କରୋନା ଯୋଗୁ କ୍ଷତିରେ ଚାଲିଛି Uber, ଛଟେଇ ହେବେ ୩୭୦୦ କର୍ମଚାରୀ

କରୋନା ଭାଇରସ ଯୋଗୁ ଏବେ ସବୁ କମ୍ପାନୀ କ୍ଷତିରେ ଚାଲିଛନ୍ତି। ନିକଟରେ ଆମେରିକା ତଥା ଦୁନିଆର ସବୁଠୁ ବଡ଼ କମ୍ପାନୀ ଜିମ ବ୍ରାଣ୍ଡ ଗୋଲଡ଼ ଜିମ ନିଜକୁ ଦେବାଳିଆ ଘୋଷିତ କରିଛି। ଏହି ତାଲିକାରେ ଏବେ କ୍ୟାବ ସର୍ଭିସ କମ୍ପାନୀ ଉବେର ନାଁ ଯୋଡ଼ା ଯାଇଛି। କମ୍ପାନୀ କ୍ଷତିରେ ଚାଲିଥିବା ଦର୍ଶାଇ ଶତାଧିକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବାକୁ ଘୋଷଣା କରିଛି।

New Uber Pilot Signals CA Business Model Shift | PYMNTS.com

ଲକଡାଉନ ଯୋଗୁ କମ୍ପାନୀର ପ୍ରବଳ କ୍ଷତି ହୋଇଥିବାରୁ ୩୭୦୦ ଲୋକଙ୍କୁ ବିଦା କରିବାକୁ ବୁଧବାର ଘୋଷଣା କରିଛି ଉବେର। ଉବେରର ବରିଷ୍ଠ ଅଧିକାରୀ କହିଛନ୍ତି ଯେ କରୋନା ଭାଇରସ ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁ କମ୍ପାନୀ ଖର୍ଚ୍ଚ କମାଇବାକୁ ଯୋଜନା କରୁଛି। ଏଣୁ ୩୭୦୦ କର୍ମଚାରୀଙ୍କୁ ଚାକିରିରୁ କାଢ଼ିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।

The Uber Story - TechStory - Business Startup and automobile

କର୍ମଚାରୀଙ୍କ ପାଇଁ ଏକ ଚିଠି ଲେଖି ଉବେରର ସିଇଓ ଦାରା ଖୋସରୋଶାହୀ କହିଛନ୍ତି ଯେ ଲକଡାଉନ ଯୋଗୁ କମ୍ପାନୀ କ୍ଷତିରେ ଚାଲିଛି। ଏଣୁ ଲୋକଙ୍କୁ ଚାକିରିରେ ରଖିବା ସମ୍ଭବ ନୁହେଁ। ତେଣୁ ଆମେ ଛଟେଇ କରିବାକୁ ବାଧ୍ୟ ହେଉଛୁ ବୋଲି ଉବେରର ସିଇଓ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.