଆଶା ଏକ ପ୍ରକାର ଉଜ୍ଜ୍ୱଳ ହୋଇ ସାରିଲାଣି । ଆଜି ନିଜ ଉଦବୋଧନରେ ଜୋ ବାଇଡ଼େନ କହିଛନ୍ତିକି, ଆମେ ରେସ୍‌ ଜିତିବାକୁ ଯାଉଛୁ । ଆମେ ୫୩୮ରୁ ୩୦୦ରୁ ଅଧିକ ଇଲେକ୍ଟୋରାଲ ଭୋଟ୍‌ ପାଇବୁ । ବିଜୟ ଆମର ନିଶ୍ଚିନ୍ତ । ଆମେରିକାରେ ଭୋଟ ଗ୍ରହଣର ୩ ଦିନ ପରେ ବି ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ସ୍ଥିତି ସ୍ପଷ୍ଟ ହୋଇ ପାରୁନାହିଁ । ଅନ୍ୟପକ୍ଷରେ ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ଜୋ ବାଇଡେନ୍‌ ୨୬୪ ଇଲେକ୍ଟୋରାଲ ଭୋଟ ସହ ଅତ୍ୟନ୍ତ ସୁଦୃଢ଼ ସ୍ଥିତିରେ ଅଛନ୍ତି । ତାଙ୍କ ବିଜୟ ସୁନିଶ୍ଚିତ ବୋଲି କୁହାଯାଉଛି ।

ଯେବେକି ଡୋନାଲ୍ଡ ଟ୍ରମ୍ପ ୨୧୪ ଇଲେକ୍ଟୋରାଲ ଭୋଟ ହାସଲ କରି ଦୌଡର ବହୁ ପଛରେ ଅଛନ୍ତି । ତେବେ ଟ୍ରମ୍ପ ଏହି ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ରରେ ଗଣତି ବନ୍ଦ କରିବାକୁ ଟ୍ରମ୍ପ ସମର୍ଥକ ମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଜର୍ଜିଆ ଓ ମିସିଗନ ରିପବ୍ଲିକାନ ପାର୍ଟିର ଗଡ଼ ହୋଇଥିବା ବେଳେ ଏଠାରେ ଟ୍ରମ୍ପ ପଛୁଆ ରହିବା ଟ୍ରମ୍ପଙ୍କୁ ଏକ ବଡ ଝଟକା ଦେଇଛି । ଏହା ବାଦ ପେନ୍ସିଲଭାନିଆରେ ବି ପଛରେ ଅଛି ରିପବ୍ଲିକ । ବିଜୟ ହେବା ପରେ ଆମେରିକାରେ କଣ କଣ ନୂଆ ପଦକ୍ଷେପ ନିଆଯିବ ସେନେଇ ଦେଶବାସୀଙ୍କୁ ଦେଇଥିବା ନିଜ ଉଦବୋଧନରେ କହିଛନ୍ତି ।

 

KNews Bureau

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

25 seconds ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

11 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

22 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

50 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago