ସ୍ପେଶାଲ

ଦୁନିଆରେ ଏହି ୭ ଜୀବଙ୍କ ଏହି ଜୀବଙ୍କ ଆୟୁ ସବୁଠୁ କମ୍‌, କିଏ ଦିନେ ତ କିଏ ବଞ୍ଚିଥାଏ ଏକ ମାସ

କଥାରେ ଅଛି ଯିଏ ଏହି ପୃଥିବୀ ପୃଷ୍ଠରେ ଜନ୍ମ ନେଇଛି ତାର ମୃତ୍ୟୁ ହେବା ଟା ଥୟ । ଆମେ ସମସ୍ତେ ଜାଣନ୍ତି, ଜନ୍ମ ଏବଂ ମୃତ୍ୟୁ ତାହା ଉପରବାଲା ନିର୍ଦ୍ଧାରଣ କରିଥାଆନ୍ତି । ଅର୍ଥାତ୍‌ ଏସବୁ କିଛି ଭଗବାନଙ୍କ ହାତରେ ରହିଥାଏ । ପ୍ରାଣୀ, ଉଦ୍ଭିଦ, ଜୀବଜନ୍ତୁ ସମସ୍ତଙ୍କୁ ନେଇ ଦୁନିଆରେ ଅନେକ ଜୀବ ଅଛନ୍ତି । ଯେଉଁମାନେ ଖୁବ୍‌ କମ୍‌ ଦିନ ପାଇଁ ଏହି ପୃଥିବୀରେ ବଞ୍ଚି ରହିଥାଆନ୍ତି ତ ସେହିପରି ଅନ୍ୟ କିଏ ଅଧିକ ଦିନ ବଞ୍ଚି ରହିଥାଆନ୍ତି । କେତେକ ଜୀବଙ୍କର ଆୟୁ ଲମ୍ବା ଥିବା ବେଳେ ଅନ୍ୟମାନଙ୍କର ଜୀବନ ଖୁବ୍‌ କମ୍ ଦିନ ରହିଥାଏ । ଏହା ପ୍ରକୃତିର ନିୟମ । କାହାର ଜୀବନ ୧ ଦିନ ତ ଏବଂ କାହାର ଜୀବନ ୧ ମାସ । ଆଉ ଏପରି ଦୁନିଆରେ ଅନେକ ଜୀବ ଅଛନ୍ତି ଯାହାଙ୍କ ଆୟୁକାଳ ସବୁଠୁ କମ୍‌ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଦୁନିଆରେ ଏମିତି ବି ଜୀବ ଅଛନ୍ତି ଯାହାଙ୍କ ଆୟୁକାଳ ସବୁଠୁ କମ୍‌ ବାସ୍‌ କିଛି କ୍ଷଣ ପାଇଁ ରହିଥାଏ ତାଙ୍କ ଜୀବନ । ଆଜି ଆମେ ଆପଣଙ୍କୁ ଏପରି ୭ ଟି ଜୀବ ବିଷୟରେ କହିବାକୁ ଯାଉଛୁ ଯାହାର ଆୟୁ ସବୁଠାରୁ କମ୍ । ଏ ପୃଥିବୀରେ ସେମାନେ ଖୁବ୍‌ କମ୍ ସମୟ ବଞ୍ଚିଥାଆନ୍ତି । ଯାହା ବିଷୟରେ କମ୍‌ ଜୀବଜନ୍ତୁ ସମ୍ବନ୍ଧୀୟ ଆନିମ ଫ୍ଲାଏ ନାମକ େଓ୍ଵବ୍‌ସାଇଟ୍‌ ର ରିପୋର୍ଟ ରେ ଏହି ଜୀବ ମାନଙ୍କ ଆୟୁ ବିଷୟରେ ସୂଚନା ଦେଇଛନ୍ତି ।

