Below header

ଏଇ ଭାରତରେ : ହିମାଳୟର ଏକ ଗାଁରେ ଏବେବି ଅକ୍ଷୁଣ୍ଣ ଅବସ୍ଥାରେ ରହିଛି ବୌଦ୍ଧ ସନ୍ନ୍ୟାସୀଙ୍କ ୫୦୦ ବର୍ଷର ‘ମମି’

ଦେବଭୂମି ଭାରତ । ଏଇ ଭାରତରେ ଏମିତି ଅନେକ ରହସ୍ୟ ଲୁଚି ରହିଛି ଯାହା ସମସ୍ତଙ୍କୁ ଅଜଣା । ଏମିତି ଏକ ରହସ୍ୟମୟ ଜାଗାରେ ରହିଛି ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ମମି ବା ମୃତଦେହ । ଯାହା ପ୍ରାୟ ୫୦୦ ବର୍ଷର ପୁରୁଣା । ହେଲେ ଏବେ ଦେଖିଲେ ଲାଗୁଛି ଯେମିତି ଧ୍ୟାନରେ ବସିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ମୃତଦେହକୁ କୌଣସି କେମିକାଲ ଦ୍ୱାରା ସଂରକ୍ଷିତ କରି ରଖାଯାଇ ନାହିଁ । କେବଳ ଗୋଟିଏ କାଚର ଘର ଭିତରେ ରହିଛି ବୌଦ୍ଧ ସନ୍ନ୍ୟାସୀ ସାଂଘା ତେନଜିନ୍‌ଙ୍କ ମମି ।

1Cହିମାଚଳ ପ୍ରଦେଶର ହିମାଳୟ ପର୍ବତ ଅଞ୍ଚଳ । ଠିକ୍‌ ତିବ୍ଦତ ସୀମାରୁ ମାତ୍ର ୯ କିଲୋମିଟର ଦୂରରେ ଥିବା ସ୍ପିଟି ଉପତ୍ୟକାରେ ରହିଛି ଏକ ଛୋଟିଆ ଗାଁ । ଗାଁ ନାଁ ହେଛି ଗୁଏ । ଏଇଠି ରହିଛି ସାଂଘା ତେନଜିନ୍‌ଙ୍କ ୫୦୦ ବର୍ଷ ତଳର ମୃତଦେହ । କେବଳ ଦେହ ଭିତରେ ମାଂସ ସିନା ନାହିଁ ହେଲେ ହାଡ଼ ଓ ତା ଉପର ଚମଡ଼ା ସେମିତି ଅକ୍ଷୁଣ୍ଣ ରହିଛି । ଖାଲି ଯାହା କଳା ପଡ଼ିଯାଇଛି । ଏମିତିକି ମୁଣ୍ଡର କିଛି କିଛି ବାଳ ମଧ୍ୟ ଅତୁଟ ରହିଛି । ପୁଣି ଦୁଇ ଓଠ ଭିତରୁ ଦେଖା ଯାଉଛି ଦାନ୍ତ ।

AREA-13
ଏବେବି ବୈଜ୍ଞାନକମାନେ ଆଚମ୍ବିତ ଯେ ବିନା କୌଣସି ରାସାୟନିକ ପଦାର୍ଥରେ କିଭଳି ଏହି ମୃଦେହ ଏତେ ଦିନ ଧରି ଅକ୍ଷୁଣ୍ଣ ରହିଛି । ୧୯୭୫ ମସିହାରେ ଭୂମିକମ୍ପ ଯୋଗୁଁ ଏଠାରେ କ୍ଷତି ଘଟିଥିଲା । ଏକ ସ୍ତୁପ ଉପରେ ଥିଲା ଏହି ‘ମମି’ । ଏହି ସମୟରେ ତେନଜିନ୍‌ଙ୍କ ମୃତଦେହ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ସେହି ସମୟରେ ଆବିଷ୍କାର ହେଲା ଏହି ‘ମମି’ । ସେବେଠାରୁ ଏକ ଗୋଟିକିଆ କଂକ୍ରିଟ୍‌ କୋଠରୀରେ କାଚର ଘର ଭିତରେ ରଖାଯାଇଛି ମୃତଦେହକୁ ।
ବୈଜ୍ଞାନିକମାନଙ୍କ ମତରେ ସେତେବେଳେ ବୌଦ୍ଧ ସନ୍ନ୍ୟାସୀମାନେ ମୋକ୍ଷ ପ୍ରାପ୍ତି ନିମନ୍ତେ ଉପବାସ କରୁଥିଲେ । ଅବଶ୍ୟ ଏହା ପାଖରେ ଏକ ସୁଦୃଶ୍ୟ ମନ୍ଦିର ନିର୍ମାଣ କରାଯାଇଛି । ଏହା ଏବେ ଏକ ପର୍ଯ୍ୟଟନସ୍ଥଳୀରେ ପାଲଟି ଯାଇଛି ।

MUMMY TEMPLE

ମୃତ୍ୟୁ ପର୍ଯ୍ୟନ୍ତ ଏହି ଉପବାସ ଜାରି ରହୁଥିଲା । ଏହି ସମୟରେ ସେମାନେ ଏକ ଗଛର ପତ୍ର, ଚେର ଓ କୋଳି ଆଦି ଖାଉଥିଲେ । ଯାହା ସେମାନଙ୍କ ଦେହରେ ଥିବା ‘ଫ୍ୟାଟ୍‌’ ଅଂଶକୁ କମାଇ ଦେଉଥିଲା । ଅନ୍ୟପଟେ ଏହି ଗଛର ଚେର ଓ ପତ୍ର ଆଦିରେ ରହିଥିବା ଔଷଧୀୟ ଗୁଣ ଯୋଗୁଁ ମୃତ୍ୟୁ ପରେ ସେମାନଙ୍କ ଶରୀରରେ ପୋକ ଯୋକ ଲାଗୁ ନଥିଲେ । ଠିକ୍‌ ସେହିଭଳି ଭାବେ ତେନଜିନ୍‌ଙ୍କ ମୃତଦେହ ସଂରକ୍ଷିତ ରହିଛି । ଆଂଠୁ ଉପରେ ନିଜର ମୁହଁ ରଖି ବସିବା ମୁଦ୍ରାରେ ରହିଛି ମୃତଦେହ । ଲାଗୁଛି ସେହି ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଆଉ କିଛି ବିଶେଷଜ୍ଞଙ୍କ ମତରେ ବ୍ୟାପକ ଯୋଗ ପ୍ରାଣାୟାମ କରୁଥିବା ବ୍ୟକ୍ତିଙ୍କର ମୃତଦେହ ମଧ୍ୟ ଏଭଳି ଅକ୍ଷୁଣ୍ଣ ରହି ପାରିବ । ହେଲେ ଏହି ରହସ୍ୟମୟ ‘ମମି’ କିଭଳି ଏତେଦିନ ଧରି ବିନା କୌଣସି ରକ୍ଷଣାବେକ୍ଷଣରେ ରହିଛି ସେ କଥା ଏବେବି ସମସ୍ତଙ୍କ ପାଇଁ ରହସ୍ୟ ହୋଇ ରହିଛି ।

PROJECT

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.