୬୬୨ ଫୁଟ ଗଭୀର ପାଣି ଭିତରେ ନିଶ୍ବାସ ରୋକି ପହଁରନ୍ତି ଏହି ବ୍ଯକ୍ତି, କଲେ ୱାଲର୍ଡ ରେକର୍ଡ

ଶ୍ବାସକ୍ରିୟା ବନ୍ଦ କରି ଗଭୀର ପାଣିରେ ପହଁରି ବିଶ୍ବ ରେକର୍ଡ ତିଆରି କଲେ ଯୁବକ। ଗୋଟିଏ ନିଶ୍ବାସରେ ୬୬୨ ଫୁଟ୍ ପାଣି ଭିତରେ ପହଁରି ଗିନିଜ୍ ବୁକ୍ ଅଫ ଓ୍ବାର୍ଲଡ ରେକର୍ଡ କଲେ ଡେନ୍ମାର୍କର ଜଣେ ପହଁରାଳି ଷ୍ଟିଗ୍। ୨ ମିନିଟ୍ ୪୨ ସେକେଣ୍ଡ ପ୍ରଶ୍ବାସ ନନେଇ ପାଣି ଭିତରେ ପହଁରିଥିଲେ ଷ୍ଟିଗ୍।

ପିଲାମାନଙ୍କୁ ପ୍ରେରଣା ଦେବା ପାଇଁ ମହାସାଗରୀୟ ତଥା ବନ୍ୟଜନ୍ତୁଙ୍କ ପାଇଁ ଜନ ଜାଗରଣ ସୃଷ୍ଟି କରିବାକୁ ଏଭଳି ପ୍ରୟାସ କରିଥିଲେ। ଏହି ପ୍ରୟାସ ପାଇଁ ଆଜି ବିଶ୍ବ ରେକର୍ଡ ରଚିଲେ ଷ୍ଟିଗ୍। ଷ୍ଟିଗ୍ ଏଭଳି ପ୍ରୟାସ କରୁଥିବା ୩ ମିନିଟ୍ ର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ନିଜର ଶ୍ବାସକ୍ରିୟା ବନ୍ଦ କରିବାକୁ ଚେଷ୍ଟା କରିବେ।

denmark
image credit: fooshya.com

ଷ୍ଟିଗ୍ ଏକ କୌଶଳର ଉପଯୋଗ କରିଥିଲେ ଯାହାକୁ ଶ୍ବସନ ବିଜ୍ଞାନ ବୋଲି କୁହାଯାଉଛି। ସ୍ବିମିଂ ପୁଲରେ ଷ୍ଟିଗ୍ ଏଭଳି ଅଭ୍ୟାସ ଜାରି ରଖିଥିଲେ। ତେବେ ତାଙ୍କର ଏହି ଭିଡିଓ ସେୟାର କରିବା ଓ ସହଯୋଗ ପାଇଁ ଲୋକମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଷ୍ଟିଗ୍। ତେବେ ଗିନିଜ୍ ବୁକ୍ ଅଫ ରେକର୍ଡ ଅନୁସାରେ ଷ୍ଟିଗ୍ ଏମିତି ରେକର୍ଡର ଅଧିକାରୀ ଥିଲେ। ଶ୍ବାସକ୍ରିୟା ବନ୍ଦ କରି ଅଧିକ ସମୟ ପହଁରିବା ନେଇ ପୂର୍ବ ରେକର୍ଡ ମଧ୍ୟ ଷ୍ଟିଗ୍ଙ୍କ ନାଁରେ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.