Below header

କରୋନା ଭାଇରସକୁ ନେଇ WHO ଲଞ୍ଚ କଲା ନୂଆ ଆପ୍, ମିଳିବ ମହାମାରୀ ଜନିତ ସମସ୍ତ ତଥ୍ଯ ସହିତ ପରାମର୍ଶ

କରୋନା ଭାଇରସରୁ ବଞ୍ଚିବା ପାଇଁ ଦେଶରେ ଆରୋଗ୍ଯ ସେତୁ ଆପ୍ ଲଞ୍ଚ ହୋଇଥିଲା। ଏବେ ଏହି ମହାମାରୀରୁ ବଞ୍ଚିବା ପାଇଁ ସେଫ୍ଟି ଆଡଭାଇସ କରୋନା ସହିତ ଜଡିତ ତଥ୍ଯ ଏବଂ ସଚେତନତା କରିବା ପାଇଁ ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ଅର୍ଥାତ୍ WHO ଏକ ନୂଆ ଆପ୍ ଲଞ୍ଚ କରିଛି। ଯାହାର ନାମ WHO COVID-19 UPDATES ରଖାଯାଇଛି। ଏହି ଆପ୍ ଗୁଗଲ ପ୍ଲେ ଷ୍ଟୋରରେ ମଧ୍ୟ ରହିଛି।

ଏହି ଆପ୍କୁ WHO କରୋନା ଭାଇରସ ଗାଇଡଲାଇନ ଏବଂ ଅପଡେଟ୍ ଦେବା ପାଇଁ ଲଞ୍ଚ କରିଛି। ଏଥିରେ ଆପଣଙ୍କୁ କରୋନା ଭାଇରସ ସହିତ ଜଡିତ ସଠିକ୍ ବିବରଣୀ, ତଥ୍ଯ ଏବଂ ଡାଟା ଉପଲବ୍ଧ କରାଯିବ। WHO ଏପ୍ରିଲରେ ଏହାକୁ ନେଇ ଏକ ଆପ୍ ଲଞ୍ଚ କରିଥିଲା। ଏହା ପରେ ଆପଟି ପ୍ଲେ ଷ୍ଟୋରରୁ ହଟାଇଦିଆଯାଇଥିଲା।

who

ଏହି ପୁରୁଣା ଆପ୍ ଭଳି କାମ କରିଥାଏ। ଏହି ଆପ୍ ଦ୍ବାରା ବିଶ୍ବର କରୋନା ଭାଇରସ ସଂକ୍ରମଣ ସଂଖ୍ଯା, ଭାଇରସର ଲକ୍ଷଣ, ଅପଡେଟ୍ ମିଳିବ । ଏହାସହିତ ଅନେକ ହେଲଥ ଅପଡେଟ୍, ଡାକ୍ତରଙ୍କ ସହିତ ପରାମର୍ଶ ମଧ୍ୟ ନେଇପାରିବେ। ଏହାକୁ ୨୦ ଡିସେମ୍ବରରେ ଲଞ୍ଚ କରାଯାଇଛି। ଯାହା ଆଣ୍ଡ୍ରଏଡ ଭର୍ଜନ ୪.୧ କିମ୍ବା ତା ଠାରୁ ଅଧିକ ଅପରେଟିଂ ସିଷ୍ଟମରେ ଇନଷ୍ଟଲ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.