କ୍ରୀଡା

କ୍ୟାମେରାମ୍ୟାନଙ୍କ ହରକତରେ ରାଗିଗଲେ ଧୋନି, ବୋତଲ ଫୋପାଡିବା ସଂକେତ ଦେଖାଇଲେ : ଭିଡିଓ ଭାଇରଲ

ଆଇପିଏଲ ସିଜିନର ୩୯ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚକୁ ଲକ୍ଷ୍ନୌ ୬ ଓ୍ଵିକେଟରେ ଜିତିନେଇଛି । ଚେନ୍ନାଇର ପରାଜୟରେ ମାର୍କ ଷ୍ଟୋଇନିସଙ୍କ ଭୂମିକା ବେଶ୍‌ ଅଧିକ ରହିଛି । ସେ ୬୩ ବଲରେ ୧୨୪ ରନ୍‌ କରି ଅପରାଜିତ ରହିଥିଲେ । ଏହି ମ୍ୟାଚ ସମୟରେ ଏଭଳି ଏକ ଘଟଣା ଘଟିଥିଲା, ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଭିଡିଓରେ ଧୋନିଙ୍କ ଭାବଭଙ୍ଗୀ କ୍ୟାମେରାରେ କଏଦ ହୋଇଛି ।

ଚେନ୍ନାଇ ସୁପରକିଙ୍ଗସର ବ୍ୟାଟିଂ ଚାଲିଥିବା ବେଳେ କ୍ୟାମେରାମ୍ୟାନ ଲଗାତାର ଡ୍ରେସିଂ ରୁମରେ ବସିଥିବା ଧୋନିଙ୍କ ଉପରକୁ କ୍ୟାମେରା ଫୋକସ କରିଥିଲେ । ଯାହାକୁ ଫ୍ୟାନ୍ସ ଟିଭି ସ୍କ୍ରିନରେ ବାରମ୍ବାର ଦେଖୁଥିଲେ । ଯାହାକୁ ଦେଖି ଧୋନି ରାଗିଯାଇଥିଲେ । କ୍ୟାମେରାମ୍ୟାନ ଫୋକସ ବାରମ୍ବାର କରୁଥିବାରୁ ଧୋନି ଅସହଜ ଅନୁଭବ କରୁଥିଲେ । ତେଣୁ ଧୋନିଙ୍କ ଉପରକୁ କ୍ୟାମେରାମ୍ୟାନ ଫୋକସ କରୁଥିବା ବେଳେ ଧୋନି ହାତରେ ଧରିଥିବା ବୋତଲକୁ ଫୋପାଡିବା ଭଳି ଦେଖାଇଥିଲେ । କ୍ୟାମେରାମ୍ୟାନକୁ ଜଣାଉଥିଲେ କି, ଏହା ତାଙ୍କୁ ପସନ୍ଦ ଆସୁନି । ଯାହାର ଫଟୋ ଏବଂ ଭିଡିଓ ଭାଇରଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଚେନ୍ନାଇ ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ହାରିବା ପରେ ଏବେ ପଏଣ୍ଟ ଟେବୁଲର ୫ନଂ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ରାଜସ୍ଥାନ, ଦ୍ୱିତୀୟରେ କୋଲକତା, ତୃତୀୟରେ ସନରାଇଜର୍ସ ହାଇଦ୍ରାବାଦ ଟିମ ରହିଛି ।

ଏହି ମ୍ୟାଚରେ ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକୱାର୍ଡଙ୍କ ୧୦୮ ରନର ଶତକୀୟ ଇନିଂସ ଖେଳିଥିଲେ । ହେଲେ ଅଷ୍ଟ୍ରେଲୀୟ ଅଲ ରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ୧୨୪ ରନ ବଳରେ ୩ ବଲ ବାକି ଥାଇ ବିଜୟ ଲକ୍ଷ୍ୟ ପୂରା କରି ନେଇଥିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ୍ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଲକ୍ଷ୍ନୌକୁ ୨୧୧ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଲକ୍ଷ୍ନୌ ପକ୍ଷରୁ ଷ୍ଟୋଇନିସ୍ ୬୩ ବଲରୁ ୧୩ ଚୌକା ଓ ୬ ଛକା ବଳରେ ୧୨୪ ରନ ସଂଗ୍ରହ କରିଥିଲେ । ଏହି ବିଜୟ ସହ ଅଷ୍ଟମ ମ୍ୟାଚରୁ ପଞ୍ଚମ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି ଲକ୍ଷ୍ନୌ । ଅନ୍ୟପଟେ ଚେନ୍ନାଇ ୮ଟି ମ୍ୟାଚରୁ ଚତୁର୍ଥ ପରାଜୟ ବରଣ କରିବା ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଖସିଛି ।

Swagatika

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

3 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

17 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

32 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

43 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

54 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago