ସ୍ପେଶାଲ

ଜାଣନ୍ତୁ ପ୍ରଥମ ଦୃଷ୍ଟହୀନ ଆଇଏଏସ ଅଫିସର ପ୍ରାଞ୍ଜଳ ପାଟିଲଙ୍କ ବିଷୟରେ, ଠାରେ ପଢିବେ ତ ଆପଣଙ୍କ ଜୀବନରେ ସଫଳତା ନିଶ୍ଚୟ

ଆମେ ଦୁନିଆରେ ଘଟୁଥିବା ଅନେକ ଦୃଶ୍ୟ ଦେଖୁଛନ୍ତି ଯାହା ଆମକୁ ବହୁତ କଥା ଶିକ୍ଷା ଦେଇଥାଏ, ଆମ ମନୋବଳକୁ ଦୃଢ଼ କରିବାରେ ସାହାଯ୍ୟ କରିଥାଏ। ଆଜି ଆମେ ଆପଣଙ୍କ ପାଇଁ ଏମିତି ଜଣେ ବ୍ୟକ୍ତିତ୍ୱଙ୍କୁ ନେଇ ଆସିଛୁ। ଯାହାଙ୍କ ବିଷୟରେ ଜାଣିବା ପରେ ଆପଣ ନିହାତି ଭାବରେ ଜାଣିଯିବେ ଯେ ଦୁନିଆରେ କିଛି ବି ଅସମ୍ଭବ ନୁହେଁ। ଆମେ ଆଜି ଯାହାଙ୍କ ବିଷୟରେ ଆପଣଙ୍କୁ କହୁଛୁ ସେ ନିଜ ସଂଘର୍ଷ ବଳରେ ୟୁପିଏସସି ଭଳି ଟପେଷ୍ଟ ଏକଜାମକୁ କେବଳ କ୍ରାକ କରିନାହାଁନ୍ତି ବରଂ ଭଲ ରାଙ୍କ ବି ଆଣିଛନ୍ତି। ଆମେ କହୁଛୁ ଭାରତର ପ୍ରଥମ ଦୃଷ୍ଟହୀନ ଆଇଏଏସ ଅଫିସର ପ୍ରାଞ୍ଜଳ ପାଟିଲଙ୍କ ବିଷୟରେ।

ପ୍ରାଞ୍ଜଳ ପାଟୀଲ ଆଜି ଦେଶର କୋଟିକୋଟି ଯୁବଗୋଷ୍ଠି, ଯେଉଁମାନେ ସିଭିଲ୍‌ ସର୍ଭିସ ପରୀକ୍ଷା ପ୍ରସ୍ତୁତି କରୁଛନ୍ତି ସେମାନଙ୍କ ପାଇଁ ରୋଲ ମଡେଲଙ୍କ ଠାରୁ କମ୍‌ ନୁହେଁ। ପ୍ରାଞ୍ଜଳଙ୍କ ମନୋବଳକୁ ଭାଙ୍ଗିପାରିନଥିଲା ଆଖି। ସେ ତାଙ୍କର ଏହି ଅଭାବକୁ ସାଥିରେ ଧରି ଆଗକୁ ଯିବାକୁ ଚାହିଁଲେ ଏବଂ ସଫଳତାର ପାହାଚ ଚଢ଼ିବାକୁ ଚାହିଁଲେ। ଦୃଷ୍ଟିହୀନ ତାଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗି ପାରିଲାନାହିଁ। ସେ ୨୦୧୬ରେ ପ୍ରଥମ ଥର ପାଇଁ ୟୁପିଏସି ପରୀକ୍ଷା ଦେଇଥିଲେ, ସେତେବେଳେ ସେ ୭୩୩ ରାଙ୍କ ହାସଲ କରିଥିଲେ।

