Below header

ପୁରୀ ସହରବାସୀଙ୍କ ପାଇଁ ଜଗା ଦର୍ଶନର ଆଜି ଦ୍ବିତୀୟ ଦିନ, ହାତ ସାନିଟାଇଜ୍‌ କରି ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି ଭକ୍ତ

ପୁରୀ(କେନ୍ୟୁଜ୍):  ଶ୍ରୀକ୍ଷେତ୍ରବାସୀ କରୁଛନ୍ତି ବଡ଼ ଠାକୁରଙ୍କ ଦର୍ଶନ । ପୁରୀ ସହରବାସୀଙ୍କ ପାଇଁ ୩୧ ତାରିଖ ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ଆଜି ହେଉଛି ଏହାର ଦ୍ୱିତୀୟ ଦିନ । ଗହଳିକୁ ଦୃଷ୍ଟିରେ ରଖି ୬ଟି ୱାର୍ଡର ଲୋକ କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ୧୩,୧୬,୧୮,୨୦,୪ ଓ ୧୭ନଂ ଓ୍ଵାର୍ଡ ବାସିନ୍ଦା କରୁଛନ୍ତି ଦର୍ଶନ ।

ହାତ ସାନିଟାଇଜ୍‌ କରି ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି ଭକ୍ତ। ମାର୍କେଟ ଛକଠାରୁ ବ୍ୟାରିକେଡରେ ପରିଚୟପତ୍ର ଓ ଟୋକନ୍‌ ଦେଖାଇ ଧାଡିରେ ଯାଇ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଭକ୍ତଙ୍କ ସୁବିଧା ପାଇଁ ୮ଟି ସ୍ୱତନ୍ତ୍ର କ୍ୟାବିନ୍‌ ତିଆରି ହୋଇଛି। ଏହାପରେ ଜାନୁଆରୀ ୩ରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.