Categories: ସ୍ପେଶାଲ

ଏଇ ଭାରତରେ : ହିମାଳୟର ଏକ ଗାଁରେ ଏବେବି ଅକ୍ଷୁଣ୍ଣ ଅବସ୍ଥାରେ ରହିଛି ବୌଦ୍ଧ ସନ୍ନ୍ୟାସୀଙ୍କ ୫୦୦ ବର୍ଷର ‘ମମି’

ଦେବଭୂମି ଭାରତ । ଏଇ ଭାରତରେ ଏମିତି ଅନେକ ରହସ୍ୟ ଲୁଚି ରହିଛି ଯାହା ସମସ୍ତଙ୍କୁ ଅଜଣା । ଏମିତି ଏକ ରହସ୍ୟମୟ ଜାଗାରେ ରହିଛି ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ମମି ବା ମୃତଦେହ । ଯାହା ପ୍ରାୟ ୫୦୦ ବର୍ଷର ପୁରୁଣା । ହେଲେ ଏବେ ଦେଖିଲେ ଲାଗୁଛି ଯେମିତି ଧ୍ୟାନରେ ବସିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ମୃତଦେହକୁ କୌଣସି କେମିକାଲ ଦ୍ୱାରା ସଂରକ୍ଷିତ କରି ରଖାଯାଇ ନାହିଁ । କେବଳ ଗୋଟିଏ କାଚର ଘର ଭିତରେ ରହିଛି ବୌଦ୍ଧ ସନ୍ନ୍ୟାସୀ ସାଂଘା ତେନଜିନ୍‌ଙ୍କ ମମି ।

ହିମାଚଳ ପ୍ରଦେଶର ହିମାଳୟ ପର୍ବତ ଅଞ୍ଚଳ । ଠିକ୍‌ ତିବ୍ଦତ ସୀମାରୁ ମାତ୍ର ୯ କିଲୋମିଟର ଦୂରରେ ଥିବା ସ୍ପିଟି ଉପତ୍ୟକାରେ ରହିଛି ଏକ ଛୋଟିଆ ଗାଁ । ଗାଁ ନାଁ ହେଛି ଗୁଏ । ଏଇଠି ରହିଛି ସାଂଘା ତେନଜିନ୍‌ଙ୍କ ୫୦୦ ବର୍ଷ ତଳର ମୃତଦେହ । କେବଳ ଦେହ ଭିତରେ ମାଂସ ସିନା ନାହିଁ ହେଲେ ହାଡ଼ ଓ ତା ଉପର ଚମଡ଼ା ସେମିତି ଅକ୍ଷୁଣ୍ଣ ରହିଛି । ଖାଲି ଯାହା କଳା ପଡ଼ିଯାଇଛି । ଏମିତିକି ମୁଣ୍ଡର କିଛି କିଛି ବାଳ ମଧ୍ୟ ଅତୁଟ ରହିଛି । ପୁଣି ଦୁଇ ଓଠ ଭିତରୁ ଦେଖା ଯାଉଛି ଦାନ୍ତ ।


ଏବେବି ବୈଜ୍ଞାନକମାନେ ଆଚମ୍ବିତ ଯେ ବିନା କୌଣସି ରାସାୟନିକ ପଦାର୍ଥରେ କିଭଳି ଏହି ମୃଦେହ ଏତେ ଦିନ ଧରି ଅକ୍ଷୁଣ୍ଣ ରହିଛି । ୧୯୭୫ ମସିହାରେ ଭୂମିକମ୍ପ ଯୋଗୁଁ ଏଠାରେ କ୍ଷତି ଘଟିଥିଲା । ଏକ ସ୍ତୁପ ଉପରେ ଥିଲା ଏହି ‘ମମି’ । ଏହି ସମୟରେ ତେନଜିନ୍‌ଙ୍କ ମୃତଦେହ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ସେହି ସମୟରେ ଆବିଷ୍କାର ହେଲା ଏହି ‘ମମି’ । ସେବେଠାରୁ ଏକ ଗୋଟିକିଆ କଂକ୍ରିଟ୍‌ କୋଠରୀରେ କାଚର ଘର ଭିତରେ ରଖାଯାଇଛି ମୃତଦେହକୁ ।
ବୈଜ୍ଞାନିକମାନଙ୍କ ମତରେ ସେତେବେଳେ ବୌଦ୍ଧ ସନ୍ନ୍ୟାସୀମାନେ ମୋକ୍ଷ ପ୍ରାପ୍ତି ନିମନ୍ତେ ଉପବାସ କରୁଥିଲେ । ଅବଶ୍ୟ ଏହା ପାଖରେ ଏକ ସୁଦୃଶ୍ୟ ମନ୍ଦିର ନିର୍ମାଣ କରାଯାଇଛି । ଏହା ଏବେ ଏକ ପର୍ଯ୍ୟଟନସ୍ଥଳୀରେ ପାଲଟି ଯାଇଛି ।

ମୃତ୍ୟୁ ପର୍ଯ୍ୟନ୍ତ ଏହି ଉପବାସ ଜାରି ରହୁଥିଲା । ଏହି ସମୟରେ ସେମାନେ ଏକ ଗଛର ପତ୍ର, ଚେର ଓ କୋଳି ଆଦି ଖାଉଥିଲେ । ଯାହା ସେମାନଙ୍କ ଦେହରେ ଥିବା ‘ଫ୍ୟାଟ୍‌’ ଅଂଶକୁ କମାଇ ଦେଉଥିଲା । ଅନ୍ୟପଟେ ଏହି ଗଛର ଚେର ଓ ପତ୍ର ଆଦିରେ ରହିଥିବା ଔଷଧୀୟ ଗୁଣ ଯୋଗୁଁ ମୃତ୍ୟୁ ପରେ ସେମାନଙ୍କ ଶରୀରରେ ପୋକ ଯୋକ ଲାଗୁ ନଥିଲେ । ଠିକ୍‌ ସେହିଭଳି ଭାବେ ତେନଜିନ୍‌ଙ୍କ ମୃତଦେହ ସଂରକ୍ଷିତ ରହିଛି । ଆଂଠୁ ଉପରେ ନିଜର ମୁହଁ ରଖି ବସିବା ମୁଦ୍ରାରେ ରହିଛି ମୃତଦେହ । ଲାଗୁଛି ସେହି ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଆଉ କିଛି ବିଶେଷଜ୍ଞଙ୍କ ମତରେ ବ୍ୟାପକ ଯୋଗ ପ୍ରାଣାୟାମ କରୁଥିବା ବ୍ୟକ୍ତିଙ୍କର ମୃତଦେହ ମଧ୍ୟ ଏଭଳି ଅକ୍ଷୁଣ୍ଣ ରହି ପାରିବ । ହେଲେ ଏହି ରହସ୍ୟମୟ ‘ମମି’ କିଭଳି ଏତେଦିନ ଧରି ବିନା କୌଣସି ରକ୍ଷଣାବେକ୍ଷଣରେ ରହିଛି ସେ କଥା ଏବେବି ସମସ୍ତଙ୍କ ପାଇଁ ରହସ୍ୟ ହୋଇ ରହିଛି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ପୁରୁଣା ବନ୍ଧୁଙ୍କ ସହ ଭେଟ କରିବା ଯୋଗୁ ଖୁସି ରହିବେ

ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…

7 hours ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

9 hours ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

9 hours ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

9 hours ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

10 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

11 hours ago