ସ୍ପେଶାଲ

ଆଜି ବି ସୁନାମିର କରାଳ ରୂପକୁ ଭୁଲିପାରିନାହିଁ ତାମିଲ ନାଡ଼ୁର ନାଗାତିପାଟନମ ଜିଲ୍ଲା, ନିମିଷକେ ଚାଲିଯାଇଥିଲା ୬ ହଜାର ଜୀବନ

ଆଜକୁ ଠିକ ୧୬ ବର୍ଷ ତଳେ ୨୦୦୪ ମସିହା ଆଜିର ଦିନରେ ଆସିଥିଲା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ସେହିସମୟରେ ଦେଖାଦେଇଥିବା ସୁନାମି ପୁରା ବିଶ୍ୱକୁ ଥରାଇ ଦେଇ ଥିଲା । ଭାରତ ସମେତ ଶ୍ରୀଲଙ୍କା, ଇଣ୍ଡୋନେସିଆ ସମେତ ଅନ୍ୟ କିଛି ଦେଶର ଅନେକ ସହର ମାତ୍ର କିଛି କ୍ଷଣରେ ସମୁଦ୍ର ତଟରେ ମିଶିଯାଇଥିଲେ । ଭାରତ ମହାସାଗରରେ ୯.୧୫ ରିକ୍ଟର ସ୍କେଲ ତୀଵ୍ରତାରେ ସୃଷ୍ଟି ହୋଇଥିବା ଭୂମିକମ୍ପ କାରଣରୁ ଏହି ଭୟଙ୍କର ସୁନାମି ସୃଷ୍ଟି ହୋଇଥିଲା । ଯାହା କାରଣରୁ ଉଚ୍ଚ ଲହରୀ ସୃଷ୍ଟି ହୋଇ ନିମିଷକେ ଯେମିତି ସବୁକିଛି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା ।

ଚାଲି ଯାଇଥିଲା ଲକ୍ଷ ଲକ୍ଷ ଜୀବନ । ଡିସେମ୍ବର ୨୬ ତାରିଖ ସକାଳ ୭ଟା ୫୮ ମିନିଟରେ ସୃଷ୍ଟି ହୋଇଥିବା ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଦକ୍ଷିଣ ଭାରତ, ଶ୍ରୀଲଙ୍କା ଓ ଇଣ୍ଡୋନେସିଆ । ଏହା ବାଦ କ୍ଷତିଗ୍ରସ୍ତ ହୋଇଥିଲା ଥାଇଲାଣ୍ଡ, ମେଦାଗାସ୍କର, ମାଳଦ୍ଵୀପ, ମାଲେସିଆ, ମିଆଁମାର, ସେଲେଲ୍ସ, ସୋମାଲିଆ, ତାଞ୍ଜାନିଆ, କେନିଆ ଓ ବଙ୍ଗଳାଦେଶ । ଏହି ଦୁର୍ଘଟଣାରେ ଅଢେଇ ଲକ୍ଷ ଜୀବନ ଯାଇଥିଲା । ଭୂକମ୍ପ ଓ ଏହାର ପ୍ରଭାବରେ ସୃଷ୍ଟି ହୋଇଥିବା ସୁନାମି କାରଣରୁ ଭାରତର ଆଣ୍ଡାମାନ ଦ୍ବୀପ ସମୂହ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ପୁଡୁଚେରୀରେ ପ୍ରଳୟ ସୃଷ୍ଟି ହୋଇଥିଲା ।

ଆଉ ଏହି କାରଣରୁ ହିଁ ୧୩ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ଦେଶର ପାଖାପାଖି ୭ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ । କେବଳ ତାମିଲ ନାଡ଼ୁର ନଜାତିପାଟନମ ଜିଲ୍ଲାର ୬ ହଜାରରୁ ଅଧିକ ଜୀବନ ଯାଇଥିଲା । ଯାହାକୁ ଭାରତର ସବୁଠୁ ପ୍ରଭାବିତ ସ୍ଥାନ ଭାବରେ ଧରାଯାଏ । ସାମୁଦ୍ରିକ ଝଡର ନାଁ “ସୁନାମି” ଜାପାନ ଭାଷା ଅନୁସାରେ ହିଁ ରଖାଯାଇଥିଲା ।

KNews Bureau

Recent Posts

୩୩ କେଭି ଲାଇନ ତାର ଲାଗି ୨ ଶ୍ରିମିକ ଗୁରୁତର

କାମାକ୍ଷାନଗର: ଘର କାମ କରୁଥିବା ବେଳେ ଅଘଟଣ । ଲୁହା ରଡ ଭିଡୁଥିବା ସମୟରେ ୩୩ କେଭି ଲାଇନ ତାର…

27 mins ago

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ୩୦୦୦ ପଦବୀ ଖାଲି, ୧୭ ଜୁନ୍‌ ପର୍ଯ୍ୟନ୍ତ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଅପାରଣ୍ଟିସ ପଦବୀରେ ୩୦୦୦…

33 mins ago

ଜମ୍ମୁ କଶ୍ମୀର : ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ, ୧୦ ମୃତ, ୩୩ ଗୁରୁତର

ଜମ୍ମୁ କଶ୍ମୀରର ରିଆସି ଜିଲ୍ଲାରେ ତୀର୍ଥ ଯାତ୍ରୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏଥିରେ ୧୦ ଜଣଙ୍କ…

46 mins ago

Vi ଦେଉଛି ବଢ଼ିଆ ଡିଲ୍‌, ପୂରା ବର୍ଷ ପାଇଁ ମିଳିବ ରିଚାର୍ଜ ଅଫର

ଭୋଡାଫୋନ୍ ଆଇଡିଆ ହେଉଛି ଦେଶର ତୃତୀୟ ବଡ଼ ଟେଲିକମ୍ କମ୍ପାନୀ । Viର କମ୍ ଗ୍ରାହକ ଥିଲେ ମଧ୍ୟ ଏହା…

59 mins ago

ହସ୍ପିଟାଲ ବେଡ୍‌ରୁ ଚୋରି ଶିଶୁ ଉଦ୍ଧାର, ସିସିଟିଭି ପାଇଁ ଧରାପଡିଲା ଚୋର

ବାଲେଶ୍ୱର(କେନ୍ୟୁଜ): ମେଡିକାଲରୁ ଚୋରି ଶିଶୁ ଉଦ୍ଧାର । ବାଲେଶ୍ୱର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି ।…

1 hour ago

ଓଲଟିଲା ଅମୃତଭଣ୍ଡା ଵୋଝେଇ ଟ୍ରକ, ଜଣେ ମୃତ

ସୋରୋ: ବାଲେଶ୍ଵର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ସିମୁଳିଆ ଠାରେ ଅମୃତଭଣ୍ଡାଵୋଝେଇ ଟ୍ରକ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି…

1 hour ago