ବରଫରେ ଫସିଥିବା ହରିଣକୁ ନିଆରା ଉପାୟରେ ବଞ୍ଚାଇଲେ ଯୁବକ, ଭାଇରାଲ୍ ହେଉଛି ଏହି ମନକୁ ଛୁଇଁବା ଭଳି ଭିଡିଓ; ଥରେ ନଜର ପକାନ୍ତୁ

ବର୍ତ୍ତମାନ ସମୟରେ ଲୋକମାନେ କେବଳ ନିଜ ବିଷୟରେ ଭାବୁଛନ୍ତି। ଆଉ କାହା କଥା ଭାବିବାକୁ ବି ତାଙ୍କ ପାଖେ ସମୟ ନାହିଁ କହିଲେ ଚଳେ। କିନ୍ତୁ ବର୍ତ୍ତମାନର ସ୍ୱାର୍ଥପର ଦୁନିଆରେ ଏବେ ବି କେଉଁଠି ନା କେଉଁଠି ମାନବିକତା ବଞ୍ଚିଛି, ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏକ ଭିଡିଓରେ। ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଏକ ହରିଣକୁ ବରଫାବୃତ୍ତ ହ୍ରଦରୁ ଉଦ୍ଧାର କରୁଥିବା ବେଳର ଭିଡିଓ ଭାଇରାଲ ହେଉଛି।
ଭିଡିଓରେ ଏକ ହରିଣ ବରଫ ଜମା ହୋଇଥିବା ଏକ ହ୍ରଦରେ ଫସିଯାଇଥିବା ଦେଖାଯାଇଛି। ବ୍ୟକ୍ତି ଜଣକ ତା’ ନିକଟକୁ ଆସୁଛନ୍ତି ଓ ତାକୁ ପେଲି ପେଲି କୂଳ ଆଡ଼କୁ ନେଉଛନ୍ତି। ଟ୍ଵିଟରରେ ଏହି ଭିଡିଓକୁ ଡ୍ୟାନି ଡେରାନୀ ନାମକ ୟୁଜର ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନ୍ରେ ଲେଖିଛନ୍ତି, ଆପଣ ଏକ ଏଭଳି ବ୍ୟକ୍ତିଙ୍କୁ ଦେଖିବାକୁ ଯାଉଛନ୍ତି, ଯିଏ ବରଫାବୃତ୍ତ ହ୍ରଦରୁ ଏକ ହରିଣକୁ ବଞ୍ଚାଉଛନ୍ତି।
Because you want to see a man saving a deer that is stuck on a frozen lake back to safety. pic.twitter.com/ihZSUJIwql
— Danny Deraney or The King of Jingling (@DannyDeraney) December 24, 2020
ହରିଣଙ୍କୁ ବଞ୍ଚାଇବା ପରେ ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ବ୍ୟକ୍ତି ଜଣକ କହିଛନ୍ତି, ହରିଣକୁ ବରଫରୁ ବାହାରିବାକୁ ସାହାଯ୍ୟ ଦରକାର ଥିଲା। ମୁଁ କେବଳ ତାକୁ ସାହାଯ୍ୟ କରିବାକୁ ପେଲିବା ଆରମ୍ଭ କରିଥିଲି। ତାକୁ ପେଲି ପେଲି ମୁଁ କୂଳ ପର୍ଯ୍ୟନ୍ତ ଆଣିଥିଲି। ତା’ପରେ ସେଠାରୁ ସେ ଚାଲିଗଲା। ଟ୍ଵିଟରରେ ଏହି ଭିଡିଓକୁ ଏବେ ଯାଏଁ ୪୯ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ସେହିପରି ପ୍ରାୟ ୩ ଲକ୍ଷ ଲୋକ ଏଥିରେ ଲାଇକ୍ ଦେଇଛନ୍ତି ଓ ୪୬ ହଜାର କମେଣ୍ଟ କରିଛନ୍ତି।