Below header

ଆଜି ବି ସୁନାମିର କରାଳ ରୂପକୁ ଭୁଲିପାରିନାହିଁ ତାମିଲ ନାଡ଼ୁର ନାଗାତିପାଟନମ ଜିଲ୍ଲା, ନିମିଷକେ ଚାଲିଯାଇଥିଲା ୬ ହଜାର ଜୀବନ

ଆଜକୁ ଠିକ ୧୬ ବର୍ଷ ତଳେ ୨୦୦୪ ମସିହା ଆଜିର ଦିନରେ ଆସିଥିଲା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ସେହିସମୟରେ ଦେଖାଦେଇଥିବା ସୁନାମି ପୁରା ବିଶ୍ୱକୁ ଥରାଇ ଦେଇ ଥିଲା । ଭାରତ ସମେତ ଶ୍ରୀଲଙ୍କା, ଇଣ୍ଡୋନେସିଆ ସମେତ ଅନ୍ୟ କିଛି ଦେଶର ଅନେକ ସହର ମାତ୍ର କିଛି କ୍ଷଣରେ ସମୁଦ୍ର ତଟରେ ମିଶିଯାଇଥିଲେ । ଭାରତ ମହାସାଗରରେ ୯.୧୫ ରିକ୍ଟର ସ୍କେଲ ତୀଵ୍ରତାରେ ସୃଷ୍ଟି ହୋଇଥିବା ଭୂମିକମ୍ପ କାରଣରୁ ଏହି ଭୟଙ୍କର ସୁନାମି ସୃଷ୍ଟି ହୋଇଥିଲା । ଯାହା କାରଣରୁ ଉଚ୍ଚ ଲହରୀ ସୃଷ୍ଟି ହୋଇ ନିମିଷକେ ଯେମିତି ସବୁକିଛି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା ।tsunami

ଚାଲି ଯାଇଥିଲା ଲକ୍ଷ ଲକ୍ଷ ଜୀବନ । ଡିସେମ୍ବର ୨୬ ତାରିଖ ସକାଳ ୭ଟା ୫୮ ମିନିଟରେ ସୃଷ୍ଟି ହୋଇଥିବା ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଦକ୍ଷିଣ ଭାରତ, ଶ୍ରୀଲଙ୍କା ଓ ଇଣ୍ଡୋନେସିଆ । ଏହା ବାଦ କ୍ଷତିଗ୍ରସ୍ତ ହୋଇଥିଲା ଥାଇଲାଣ୍ଡ, ମେଦାଗାସ୍କର, ମାଳଦ୍ଵୀପ, ମାଲେସିଆ, ମିଆଁମାର, ସେଲେଲ୍ସ, ସୋମାଲିଆ, ତାଞ୍ଜାନିଆ, କେନିଆ ଓ ବଙ୍ଗଳାଦେଶ । ଏହି ଦୁର୍ଘଟଣାରେ ଅଢେଇ ଲକ୍ଷ ଜୀବନ ଯାଇଥିଲା । ଭୂକମ୍ପ ଓ ଏହାର ପ୍ରଭାବରେ ସୃଷ୍ଟି ହୋଇଥିବା ସୁନାମି କାରଣରୁ ଭାରତର ଆଣ୍ଡାମାନ ଦ୍ବୀପ ସମୂହ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ପୁଡୁଚେରୀରେ ପ୍ରଳୟ ସୃଷ୍ଟି ହୋଇଥିଲା ।

tsunami

ଆଉ ଏହି କାରଣରୁ ହିଁ ୧୩ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ଦେଶର ପାଖାପାଖି ୭ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ । କେବଳ ତାମିଲ ନାଡ଼ୁର ନଜାତିପାଟନମ ଜିଲ୍ଲାର ୬ ହଜାରରୁ ଅଧିକ ଜୀବନ ଯାଇଥିଲା । ଯାହାକୁ ଭାରତର ସବୁଠୁ ପ୍ରଭାବିତ ସ୍ଥାନ ଭାବରେ ଧରାଯାଏ । ସାମୁଦ୍ରିକ ଝଡର ନାଁ “ସୁନାମି” ଜାପାନ ଭାଷା ଅନୁସାରେ ହିଁ ରଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.