ସ୍ପେଶାଲ

ଗଜପତି ଜିଲ୍ଲାର ସୁପର-୫୦: ଅନିଶ୍ଚିତତା ଭିତରେ ଗତିକରୁଛି ଏମାନଙ୍କ ଭବିଷ୍ୟତ, ସରକାରଙ୍କ ଯୋଜନା ସାତ ସପନ

ଗଜପତି(କେନ୍ୟୁଜ୍): କେହି କୋମଳମତି ଶିଶୁ ଯେପରି ଶିକ୍ଷା ଅଧିକାରରୁ ବଞ୍ଚିତ ନହୁଅନ୍ତୁ ସେଥିପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଯେଉଁଥି ପାଇଁ କୋଟି କୋଟି ଟଙ୍କା ବୟ ଅଟକଳ କରାଯାଉଛି । ଆଦିବାସୀ ଶିଶୁଙ୍କ ଶିକ୍ଷା କଥା କହିଲେ ସେମାନଙ୍କ ପାଇଁ ଆହୁରି ଅନେକ ସ୍ବତନ୍ତ୍ର ଯୋଜନା କରାଯାଉଛି । କିନ୍ତୁ ତୃଣମୂଳ ସ୍ତରରେ ଏହାର କେତେଦୂର ସଫଳ ରୂପାୟନ ହେଉଛି ତାହାକୁ ପଚାରେ କିଏ । କିଛି ସୁବିଧାବାଦୀ ଓ କାମଚୋର ସରକାରୀ କର୍ମଚାରୀଙ୍କ ପାଇଁ ଏସବୁ ଯୋଜନା ଲୋକଙ୍କ ନିକଟରେ ପହଁଚିପାରୁନି । ଯାହାର ପ୍ରକୃତ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ।

ଏ ହେଉଛି ଗଜପତି ଜିଲ୍ଲା କାଶୀନଗର ବ୍ଳକ୍ ଅନ୍ତର୍ଗତ ପାର୍ତ୍ତଡା ପଞ୍ଚାୟତର ଆରିମ୍ବା ଗାଁ । ଯେଉଁଠାକୁ ପହଁଚିବା ଏତେ ସହଜ ନୁହେଁ । ଚାଷବାସ ସହ ଜଙ୍ଗଲର ଲଘୁଜାତ ଦ୍ରବ୍ଯ ଓ ପଶୁପାଳନ ଏମାନଙ୍କର ପ୍ରମୁଖ ଜୀବିକା । ଦିନକୁ ଦୁଇମୁଠା ଖାଇବାର ଚିନ୍ତା ସହ ପ୍ରତ୍ୟକ ଦିନ ସଂଗ୍ରାମ କରୁଥିବା ଏହି ଗାଁ ଲୋକେ ଅତ୍ଯନ୍ତ ଗରିବ । ତେବେ ୧୯୮୧ ମସିହାରେ ଆରିମ୍ବା ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । କିନ୍ତୁ ସପ୍ତାହକୁ ଦିନେ କି ଦୁଇ ଦିନ ଆସୁଥିଲେ ଏଠାରେ ନିଯୁକ୍ତି ପାଇଥିବା ଶିକ୍ଷକ ମାନେ । ପରେ ୨୦୧୮ ମସିହାରେ ବାତ୍ୟା ତିତିଲିରେ ବିଦ୍ୟାଳୟର ଛାତ ଉଡିଯିବା ସହିତ ଜରାଜିର୍ଣ୍ଣ ଅବସ୍ଥାକୁ ଚାଲିଆସିଲା । ଯାହାପରେ କୋଠାକୁ ପୁର୍ନବାର ମରାମତି କରାଗଲା ନାହିଁ । ଫଳରେ ଖରା,ବର୍ଷା,ଶୀତ ସହି ପିଲାମାନେ ଗଛ ତଳେ ପାଠପଢୁଥିଲେ । କିନ୍ତୁ ଏଥିରେ ଅସନ୍ତୁଷ୍ଟ ହୋଇ ଅଭିଭାବକ ମାନେ ପିଲାମାନଙ୍କୁ ବିଦ୍ୟାଳୟକୁ ଛାଡବା ବନ୍ଦ କରିଦେଲେ ଫଳରେ ଧିରେ ଧିରେ ବିଦ୍ୟାଳୟରେ ପିଲା ସଂଖ୍ୟା କମିବାକୁ ଲାଗିଲା ।

