ଭାରତ ସରକାରଙ୍କ ଚେତାବନୀ ପରେ ମଧ୍ୟ ୧୩ କୋଟିରୁ ଉର୍ଦ୍ଧ୍ୱ ଭାରତୀୟ ଡାଉନଲୋଡ କରିଛନ୍ତି Zoom App

ଭିଡିଓ କନଫରେନ୍ସିଂ ଆପ ଜୁମ୍‌ ଲକଡାଉନ ସମୟରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍‌। ଦୁନିଆର ସମସ୍ତ ଦେଶର ସ୍କୁଲର କ୍ଲାସ ଜୁମ୍‌ ଆପ୍‌ ଜରିଆରେ କରାଯାଉଛି। କିନ୍ତୁ ଭାରତରେ ସବୁଠାରୁ ଅଧିକ ବ୍ୟବହାର ହେଉଛି। ଜୁମ୍‌ ଭିଡିଓ କଲିଂ ଆପକୁ ଭାରତରେ ସବୁଠାରୁ ଅଧିକ ଡାଉନଲୋଡ କରାଯାଇଛି। ଜୁମ ସବୁଠାରୁ ଅଧିକ ଡାଉନଲୋଡ ହୋଇଥିବା ଗେମିଂ ଆପ ହୋଇଯାଇଛି। କେବଳ ଏପ୍ରିଲରେ ୧୩.୧ କୋଟି ଲୋକ ଏହାକୁ ଡାଉନଲୋଡ କରିଛନ୍ତି।

zoom

ପୂର୍ବରୁ ଏହି ଆପ୍ ଡାଉନଲୋଡ଼୍ ନ କରିବାକୁ ସରକାର ପରାମର୍ଶ ଦେଇଥିଲେ। ତେବେ ଲକଡାଉନ ସମୟରେ ଏପ୍ରିଲ୍ ମାସରେ ଭାରତରେ ଏହାର ସର୍ବାଧିକ ଡାଉନଲୋଡ କରାଯାଇଥିବା ସେନସର୍ ଟାଓ୍ବାର ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏହାଦ୍ୱାରା ସ୍କୁଲ୍, କଲେଜର ପାଠପଢ଼ା ଅନ୍ଲାଇନ୍ରେ ଜାରି ରହିଛି। ପୃଥିବୀରେ ବିଭିନ୍ନ ଦେଶରେ କରାଯାଇଥିବା ଏହି ଆପ୍ର ମୋଟ ଡାଉନଲୋଡ ମଧ୍ୟରୁ ଭାରତରେ ଏହା ୧୮.୨ ପ୍ରତିଶତ ରହିଛି। ସେହିପରି ଆମେରିକାରେ ଏହା ୧୪ ପ୍ରତିଶତ ରହିଛି। ଏହି ଆପର ବ୍ୟବହାର ଦ୍ୱାରା ଗୁପ୍ତ ତଥ୍ୟ ଚୋରି ହେଉଥିବାର ଆଶଙ୍କା ଥିବା ଦର୍ଶାଇ ଭାରତ ସରକାରଙ୍କ ପକ୍ଷରୁ ଡାଉନଲୋଡ୍ ନ କରିବା ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.