Below header

ବାହାରୁ ଫେରିବା ପରେ ନିଜ ପୋଷାକକୁ କିପରି ଜୀବାଣୁ ମୁକ୍ତ କରିବେ, ସେ ନେଇ ଜାଣନ୍ତୁ କିଛି ଟିପ୍ସ

ଧୀରେ ଧୀରେ କରୋନା ଭାଇରସ ବିଶ୍ୱର କୋଣ ଅନୁକୋଣରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ବିଶ୍ୱ ବ୍ୟାପି ଏହି ମରଣାନ୍ତକ ଭାଇରସରେ ଲକ୍ଷାଧିକ ଲୋକଙ୍କ ଜୀବନ ମଧ୍ୟ ଗଲାଣି । ନିଜକୁ ଏହା ଦାଉରୁ କିପରି ବଞ୍ଚାଯାଇ ପାରିବ ସେନେଇ ସରକାରଙ୍କ ବ୍ୟତୀତ ବିଭିନ୍ନ ସ୍ୱେଚ୍ଛାସେବି ସଂସ୍ଥା ମାନେ ବାରମ୍ବାର ଜନସାଧାରଣଙ୍କୁ ସତର୍କ କରାଉଛନ୍ତି । ପୂର୍ବାପେକ୍ଷା ଲୋକେ ବି ନିଜ ନିଜ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବା ଆରମ୍ଭ କରିଛନ୍ତି । ଶେଷରେ ପରିସ୍ଥିତି ଏମିତି ହେଲା ଯେ, ପାଶ୍ଚତ୍ୟ ପ୍ରିୟ ଲୋକେ ବି ଏବେ ଦେଶୀ ସଭ୍ୟତା ମୁହାଁ ହେଲେଣି । ଏମିତିକି ବିଦେଶରେ ବି ଭାରତୀୟ ଚାଲିଚଳନର ଲୋକପ୍ରିୟତା ବଢ଼ିବାରେ ଲାଗିଛି ।

clothes

ଏପରି ଏକ ସମ୍ବେଦନଶୀଳ ସ୍ଥିତିରେ ବାହାରକୁ ବାହାରିଲେ ହିଁ ଡର ଅଧିକ ବଢିଯାଏ । ତେଣୁ ବାହାରକୁ ଯାଇ ଆସିଲେ କଣ କଣ ପଦକ୍ଷେପ ନେବାକୁ ହେବ ଆମେ ସେଥି ପ୍ରତି ନିଶ୍ଚିତ ସଚେତନ ହେବା ଦରକାର । ବିଶେଷ ଭାବେ ବାହାରୁ ଆସିବା ପରେ ଆମ ପୋଷାକ ପରିଧାନ ପ୍ରତି ଅଧିକ ନଜର ରଖିବା ଆବଶ୍ୟକ । ତେବେ ଆସନ୍ତୁ ଆଜି ଜାଣି ରଖିବା ସେନେଇ କିଛି ଟିପ୍ସ ।

୧. ବାହାରକୁ ଯାଇ ଆସିବା ପରେ ପ୍ରଥମେ ସ୍ନାନ କରନ୍ତୁ । ଆଉ ନିଜ ପୋଷାକକୁ ବି ଭଲ ଭାବେ ସଫା କରନ୍ତୁ । କାରଣ ଆପଣ ପିନ୍ଧିଥିବା ପୋଷାକ ବି ଅନେକ ଭାଇରସର ବାହକକୁ ନିଜ ସହ ଆଣିଥାଏ ।

clothes

୨. ଦେଶର ଜଣେ ଜଣାଶୁଣା ଡାକ୍ତର ନିଷ୍ଠା ସିଂହଙ୍କ ଅନୁଯାୟୀ, ଘରୁ ବାହାରକୁ ଯାଇ ଆମେ ସାବଧାନତା ଅବଲମ୍ବନ କରୁଥିଲେ ମଧ୍ୟ ଆମ ପୋଷାକ ଅଜାଣତରେ ବାହାରର କୌଣସି ଜିନିଷ ସମ୍ପର୍କରେ ଆସି ଭାଇରସକୁ ନିଜ ସହ ଆଣିଥାଏ । ତେଣୁ ଭଲ ହେବ ବାହାରୁ ଆସି ପ୍ରଥମେ ନିଜ ପୋଷାକକୁ ସଫା କରାଇ ନେବା ଉଚିତ ।

୩. ଡଃ. ନିଶାଙ୍କ ଅନୁଯାୟୀ କେବଳ ଥଣ୍ଡା ପାଣି ବଦଳରେ ସବୁବେଳେ ଗରମ ପାଣିର ବ୍ୟବହାର କରିବା ଉଚିତ । ଗରମ ପାଣିରେ କିଛି ଡିଟରଜେଣ୍ଟ ପକାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ | ଏଥିରେ ଆପଣ ବ୍ଲିଚ ବ୍ୟବହାର ବି କରିପାରିବେ । ଏହା ଏକ ଉତ୍ତମ କୀଟାଣୁ ନାଶକ ।

୪. ଡାକ୍ତରଙ୍କ ଅନୁଯାୟୀ ସୂର୍ଯ୍ୟ କିରଣରେ ନିଜ ଲୁଗା ଶୁଖାଇବା ସର୍ବୋତ୍ତମ । ଯଦି ଆପଣ ମେସିନରେ ସଫା କରୁଛନ୍ତି ତେବେ ହାଇ ଟେମ୍ପରେଚରରେ ଶୁଖାଇବାକୁ ଚେଷ୍ଟା କରନ୍ତୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.