Below header

ରାଜ୍ୟରେ ଆଜି ୩୦୩ କରୋନା ଆକ୍ରାନ୍ତ ଚିହ୍ନଟ, ୪ ମୁଣ୍ଡ ନେଲା କରୋନା

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ୩୦୩ କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳର ୧୬ ଜଣ, ବାଲେଶ୍ବରର ୧୬ ଜଣ, ବରଗଡର ୯ ଜଣ,ଭଦ୍ରକର ୪ ଜଣ,ବଲାଙ୍ଗିରର ୧୮ ଜଣ, ବୌଦ୍ଧର ୧, କଟକର ୧୬ ଜଣ, ଦେବଗଡର ୨ ଜଣ, ଢେଙ୍କନାଳର ୨ ଜଣ, ଗଜପତିର ଜଣେ , ଗଞ୍ଜାମର ୪ ଜଣ, ଜଗତସିଂହପୁରର ୫ ଜଣ ଆକ୍ରାନ୍ତ ।

ସେହିପରି ଯାଜପୁରର ୧୬ ଜଣ, ଝାରସୁଗୁଡାର ୫ ଜଣ, କେନ୍ଦ୍ରାପଡାର ୩୧ ଜଣ, କେନ୍ଦୁଝରର ୨୩ ଜଣ, ଖୋର୍ଦ୍ଧାର ୩୧ ଜଣ, କୋରାପୁଟର ଜଣେ, ମୟୁରଭଞ୍ଜର ୧୭ ଜଣ, ନବରଙ୍ଗପୁରର ୬ ଜଣ, ନୟାଗଡର ୬ ଜଣ, ନୂଆପଡାର ୧୧ ଜଣ, ପୁରୀର ଜଣେ, ସମ୍ବଲପୁରର ୨୨ ଜଣ,ସୋନୁପରର ଜଣେ, ସୁନ୍ଦରଗଡର ୩୦ ଜଣ, ଷ୍ଟେଟପୁଲ ୮ ଜଣ କରୋନାରେ  ଆକ୍ରାନ୍ତ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୮୫୦୪ରେ ପହଞ୍ଚିଛି। ସେହିପରି  ୨୪ ଘଣ୍ଟାରେ ରାଜ୍ୟରୁ ୪ ଜଣ  କରୋନା ଆକ୍ରାନ୍ତ ମ୍‌ତ୍ୟୁ ବରଣ କରିଥିବା ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.