Below header

ପୁଣି ରାପ୍ ଗାଇଲେ ଜଟଣୀ ବିଧାୟକ ସୁର ରାଉତରାୟ, ଏଥର ରାପରେ ରହିଛି ନିଶା ନିବାରଣ ସଚେତନତା ବାର୍ତ୍ତା

କଟକ(କେନ୍ୟୁଜ୍):  ପୁଣି ଗୀତ ଗାଇଲେ ଜଟଣୀ ବିଧାୟକ ସୁର ରାଉତରାୟ। କଟକର ଏକ ଷ୍ଟୁଡିଓ ରେ ନୁଆ ବର୍ଷ ପାଇଁ ଗାଇଲେ ନୂଆ ଗୀତ। ଏହି ଗୀତରେ ନିଶା ନିବାରଣ ନେଇ ସଚେତନତା ବାର୍ତ୍ତା ରହିଛି ବୋଲି କହିଛନ୍ତି ଗୀତିକାର ତପୁ ନାୟକ ଓ ସଂଗୀତ ନିର୍ଦେଶକ ଜାପାନୀ  ।

ତେବେ ସୁର ରାଉତରାୟ ପୁର୍ବରୁ ରଙ୍ଗବତୀ ଗୀତ ଗାଇଥିଲେ। ଯାହାକି ସୋସିଆଲ ମିଡିଆରେ ବେଶ ଭାଇରରାଲ ହୋଇଥିଲା ଏବଂ ଲୋକେ ମଧ୍ୟ ଏହାକୁ ବେଶ ଲାଇକ୍‌ କରିଥିଲେ।ଏବେ ପୁଣି ସୁରଙ୍କ କଣ୍ଠରେ ଦ୍ଵିତୀୟ ଗୀତ। ଏଥିରେ ସୁର ରାପ୍‌ କରିଛନ୍ତି। ଗୀତଟି ନୂଆ ବର୍ଷରେ ରିଲିଜ ହେବାକୁ ଯାଉଛି ବୋଲି ସଂଗୀତ ନିର୍ଦେଶକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.