ଯେତେବେଳେ ପ୍ରାଞ୍ଜଳ ପାଟୀଲ ୬ ବର୍ଷର ହୋଇଥିଲେ, ସେତେବେଳେ ତାଙ୍କର ଜଣେ ସହପାଠୀ ତାଙ୍କ ଆଖିରେ ପେନସିଲ ଭର୍ତ୍ତି କରିଦେଇଥିଲେ। ଯାହାପରେ ସେ ଗମ୍ଭୀର ଭାବରେ ଆହତ ହୋଇଥିଲେ ଆଉ ତାଙ୍କର ଗୋଟେ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ଏହାପରେ ଡାକ୍ତର ତାଙ୍କୁ କହିଥିଲେ ଯେ ଭବିଷ୍ୟତରେ ହୋଇପାରେ ତାଙ୍କର ଅନ୍ୟ ଏକ ଆଖି ଖରାପ ମଧ୍ୟ ହୋଇପାରେ। ଆଉ କିଛି ଏପରି ହିଁ ହେଲା ପ୍ରାଞ୍ଜଳଙ୍କୁ ଅନ୍ୟ ଏକ ଆଖିର ଦୃଷ୍ଟି ବି ଚାଲିଗଲା। ଏଭଳି ଏକ ଅସମୟରେ ପ୍ରାଞ୍ଜଳଙ୍କ ବାପା ମାଆ ତାଙ୍କ ସହିତ ଢ଼ାଲ ହୋଇ ଛିଡାହେଲେ। ୨୮ ବର୍ଷିୟ ପ୍ରାଞ୍ଜଳଙ୍କ ଜନ୍ମ ମହରାଷ୍ଟ୍ରର ଉଲ୍ଲାସ ନଗରରେ ହୋଇଥିଲା। ସେ ବ୍ରେଲ ଲିପି ସ୍ୱଫ୍ଟଓ୍ଵୟାର ସାହାଯ୍ୟରେ ନିଜ ପାଠପଢ଼ା ଜାରି ରଖିଲେ।

ପ୍ରାଞ୍ଜଳ ପାଟୀଲ ଜେଏନୟୁ ୟୁନିଭର୍ସିଟୀରୁ ଇଣ୍ଟରନ୍ୟାସନାଲ ରିଲେସନ୍ସରେ ଗ୍ରାଜୁଏସନ କରିଛନ୍ତି। ସେ ପିଏଚଡି ଏବଂ ଏମଫିଲ ଭଳି ଡିଗ୍ରି ବି ହାସଲ କରିଛନ୍ତି। ଜଣେ ଦୃଷ୍ଟିହୀନ ହୋଇ ବି ସେ ୟୁପିଏସିରେ ୭୩୩ ରାଙ୍କ ହାସଲ କରି ସେ ଏବେ ଏର୍ଣ୍ଣାକୁଲମରେ ସବକଲେକ୍ଟର ଭାବରେ କାଯ୍ୟର୍ରତ ଅଛନ୍ତି। ପ୍ରାଞ୍ଜଳ ପାଟୀଲ ଏମିତି ଏକ ବ୍ୟବସ୍ଥା ବନାଇବାକୁ ଚାହୁଁଛନ୍ତି, ଯେଉଁଥିରେ କାହାକୁ ଭେଦଭାବ କରାନଯାଇ ସମସ୍ତଙ୍କୁ ସମାନ ଅଧିକାର ମିଳିପାରିବ। ପ୍ରାଞ୍ଜଳ କୁହନ୍ତି ଯେ କେବେବି ହାର ମାନିବା ଅନୁଚିତ, ଆମେ ସବୁକିଛି ପାଇପାରିବା ଯାହା ଆମକୁ ଦରକାର। ଆପଣ ବି କରିପାରିବେ ଯଦି ଆପଣଙ୍କ ମନରେ କିଛି କରିଦେଖାଇବାର ଜୋସ୍‌ ଥିବ ତାହେଲେ। ଆପଣଙ୍କୁ ସେତେ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବା ଉଚିତ ଯେବେ ପର୍ଯ୍ୟନ୍ତ ଆପଣ ସଫଳତା ପାଇନାହାଁନ୍ତି।

Pritiparna

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

10 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

21 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

49 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

2 hours ago