ମେଫ୍ଲାୟ (ମେ ମାଛି) – ରିପୋର୍ଟ ଅନୁଯାୟୀ, ମେ ଫ୍ଲାୟ ଏପରି ଏକ ଜୀବ ଯାହାକି କେବଳ ୨୪ ଘଣ୍ଟା ଅର୍ଥାତ୍ ୧ ଦିନ ଜୀବନ୍ତ ରହିଥାଏ । ଏହି ମାଛି ଉତ୍ତର ଆମେରିକାରେ ଦେଖାଯାଏ ଏବଂ ପୋଖରୀ, ହ୍ରଦ କିମ୍ବା କେନାଲ ନିକଟରେ ଉଡୁଥିବା ଦେଖାଯାଏ । ଏହି ଜୀବର ଜୀବନ ଏକ ଅଣ୍ଡାରୁ ଆରମ୍ଭ ହୁଏ ଯାହା ମାଈ ମାଛି ପାଣିରେ ରଖନ୍ତି । ଅଣ୍ଡା କିଛି କ୍ଷଣ ମଧ୍ୟରେ ଫୁଟିଥାଏ । ଏହା ପରେ କୁନି କୁନି ମାଛି ଅଣ୍ଡାରୁ ବାହାରି କିଛି ସମୟ ପାଣିରେ ରୁହନ୍ତି । ଏହି ସମୟରେ ସେମାନେ ନିମ୍ଫ କିମ୍ବା ଲାର୍ଭା ଆକାରରେ ଥାଆନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ପର୍ଯ୍ୟାୟରେ ସେମାନେ କିଛି ମାସରୁ କିଛି ବର୍ଷ ପର୍ଯ୍ୟନ୍ତ ପାଣି ତଳେ ରହିପାରିବେ । ଏହା ପରେ ଏହି ନିମ୍ଫଗୁଡିକ ପାଣିରୁ ବାହାରି ସେମାନଙ୍କ ଅଣ୍ଡା ଖୋଳରୁ ବାହାରି ବୟସ୍କ ମାଛିରେ ପରିଣତ ହୁଅନ୍ତି । ଏହା ପରେ, ଏହି ମେ ଫ୍ଲାୟ ମାନେ ୨୪ ଘଣ୍ଟା ପାଇଁ ଜୀବିତ ରୁହନ୍ତି । ଖବର ଅନୁଯାୟୀ, ମାଈ ମାଛି ମାତ୍ର ୫ ମିନିଟ୍ ପର୍ଯ୍ୟନ୍ତ ଜୀବିତ ରହିଥାଏ।

ଫ୍ରୁଟ୍‌ ଫ୍ଲାଏ (ଫଳ ମାଛି)- ଫ୍ରୁଟ୍‌ ଫ୍ଲାଏ ବା ଫଳ ମାଛି ବହୁତ ଛୋଟ ମାଛି ଯାହା ଏକ ଇଞ୍ଚର ଅଷ୍ଟମ ସହିତ ସମାନ । ସେମାନେ ପଚିଥିବା ଫଳ ପ୍ରତି ଆକର୍ଷିତ ହୁଅନ୍ତି । ଏହି କାରଣରୁ, ସେମାନେ ଅନେକ ଦିନ ପରେ ଲୋକଙ୍କ ରୋଷେଇ ଘରେ ଦେଖାଯାଆନ୍ତି । ମାଈ ଫଳ ମାଛି ତାଙ୍କ ସମଗ୍ର ଜୀବନକାଳରେ ୫୦୦ ରୁ ୨୦୦୦ ଅଣ୍ଡା ଦେଇଥାଏ, ଯାହାକି ମାତ୍ର ୨ ସପ୍ତାହରେ ହୋଇଥାଏ । ଅଣ୍ଡା ଲାର୍ଭାରେ ପରିଣତ ହୁଏ, ଯାହାକି ମାତ୍ର ୧୨ ଘଣ୍ଟା ନେଇଥାଏ । ପ୍ରତ୍ୟେକ ଅଣ୍ଡା ୧୦ ରୁ ୧୪ ଦିନ ମଧ୍ୟରେ ଏକ ବୟସ୍କ ମାଛି ହୋଇ ଉଡିଯାଏ । ଏହିପରି, ସେମାନଙ୍କର ସମଗ୍ର ଜୀବନ ୪୦ ରୁ ୫୦ ଦିନ ଅଟେ । ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।

