ଗ୍ରାମବାସୀ ସାଜିଲେ ଉଦାହରଣ, ବିନା କୌଣସି ସରକାରୀ ସାହାଯ୍ୟରେ ଗ୍ରାମବାସୀ ମିଶି ନିଜେ ତିଆରି କଲେ ୧ କୋଟି ଟଙ୍କାର ପୋଲ

ଆସାମରେ ଏକ ହୃଦୟକୁ ଛୁଇଁଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ବିଷୟରେ ଜାଣିବା ପରେ ଆପଣ ଖୁସି ହେବା ସହିତ ନିଜ ଭିତରେ କିଛି କରି ଦେଖାଇବାର ସାହସ ଆସିବ। ସାଧାରଣତଃ ଆମେ ଅନେକ ଥର ଦେଖିଛନ୍ତି ଲୋକମାନେ ସରକାରଙ୍କୁ ଦୋଷ ଦେବାରେ ଆଦୌ ବି ଥକି ପଡ଼ନ୍ତି ନାହିଁ। ସେମିତି ହିଁ ସରକାରଙ୍କ ଉପରେ ନିର୍ଭର କରି କରି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାନ୍ତି। କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ନିଜ ଶକ୍ତି ସାମର୍ଥ୍ୟ ଅନୁଯାୟୀ କିଛି ବି କାମ କରିବାକୁ ଆଗକୁ ଆସିଯାନ୍ତି।

bridgeକୁହାଯାଏ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ। ଆମେ ଆପଣଙ୍କୁ କହୁଛୁ ଆସାମର କାମରୁପ ଜିଲ୍ଲାର ଏକ ଘଟଣା ବିଷୟରେ। ଯେଉଁଠି ଲୋକମାନେ ଏମିତି କିଛି କାମ କରି ଦେଖାଇଛନ୍ତି ଯାହା ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛି। ଏଠାକାର ଗ୍ରାମବାସୀ ଏମିତି କିଛି ମହତ କାମ କରି ଦେଖାଇଛନ୍ତି ଯାହାକୁ ଆମେ ଆପଣଙ୍କ ନ ଜଣାଇ ରହିପାରିଲୁନାହିଁ। ଏଠାକାର ଲୋକେ ନିଜେ ଟଙ୍କା ସଞ୍ଚୟ କରି ଏକ ପୋଲ ବନାଇଛନ୍ତି ତାହା ପୁଣି ବିନା ସରକାରଙ୍କ ସାହାଯ୍ୟରେ।

bridgeଜଳଜଳି ନଦୀ ଉପରେ କରାଯାଇଥିବା ଏହି ପୋଲକୁ ନିର୍ମାଣ କରିବାରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହାକୁ ଗ୍ରାମବାସୀ ଫଣ୍ଡ ଆକାରରେ ଦେଇଛନ୍ତି। କାଠ ଏବଂ ବାଉଁଶରେ ତିଆରି ହୋଇଥିବା ଏହି ପୋଲକୁ ନିର୍ମାଣ କରିବାରେ ସରକାରଙ୍କ ପାଖରୁ ଟଙ୍କାଟିଏ ବି ସାହାଯ୍ୟ ନେଇନାହାନ୍ତି ଗ୍ରାମବାସୀ। ଏହି ୩୩୫ ମିଟର ପୋଲକୁ ବନାଇବା ପାଇଁ ୧୦ଟି ଗାଁର ଲୋକ ଫଣ୍ଡ ଦେଇଥିଲେ। ପ୍ରାୟ ୭୦୦୦ ଲୋକ ପୋଲ ପାଇଁ ଟଙ୍କା ଦେଇଛନ୍ତି।

ସୂଚନା ଅନୁଯାୟୀ ଏହି ପୋଲ ନିର୍ମାଣ କାମ ୨୦୧୮ରେ ଆରମ୍ଭ କରାଯାଇଥିଲା।ବର୍ଷା ଋତୁରେ ନଦୀର ଜଳସ୍ତର ବହୁତ ବଢିଯାଏ। ଏମିତିରେ ଏହି ପୋଲ ସାହାରାରେ ଲୋକମାନେ ଗୋଟିଏ ଗାଁରୁ ଅନ୍ୟ ଏକ ଗାଁକୁ ଯାଇପାରିବେ। ପିଲାମାନେ ପାଠ ପଢିବା ପାଇଁ ସ୍କୁଲକୁ ଯାଇପାରିବେ। ମୋଟାମୋଟି ଭାବରେ କହିବାକୁ ଗଲେ ଅନେକ ସମସ୍ୟାକୁ ଏହି ପୋଲ ଦୂର କରିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.