ଜାଣନ୍ତୁ ପ୍ରଥମ ଦୃଷ୍ଟହୀନ ଆଇଏଏସ ଅଫିସର ପ୍ରାଞ୍ଜଳ ପାଟିଲଙ୍କ ବିଷୟରେ, ଠାରେ ପଢିବେ ତ ଆପଣଙ୍କ ଜୀବନରେ ସଫଳତା ନିଶ୍ଚୟ

ଆମେ ଦୁନିଆରେ ଘଟୁଥିବା ଅନେକ ଦୃଶ୍ୟ ଦେଖୁଛନ୍ତି ଯାହା ଆମକୁ ବହୁତ କଥା ଶିକ୍ଷା ଦେଇଥାଏ, ଆମ ମନୋବଳକୁ ଦୃଢ଼ କରିବାରେ ସାହାଯ୍ୟ କରିଥାଏ। ଆଜି ଆମେ ଆପଣଙ୍କ ପାଇଁ ଏମିତି ଜଣେ ବ୍ୟକ୍ତିତ୍ୱଙ୍କୁ ନେଇ ଆସିଛୁ। ଯାହାଙ୍କ ବିଷୟରେ ଜାଣିବା ପରେ ଆପଣ ନିହାତି ଭାବରେ ଜାଣିଯିବେ ଯେ ଦୁନିଆରେ କିଛି ବି ଅସମ୍ଭବ ନୁହେଁ। ଆମେ ଆଜି ଯାହାଙ୍କ ବିଷୟରେ ଆପଣଙ୍କୁ କହୁଛୁ ସେ ନିଜ ସଂଘର୍ଷ ବଳରେ ୟୁପିଏସସି ଭଳି ଟପେଷ୍ଟ ଏକଜାମକୁ କେବଳ କ୍ରାକ କରିନାହାଁନ୍ତି ବରଂ ଭଲ ରାଙ୍କ ବି ଆଣିଛନ୍ତି। ଆମେ କହୁଛୁ ଭାରତର ପ୍ରଥମ ଦୃଷ୍ଟହୀନ ଆଇଏଏସ ଅଫିସର ପ୍ରାଞ୍ଜଳ ପାଟିଲଙ୍କ ବିଷୟରେ।

ପ୍ରାଞ୍ଜଳ ପାଟୀଲ ଆଜି ଦେଶର କୋଟିକୋଟି ଯୁବଗୋଷ୍ଠି, ଯେଉଁମାନେ ସିଭିଲ୍‌ ସର୍ଭିସ ପରୀକ୍ଷା ପ୍ରସ୍ତୁତି କରୁଛନ୍ତି ସେମାନଙ୍କ ପାଇଁ ରୋଲ ମଡେଲଙ୍କ ଠାରୁ କମ୍‌ ନୁହେଁ। ପ୍ରାଞ୍ଜଳଙ୍କ ମନୋବଳକୁ ଭାଙ୍ଗିପାରିନଥିଲା ଆଖି। ସେ ତାଙ୍କର ଏହି ଅଭାବକୁ ସାଥିରେ ଧରି ଆଗକୁ ଯିବାକୁ ଚାହିଁଲେ ଏବଂ ସଫଳତାର ପାହାଚ ଚଢ଼ିବାକୁ ଚାହିଁଲେ। ଦୃଷ୍ଟିହୀନ ତାଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗି ପାରିଲାନାହିଁ। ସେ ୨୦୧୬ରେ ପ୍ରଥମ ଥର ପାଇଁ ୟୁପିଏସି ପରୀକ୍ଷା ଦେଇଥିଲେ, ସେତେବେଳେ ସେ ୭୩୩ ରାଙ୍କ ହାସଲ କରିଥିଲେ।