ହାଉସ୍‌ ଫ୍ଲାଏ (ଘର ମାଛି)- ଆପଣଙ୍କ ଘରେ ଦେଖାଯାଇଥିବା ମାଛିକୁ ଘର ଫ୍ଲାଏ ଅର୍ଥାତ ମାଛି କୁହାଯାଏ । ସେମାନଙ୍କର ଜୀବନକାଳ ପ୍ରାୟ ୨୮ ଦିନ ଅର୍ଥାତ୍ ୧ ମାସ । ଲାର୍ଭା ପର୍ଯ୍ୟାୟ ୫ ଦିନରୁ ୧୪ ଦିନ ପର୍ଯ୍ୟନ୍ତ ଚାଲିଥାଏ ।

ମୂଷା- ଘରେ ଦେଖାଯାଉଥିବା ସାଧାରଣ ମୂଷାଙ୍କ ଜୀବନ ମଧ୍ୟ ବହୁତ ଲମ୍ବା ନୁହେଁ । ସେମାନେ କେବଳ ୧୨ ରୁ ୧୮ ମାସ ବଞ୍ଚନ୍ତି । କିନ୍ତୁ ଗୋଟିଏ ମାଈ ମୂଷା ଗୋଟିଏ ବର୍ଷରେ ଦଶହଜାର ସନ୍ତାନ ଜନ୍ମ ଦେଇପାରେ ।

ଲେବରଡେଙ୍କ ଚାମେଲିଅନ୍ – ଲେବରଡେଙ୍କ କାମେଲିଅନ୍ ହେଉଛି ଏକ ପ୍ରଜାତିର କାମେଲିନ୍, ଯାହା ଫରାସୀ ଅନୁସନ୍ଧାନକାରୀ ଜାନ୍ ଲାବୋର୍ଡଙ୍କ ନାମରେ ନାମିତ । ସେମାନେ କେବଳ ୪ ରୁ ୫ ମାସ ପର୍ଯ୍ୟନ୍ତ ବଞ୍ଚନ୍ତି

ଶ୍ରମିକ ବି( ମହୁମାଛି ) – ଶ୍ରମିକ ବି ଅର୍ଥାତ୍‌ ମହୁମାଛି । ଯାହାର ଜୀବନ ୩୦ ରୁ ୬୦ ଦିନ ଅଟେ । ଏହା ବହୁତ କାମ କରେ । ଏହିମାଛି ଲାର୍ଭାକୁ ଖାଇବାକୁ ଦେଇଥାଏ ଏବଂ ତା’ପରେ ପରାଗକୁ ପ୍ରକ୍ରିୟାକରଣ କରିଥାଏ, ଏବଂ ତା’ପରେ ମହୁ ତିଆରି କରେ । ସେମାନଙ୍କୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ମଧ୍ୟ କାମ କରିବାକୁ ପଡିଥାଏ ।

ମସ୍କିଟୋ ଫିସ୍‌ (ମଶା ମାଛ)- ମସ୍କିଟୋ ଫିସ୍‌ ଅର୍ଥାତ୍‌ ଆମେ ଚୁନା ମାଛ କହିଥାଉ । ମେକ୍ସିକୋ ଗଲ୍ଫରେ ଥିବା ମିସିସିପି ନଦୀ ଭିତରେ ମଶା ମାଛ ବାସ କରନ୍ତି । ଏହାର ବୟସ ୨ ରୁ ୩ବର୍ଷ ଅଟେ । ଏହି ମାଛ ବହୁ ପରିମାଣରେ ମାଛର ଲାର୍ଭା ଖାଏ । ସେ ଏହି ତାଲିକାରେ ଦୀର୍ଘତମ ଜୀବନ ଅତିବାହିତ କରିଛନ୍ତି ।

Sasmita

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

11 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

26 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

41 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

51 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago