ଦେଶରେ ୩ ଶହ ତଳକୁ ଖସିଲା ଦୈନିକ ମୃତ୍ୟୁ ସଂଖ୍ୟା, ୨୦ ହଜାର ତଳେ ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ଦୈନିକ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ୧୮ ହଜାର ୭୩୨
ଟି ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଯେବେକି ୨୭୯ ଜଣଙ୍କ ଜୀବନ ନେଇଛି ଏହି ମାରତ୍ମକ ଭାଇରସ । ଆଉ ଦୀର୍ଘ ବ୍ୟବଧାନ ପରେ ପ୍ରଥମ ଥର ପାଇଁ ୩ ଶହ ତଳକୁ ଖସିଛି ମୃତ୍ୟୁ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଆଜିର ସଂଖ୍ୟାକୁ ମିଶାଇ ଦେଶରେ ସଂକ୍ରମିତ ସଂଖ୍ୟା ୧ କୋଟି ୧ ଲକ୍ଷ ୮୭ ହଜାର ୮୫୦ ଛୁଇଁଥିବା ବେଳେ ମୃତକ ସଂଖ୍ୟା ୧ ଲକ୍ଷ ୪୭ ହଜାର ୬୨୨ ରେ ପହଂଚିଛି । ଯେବେକି ଗତ ୨୪ ଘଣ୍ଟା ଭିତରେ ୨୧ ହଜାର ୪୩୦ ଜଣ ରୋଗୀ କରୋନାକୁ ମାତ ଦେଇଥିବା ବେଳେ ୯୭
ଲକ୍ଷ ୬୧ ହଜାର ୫୩୮ ରେ ପହଂଚିଛି ସୁସ୍ଥ ସଂଖ୍ୟା । ଆଗ ଅପେକ୍ଷା ସଂକ୍ରମଣ ହାର କମୁଥିଲେ ବି ପ୍ରବଳ ଶୀତ ଲହରୀ କାରଣରୁ ଉତ୍ତର ଭାରତରେ ସତର୍କତା ଜାରି କରାଯାଇଛି ।

ତଥ୍ୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲା ତିନି ଲକ୍ଷ ତଳେ ରହିଛି । ବର୍ତ୍ତମାନ ୨ ଲକ୍ଷ ୭୮ ହଜାର ୬୯୦ ରହିଛି ଆକ୍ଟିଭ କେସ । ଭାରତରେ କୋଭିଡ ସଂଖ୍ୟା ଅଗଷ୍ଟରେ ୨୦ ଲକ୍ଷ, ଅଗଷ୍ଟ ୨୩ ରେ ୩୦ ଲକ୍ଷ, ସେପ୍ଟେମ୍ବର ୫ରେ ୪୦ ଲକ୍ଷ, ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ ଛୁଇଁଥିବା ବେଳେ ଅକ୍ଟୋବର ଶେଷ ସୁଦ୍ଧା ୮୦ ଲକ୍ଷରେ ପହଞ୍ଚିଥିଲା । ଯେବେକି ଡିସେମ୍ବର ୧୯ ରେ ଏକ କୋଟି ପାର ହୋଇଥିଲା ଏହି ସଂଖ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.