ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କ ପର୍ସନାଲ ଆସିଷ୍ଟାଣ୍ଟ କରୋନା ପଜିଟିଭ, ହ୍ୱାଇଟ ହାଉସରେ ତୃତୀୟ କରୋନା ରୋଗୀ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କ ପର୍ସନାଲ ଆସିଷ୍ଟାଣ୍ଟଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ହ୍ୱାଇଟ ହାଉସର ସଦସ୍ୟ କରୋନା ସଂକ୍ରମିତ ହେବାର ଏହା ତୃତୀୟ ଘଟଣା । ଆସିଷ୍ଟାଣ୍ଟ ଜଣଙ୍କ ଗତ କିଛି ସପ୍ତାହ ଧରି ଇଭାଙ୍କାଙ୍କ ସହ ନଥିଲେ। ସେ ଗତ ଦୁଇମାସ ଧରି ଟେଲିୱର୍କିଙ୍ଗ କରୁଥିଲେ । ତାଙ୍କଠାରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଉନଥିଲା କିନ୍ତୁ ସତର୍କତାମୂଳକ ପଦକ୍ଷେପ ଭାବରେ ତାଙ୍କର ପରୀକ୍ଷା କରାଯିବା ପରେ ସେ କରୋନା ପଜିଟିଭ ବୋଲି ଜଣାପଡ଼ିଛନ୍ତି ।

ସୂଚନା ଅନୁଯାୟୀ, ଇଭାଙ୍କା ଏବଂ ତାଙ୍କ ସ୍ୱାମୀ ଜାରେଡ୍ କୁଶନଙ୍କର ଶୁକ୍ରବାର ଦିନ କରୋନା ଯାଞ୍ଚ କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ହ୍ୱାଇଟ ହାଉସରେ ଆଉଜଣେ କରୋନାରେ ସଂକ୍ରମିତ, ଏହି ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ସେଠାରେ ଗୋଟିଏ ଦିନ ପୂର୍ବରୁ ଜଣେ ନୌସେନା ଅଧିକାରୀ କରୋନା ପଜିଟିଭ ବୋଲି ଚିହ୍ନଟ ହୋଇଛନ୍ତି । ଏଥିସହିତ ପୂର୍ବରୁ ମଧ୍ୟ ଏଠାରେ ଜଣେ ମହିଳା ଅଧିକାରୀ କରୋନା ସଂକ୍ରମଣର ଶିକାର ହୋଇଥିଲେ।

ଏହି ମହିଳା ଅଧିକାରୀଙ୍କ ନାମ କେଟି ମିଲର ଏବଂ ସେ ଆମେରିକାର ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ ମୁଖପାତ୍ର । ହ୍ୱାଇଟ ହାଉସରେ ସେ ଏହି ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇଥିବା ଦ୍ୱିତୀୟ ଅଧିକାରୀ, ଯାହାଙ୍କର କରୋନା ରିପୋର୍ଟ ସକରାତ୍ମକ ହୋଇଛି । ଏହାପୂର୍ବରୁ ହ୍ୱାଇଟ ହାଉସରେ ଜଣେ ନୌସେନା ଅଧିକାରୀ କରୋନା ପଜିଟିଭ ବୋଲି ଜଣାପଡିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ବର୍ତ୍ତମାନ ପ୍ରତିଦିନ ତାଙ୍କ କରୋନା ଯାଞ୍ଚ କରିବେ ।

Leave A Reply

Your email address will not be published.