ଏହି ବିଦ୍ୟାଳୟ ଉପରେ ପାର୍ତ୍ତଡା ପଞ୍ଚାୟତର ୱାର୍ଡ ନମ୍ବର-୯ ଏବଂ୧୦ର ଆରିମ୍ବା ଗ୍ରାମର ଉପର ଆରିମ୍ବା,ତଳ ଆରିମ୍ବା,ଗମାଙ୍ଗ ସାହି,ସରଗରଜଙ୍ଗ ସାହି,ରୁମ୍ବାଉଲ ସାହି,ପାରାଲଡୁକ ସାହି,ଇଡିଉଲ ସାହି,ସାଧୁଆର ସାହି,ବାନ୍ଦୁରସିଂ ସାହିର ଲୋକେ ନିର୍ଭର କରୁଥିଲେ । କିନ୍ତୁ ଗତ ଜାନୁଆରୀ ୧୪ରେ ଏହି ବିଦ୍ୟାଳୟକୁ ଉପସ୍ଥାନ କମ୍ ଘୋଷଣା କରାଯାଇ ବନ୍ଦ କରିଦିଆଯାଇଛି । ତେବେ ସେହି ସମୟରେ ଏନେଇ କୌଣସି ପ୍ରକାରର ଆଲୋଚନା ଗ୍ରାମବାସୀଙ୍କ ସହିତ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଯାହାଫଳରେ ବର୍ତ୍ତମାନ ସେଠାରେ ପଢୁଥିବା ୫୦ଜଣ ଶିଶୁ ଶିକ୍ଷା ଅଧିକାରରୁ ବଞ୍ଚିତ ହୋଇଛନ୍ତି ।

ପାହାଡିଆ ଅଧପାନ୍ତରିଆ ସଡକ ସାଙ୍ଗକୁ ଜଙ୍ଗଲି ଜନ୍ତୁଙ୍କ ଭୟ ଓ ଆର୍ଥିକ ଅନାଟନ ୫୦ପିଲାଙ୍କ ପାଠ ପଢାରେ ଡୋରି ବାନ୍ଧି ଦେଇଛି । ବର୍ତ୍ତମାନ ଏମାନେ ଏଣେତେଣେ ବୁଲିବା ସହିତ ଖେଳକୁଦ କରୁଛନ୍ତି । ସେପଟେ ଅଭିଭାବକମାନେ ଆର୍ଥିକ ଅଭାବ ସାଙ୍ଗକୁ ନିଜ ପିଲାଙ୍କ ଜୀବନ ପ୍ରତି ବିପଦ ମଣି ୬କିମି ଦୁରରେ ଥିବା ପାର୍ତ୍ତଢା ବିଦ୍ୟାଳୟକୁ ପଠାଉନାହାନ୍ତି । ଅନ୍ୟପଟେ ଏହି ସୁପର ଫିପ୍ଟି ପାଇଁ ସର୍ଭେ କରାଯାଇ ସେମାନଙ୍କ ଶିକ୍ଷା ବ୍ୟବସ୍ଥା ୮ଦିନ ଭିତରେ କରାଯିବ ବୋଲି ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ କହିଛନ୍ତି ।

ଗଜପତିରୁ ସନ୍ତୋଷ କୁମାର ପଟ୍ଟନାୟକଙ୍କ ରିପୋର୍ଟ ,କେନ୍ୟୁଜ୍

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

32 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

33 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago