Below header

ପାକିସ୍ତାନ ବାୟୁସେନାରେ ପ୍ରଥମ ହିନ୍ଦୁ ପାଇଲଟ୍, ମୁସଲିମ ଦେଶରେ ଉଡ଼ାଇବେ ବିମାନ

ପାକିସ୍ତାନରେ ହିନ୍ଦୁଙ୍କୁ ପ୍ରାଥମିକତା ମିଳୁନଥିବା ବେଳେ ଜଣେ ହିନ୍ଦୁ ଯୁବକ ନିଜ ପ୍ରଚେଷ୍ଟା ବଳରେ ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି। ରାହୁଲ ଦେବ ନାମକ ଜଣେ ହିନ୍ଦୁ ଯୁବକ ପାକିସ୍ତାନର ଜେନେରାଲ ଡ୍ୟୁଟି ପାଇଲଟ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି। ରାହୁଲ ଦେବ ହେଉଛନ୍ତି ପ୍ରଥମ ହିନ୍ଦୁ ଯୁବକ, ଯିଏ ପାକିସ୍ତାନର ବାୟୁସେନାର ଏଭଳି ଏକ ଉଚ୍ଚ ପଦସ୍ଥ ଆସନରେ ବସିଛନ୍ତି। ଏନେଇ ପାକ ବାୟୁସେନା ତରଫରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

Pakistan Air Force Gets First-Ever Hindu pilot - Tupaki English ...

ଯବାନଙ୍କ ଫଟୋକୁ ସେୟାର କରି PAF ଟ୍ୱିଟ କରି ଲେଖିଛି ଯେ ” କୋଭିଡ-୧୯ ସ୍ଥିତିରେ ଏକ ଖୁସି ଖବର। ଥାର ପୁଣିଥରେ ହଲିଗଲା। ଅଭିନନ୍ଦନ#RahDev ଯିଏ ଥାରପାରକରର ଏକ ଛୋଟ ଗାଁର ବାସିନ୍ଦା, ତାଙ୍କୁ ପାକ ବାୟୁସେନାରେ ଜିଡି ଭାବେ ନିଯୁକ୍ତି ମିଳିଲା।”


ରାହୁଲ ଦେବଙ୍କୁ ନେଇ ଏବେ ସବୁ ସୋସିଆଲ ମିଡିଆରେ ଚର୍ଚ୍ଚା। ରାହୁଲଙ୍କ ଜନ୍ମ ସିନ୍ଧ ପ୍ରଦେଶର ଥାରପାରକର ଏକ ଛୋଟ ଗାଁରେ। ଏହି ଗାଁକୁ ନା ଅଛି ସୁଗମ ରାସ୍ତା ନା ଆଲୋକ ନା ପାଣି। କିନ୍ତୁ ଏଭଳି ଏକ ଅଧ୍ୟୁଷିତ ଅଞ୍ଚଳରେ ଜନ୍ମ ହୋଇ ମଧ୍ୟ ହାର ମାନିନଥିଲେ ରାହୁଲ। ତାଙ୍କୁ ଏବେ ମାତ୍ର ୨୬ ବର୍ଷ ହୋଇଥିବା ବେଳେ ଏତେ କମ ବୟସରେ ପାକ୍ ବାୟୁସେନାର ସେ ମଙ୍ଗ ସମ୍ଭାଳିବେ, ଯାହା ହିନ୍ଦୁଙ୍କ ପାଇଁ ସମ୍ମାନର ବିଷୟ। ରିସାଲପୁରର ପାକ୍ ବାୟୁସେନା ଏକାଡେମୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାହୁଲଙ୍କୁ ଜେନେରାଲ ଡ୍ୟୁଟି ଅଫିସର ଭାବେ ନିଯୁକ୍ତି ମିଳିଛି।

Meet Rahul Dev, First 'Hindu' Pilot of Pakistani Air Force from ...

ରାହୁଲଙ୍କ ସଫଳତା ନେଇ ପାକିସ୍ତାନୀ ହିନ୍ଦୁ ପଞ୍ଚାୟତ ସଚିବ ରବି ଦୱାନୀ କହିଛନ୍ତି ଯେ ସଂଖ୍ୟାଲଘୁ ସମୁଦାୟର ଅନେକ ସଦସ୍ୟ ସେନାର ଅନ୍ୟ ପଦପଦବୀରେ ଅଛନ୍ତି। କିନ୍ତୁ ସରକାର ଯଦି ଦୃଷ୍ଟି ଦିଅନ୍ତେ ତେବେ ରାହୁଲଙ୍କ ଭଳି ଅନେକ ପ୍ରତିଭା ଦେଶ ସେବାରେ ଯୋଗ ଦେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.