pranjalଯେତେବେଳେ ପ୍ରାଞ୍ଜଳ ପାଟୀଲ ୬ ବର୍ଷର ହୋଇଥିଲେ, ସେତେବେଳେ ତାଙ୍କର ଜଣେ ସହପାଠୀ ତାଙ୍କ ଆଖିରେ ପେନସିଲ ଭର୍ତ୍ତି କରିଦେଇଥିଲେ। ଯାହାପରେ ସେ ଗମ୍ଭୀର ଭାବରେ ଆହତ ହୋଇଥିଲେ ଆଉ ତାଙ୍କର ଗୋଟେ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ଏହାପରେ ଡାକ୍ତର ତାଙ୍କୁ କହିଥିଲେ ଯେ ଭବିଷ୍ୟତରେ ହୋଇପାରେ ତାଙ୍କର ଅନ୍ୟ ଏକ ଆଖି ଖରାପ ମଧ୍ୟ ହୋଇପାରେ। ଆଉ କିଛି ଏପରି ହିଁ ହେଲା ପ୍ରାଞ୍ଜଳଙ୍କୁ ଅନ୍ୟ ଏକ ଆଖିର ଦୃଷ୍ଟି ବି ଚାଲିଗଲା। ଏଭଳି ଏକ ଅସମୟରେ ପ୍ରାଞ୍ଜଳଙ୍କ ବାପା ମାଆ ତାଙ୍କ ସହିତ ଢ଼ାଲ ହୋଇ ଛିଡାହେଲେ। ୨୮ ବର୍ଷିୟ ପ୍ରାଞ୍ଜଳଙ୍କ ଜନ୍ମ ମହରାଷ୍ଟ୍ରର ଉଲ୍ଲାସ ନଗରରେ ହୋଇଥିଲା। ସେ ବ୍ରେଲ ଲିପି ସ୍ୱଫ୍ଟଓ୍ଵୟାର ସାହାଯ୍ୟରେ ନିଜ ପାଠପଢ଼ା ଜାରି ରଖିଲେ।

ପ୍ରାଞ୍ଜଳ ପାଟୀଲ ଜେଏନୟୁ ୟୁନିଭର୍ସିଟୀରୁ ଇଣ୍ଟରନ୍ୟାସନାଲ ରିଲେସନ୍ସରେ ଗ୍ରାଜୁଏସନ କରିଛନ୍ତି। ସେ ପିଏଚଡି ଏବଂ ଏମଫିଲ ଭଳି ଡିଗ୍ରି ବି ହାସଲ କରିଛନ୍ତି। ଜଣେ ଦୃଷ୍ଟିହୀନ ହୋଇ ବି ସେ ୟୁପିଏସିରେ ୭୩୩ ରାଙ୍କ ହାସଲ କରି ସେ ଏବେ ଏର୍ଣ୍ଣାକୁଲମରେ ସବକଲେକ୍ଟର ଭାବରେ କାଯ୍ୟର୍ରତ ଅଛନ୍ତି। ପ୍ରାଞ୍ଜଳ ପାଟୀଲ ଏମିତି ଏକ ବ୍ୟବସ୍ଥା ବନାଇବାକୁ ଚାହୁଁଛନ୍ତି, ଯେଉଁଥିରେ କାହାକୁ ଭେଦଭାବ କରାନଯାଇ ସମସ୍ତଙ୍କୁ ସମାନ ଅଧିକାର ମିଳିପାରିବ। ପ୍ରାଞ୍ଜଳ କୁହନ୍ତି ଯେ କେବେବି ହାର ମାନିବା ଅନୁଚିତ, ଆମେ ସବୁକିଛି ପାଇପାରିବା ଯାହା ଆମକୁ ଦରକାର। ଆପଣ ବି କରିପାରିବେ ଯଦି ଆପଣଙ୍କ ମନରେ କିଛି କରିଦେଖାଇବାର ଜୋସ୍‌ ଥିବ ତାହେଲେ। ଆପଣଙ୍କୁ ସେତେ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବା ଉଚିତ ଯେବେ ପର୍ଯ୍ୟନ୍ତ ଆପଣ ସଫଳତା ପାଇନାହାଁନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.