ସ୍ପେଶାଲ

ଗ୍ରାମବାସୀ ସାଜିଲେ ଉଦାହରଣ, ବିନା କୌଣସି ସରକାରୀ ସାହାଯ୍ୟରେ ଗ୍ରାମବାସୀ ମିଶି ନିଜେ ତିଆରି କଲେ ୧ କୋଟି ଟଙ୍କାର ପୋଲ

ଆସାମରେ ଏକ ହୃଦୟକୁ ଛୁଇଁଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ବିଷୟରେ ଜାଣିବା ପରେ ଆପଣ ଖୁସି ହେବା ସହିତ ନିଜ ଭିତରେ କିଛି କରି ଦେଖାଇବାର ସାହସ ଆସିବ। ସାଧାରଣତଃ ଆମେ ଅନେକ ଥର ଦେଖିଛନ୍ତି ଲୋକମାନେ ସରକାରଙ୍କୁ ଦୋଷ ଦେବାରେ ଆଦୌ ବି ଥକି ପଡ଼ନ୍ତି ନାହିଁ। ସେମିତି ହିଁ ସରକାରଙ୍କ ଉପରେ ନିର୍ଭର କରି କରି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାନ୍ତି। କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ନିଜ ଶକ୍ତି ସାମର୍ଥ୍ୟ ଅନୁଯାୟୀ କିଛି ବି କାମ କରିବାକୁ ଆଗକୁ ଆସିଯାନ୍ତି।

କୁହାଯାଏ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ। ଆମେ ଆପଣଙ୍କୁ କହୁଛୁ ଆସାମର କାମରୁପ ଜିଲ୍ଲାର ଏକ ଘଟଣା ବିଷୟରେ। ଯେଉଁଠି ଲୋକମାନେ ଏମିତି କିଛି କାମ କରି ଦେଖାଇଛନ୍ତି ଯାହା ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛି। ଏଠାକାର ଗ୍ରାମବାସୀ ଏମିତି କିଛି ମହତ କାମ କରି ଦେଖାଇଛନ୍ତି ଯାହାକୁ ଆମେ ଆପଣଙ୍କ ନ ଜଣାଇ ରହିପାରିଲୁନାହିଁ। ଏଠାକାର ଲୋକେ ନିଜେ ଟଙ୍କା ସଞ୍ଚୟ କରି ଏକ ପୋଲ ବନାଇଛନ୍ତି ତାହା ପୁଣି ବିନା ସରକାରଙ୍କ ସାହାଯ୍ୟରେ।

ଜଳଜଳି ନଦୀ ଉପରେ କରାଯାଇଥିବା ଏହି ପୋଲକୁ ନିର୍ମାଣ କରିବାରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହାକୁ ଗ୍ରାମବାସୀ ଫଣ୍ଡ ଆକାରରେ ଦେଇଛନ୍ତି। କାଠ ଏବଂ ବାଉଁଶରେ ତିଆରି ହୋଇଥିବା ଏହି ପୋଲକୁ ନିର୍ମାଣ କରିବାରେ ସରକାରଙ୍କ ପାଖରୁ ଟଙ୍କାଟିଏ ବି ସାହାଯ୍ୟ ନେଇନାହାନ୍ତି ଗ୍ରାମବାସୀ। ଏହି ୩୩୫ ମିଟର ପୋଲକୁ ବନାଇବା ପାଇଁ ୧୦ଟି ଗାଁର ଲୋକ ଫଣ୍ଡ ଦେଇଥିଲେ। ପ୍ରାୟ ୭୦୦୦ ଲୋକ ପୋଲ ପାଇଁ ଟଙ୍କା ଦେଇଛନ୍ତି।

ସୂଚନା ଅନୁଯାୟୀ ଏହି ପୋଲ ନିର୍ମାଣ କାମ ୨୦୧୮ରେ ଆରମ୍ଭ କରାଯାଇଥିଲା।ବର୍ଷା ଋତୁରେ ନଦୀର ଜଳସ୍ତର ବହୁତ ବଢିଯାଏ। ଏମିତିରେ ଏହି ପୋଲ ସାହାରାରେ ଲୋକମାନେ ଗୋଟିଏ ଗାଁରୁ ଅନ୍ୟ ଏକ ଗାଁକୁ ଯାଇପାରିବେ। ପିଲାମାନେ ପାଠ ପଢିବା ପାଇଁ ସ୍କୁଲକୁ ଯାଇପାରିବେ। ମୋଟାମୋଟି ଭାବରେ କହିବାକୁ ଗଲେ ଅନେକ ସମସ୍ୟାକୁ ଏହି ପୋଲ ଦୂର କରିଦେଇଛି।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago