ନେହା କଲେ ପ୍ରେମ କାହାଣୀ ଖୁଲାସା, ନିଶାରେ ରୋହନପ୍ରୀତ କରିଥିଲେ ବିବାହ ପାଇଁ ପ୍ରପୋଜ

ବଲିଉଡରେ ଏବେ ଚର୍ଚ୍ଚାରେ ରହିଛନ୍ତି ରୋହନପ୍ରୀତ ଏବଂ ନେହା। ଏମାନଙ୍କ ପ୍ରେମ କାହାଣୀକୁ ନେଇ ସମସ୍ତେ ଆଶ୍ଚର୍ଯ୍ଯ ହୋଇପଡିଛନ୍ତି। ବଲିଉଡର ଜଣାଶୁଣା ସିଙ୍ଗର ନେହା କକ୍କର ଚଳିତ ବର୍ଷ ୨୪ ଅକ୍ଟୋବରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ସିଂହଙ୍କୁ ନିଜର ଜୀବନସାଥି କରିଛନ୍ତି। ନେହା ଓ ରୋହନପ୍ରୀତଙ୍କର ସାକ୍ଷାତ୍ ଚଣ୍ଡିଗଡ଼ରେ ‘ନେହୁ ଦା ବ୍ଯାହା’ ମ୍ୟୁଜିକ୍ ଭିଡ଼ିଓର ସୁଟିଂ ସମୟରେ ହୋଇଥିଲା । ଉଭୟ ପରସ୍ପରକୁ ୨ମାସ ଯାଏ ଡେଟ୍ କରିବା ପରେ ବିବାହ କରିଥିଲେ । କପିଲା ଶର୍ମା ଶୋକୁ ଆସି ନେହା ନିଜର ପ୍ରେମ କାହାଣୀ ବିଷୟରେ ଖୁଲାସା କରିଥିଲେ।

ନେହା ଶୋ’ରେ କହିଥିଲେ, ରୋହନପ୍ରୀତ ନିଶାସକ୍ତ ଥାଇ ପ୍ରପୋଜ କରିଥିଲେ । ସେ ଏହାସହ କହିଥିଲେ କି, ୨୫ ବର୍ଷିୟ ରୋହନପ୍ରୀତ ଆରମ୍ଭରେ ବିବାହକୁ ନେଇ କିଛି ମାତ୍ରାରେ ସଙ୍କୋଚ କରୁଥିଲେ , କିନ୍ତୁ ପୁଣି ଦିନେ ହଠାତ୍ ପ୍ରପୋଜ୍ କରିଥିଲେ।

 

 

View this post on Instagram

 

A post shared by Music& movies (@hindi_music_movies_)

ରୋହନପ୍ରୀତଙ୍କ ଏପରି କଥାରେ ନାରାଜ ହୋଇ ନେହା କିଛି ସମୟ ପାଇଁ ତାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ଆଉ ଥରେ ରୋହନପ୍ରୀତ ନେହା ବିନା ବଞ୍ଚିପାରିପାରିବେ ନାହିଁ, ଚାଲ ବାହା ହୋଇଯିବା ବୋଲି ମେସେଜ କରିଥିଲେ। କିନ୍ତୁ ଏହି କଥାରେ ନେହା ବିଶ୍ବାସ କରିନଥିଲେ। ରୋହନପ୍ରୀତ ବିଅର ପିଇଥିବା ଯୋଗୁଁ ନେହା ଭାବିଥିଲେ ଏହାସବୁ ମିଛ। କିନ୍ତୁ ତା’ ପରେ ଚଣ୍ଡୀଗଡରେ ଆସି ନେହାଙ୍କୁ ଦେଖାକରିଥିଲେ ରୋହନପ୍ରୀତ। ତା’ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

ସୂଚନାଯୋଗ୍ଯ, ନିକଟରେ ନେହାଙ୍କ ଗର୍ଭବତୀ ହେବା ଖବର ଭାଇରଲ ହୋଇଥିଲା। ଯାହାକୁ ନେଇ ଫ୍ଯାନ ଏବଂ ବଲିଉଡ ସେଲିବ୍ରିଟି ଆଶ୍ଚର୍ଯ୍ଯ ହୋଇଥିଲେ। କିନ୍ତୁ ତାହା ସତ ନଥିଲା। ନେହା ନିଜର ମ୍ଯୁଜିକ ଭିଡିଓ ‘ଖ୍ଯାୟାଲ ରଖ୍ଯା କର’ର ପ୍ରମୋସନ ପାଇଁ ସେପରି ଫଟୋ ସେୟାର କରି ଚର୍ଚ୍ଚାରେ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.