Categories: ସ୍ପେଶାଲ

ଦୀର୍ଘ ୩୬ ବର୍ଷ ଧରି ୫୦୦ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଉଛନ୍ତି ଏହି ବାବା

କୌଣସି ଭୋକିଲା ଲୋକଙ୍କୁ ଖାଦ୍ୟ ଖୁଆଇବା ଠାରୁ ପୁର୍ଣ୍ୟ କାମ ଆଉ କିଛି ନାହିଁ କୌଣସି ଭୋକିଲା ଲୋକଙ୍କୁ ଖାଦ୍ୟ ଖୁଆଇବା ଠାରୁ ପୁର୍ଣ୍ୟ କାମ ଆଉ କିଛି ନାହିଁ । ଯେକୌଣସି ଭୋକିଲା ଲୋକଙ୍କୁ ପେଟ ପୁରା ଖାଇବାକୁ ଦେଲେ ଏକ ଅଦ୍ଭୁତ ପ୍ରକାରର ଶାନ୍ତି ମିଳିଥାଏ । ରୁଷି ମହାଋଷିଙ୍କ ଭାଷାରେ ଖାଲି ମଣିଷ କାହିଁକି ଯେକୌଣସି ଭୋକିଲା ପ୍ରାଣୀକୁ ଖାଦ୍ୟ ଖୁଆଇବା ଦ୍ୱାରା ଏହି ସମାନ ଧରଣର ପୁର୍ଣ୍ୟ ମିଳିଥାଏ । କିନ୍ତୁ ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଦୀର୍ଘ ୩୬ ବର୍ଷ ହେବ ଏହି କାମ କରି ଆସୁଛନ୍ତି । ଆମେ ଆଜି ଯାହା କଥା କହୁଚୁ ସିଏ ତାମିଲ ନାଡୁର ରାମେଶ୍ୱରମ ଠାରେ ବସବାସ କରନ୍ତି । ତାଙ୍କ ପୁରା ନାଁ ସୀତାରାମ ଦାସ । ତାଙ୍କୁ ବର୍ତ୍ତମାନ ପ୍ରାୟ ୭୦ ବର୍ଷ ବୟସ ହେବ । ସେ ପ୍ରତିଦିନ ପ୍ରାୟ ୫୦୦ ଲୋକଙ୍କ ପାଇଁ ନିଜ ହାତରେ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଖାଇବାକୁ ଦେଇଥାନ୍ତି ।

ବାବା ସୀତାରାମଙ୍କ ଆଶ୍ରମ କୀଲାଵସଲ ଠାରେ ଥିବା ରାମନାଥ ସ୍ୱାମୀ ମନ୍ଦିର ନିକଟରେ ଅବସ୍ଥିତ । ଏହି ଆଶ୍ରମକୁ ଆସୁଥିବା କୌଣସିଟି ପର୍ଯ୍ୟଟକ ବା ତୀର୍ଥଯାତ୍ରୀ କେବେବି ଖାଲି ପେଟରେ ଫେରନ୍ତି ନାହିଁ । ୭୦ ବର୍ଷୀୟ ସୀତାରାମ ନିଜ ଆଶ୍ରମର ନାଁ ‘ବଜରଙ୍ଗ ଦାସ ଆଶ୍ରମ’ ରଖିଛନ୍ତି । ବାବା ନିଜ ହାତରେ ପ୍ରତିଦିନ ଉତ୍ତର ଭାରତ ଓ ଦକ୍ଷିଣ ଭାରତର ବିଭିନ୍ନ ବ୍ୟଞ୍ଜନ ନିଜ ହାତରେ ପ୍ରସ୍ତୁତ କରିଥାନ୍ତି । ଏହି ଆଶ୍ରମର ଆଉ ଏକ ବିଶେଷତ୍ୱ ମଧ୍ୟ ରହିଛି । ଏଠାକୁ ଆସୁଥିବା ଯାତ୍ରୀ ମାନଙ୍କର ଜାତି, ଧର୍ମ, ଲିଙ୍ଗ ବିଶେଷରେ କୌଣସି ଭେଦଭାବ କରାଯାଏ ନାହିଁ । ବାବାଙ୍କ ଆଶ୍ରମ ସବୁ ବର୍ଗର ଲୋକଙ୍କ ପାଇଁ ଦିନର ପ୍ରାୟ ୨୪ ଘଣ୍ଟା ଖୋଲା ରହିଥାଏ । ବାବା ସୀତାରାମ ସବୁଦିନ ଭୋର ୫ଟାରୁ ଉଠି ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଲୋକଙ୍କ ଦାନରେ ହିଁ ବାବାଙ୍କ ଆଶ୍ରମ ପରିଚାଳିତ ହୋଇଥାଏ ।

ଏହା ସହ ପଢନ୍ତୁ: ମହାଭାରତ ଯୁଦ୍ଧରେ ପ୍ରାଣ ହରାଇଥିବା ଯୋଦ୍ଧାଙ୍କ ପାଇଁ ଏହି ସ୍ଥାନରେ ଦୀପଦାନ କରିଥିଲେ ଯୁଧିଷ୍ଠିର, ଆଜି ବି ଚାଲିଛି ପରମ୍ପରା

ବାବାଙ୍କ ଆଶ୍ରମରେ ୧୦ ଲୋକଙ୍କ ବିଶିଷ୍ଟ ଏକ ଛୋଟ ଟିମ ମିଳିମିଶି ଆଶ୍ରମର ଦାୟିତ୍ୱ ନେଇଥାନ୍ତି । ଖାଦ୍ୟ ପଦାର୍ଥର ଜିନିଷ ବଜାରରୁ ଆଣିବା ସହ ବାବା ଖାଦ୍ୟ ପ୍ରସ୍ତୁତିରେ ସାହାଯ୍ୟ କରିଥାନ୍ତି । ଏହା ସହ ଲୋକଙ୍କୁ ଖାଦ୍ୟ ପରଷିବାରେ ମଧ୍ୟ ସାହାଯ୍ୟ କରନ୍ତି । ପ୍ରତିଦିନ ଦ୍ବିପହର ୧୧.୩୦ ଠାରୁ ୨ ଟା ପର୍ଯ୍ୟନ୍ତ ଏଠାକୁ ଆସୁଥିବା ଲୋକଙ୍କୁ ଖାଇବାକୁ ଦିଆଯାଇଥାଏ ।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

13 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

19 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

33 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago