Below header

ଗୋଟେ ଦିନ ପୂର୍ବରୁ ଫୋନ କରିଥିଲା, ବାପା ମୁଁ ଆଉ ଭାଇ ଘରକୁ ଯାଉଛୁ: ସେମାନେ ତ ଆସିଲେନି କିନ୍ତୁ ଆସିଗଲା ତା’ଙ୍କ ମୃତ୍ୟୁ ଖବର

ଲକଡାଉନ ନେଇଗଲା ଅନେକ ଲୋକଙ୍କ ଜୀବନ ଏବଂ ଜୀବିକା। ଲୋକଙ୍କ ପାଖରେ ଥିବା ସଞ୍ଚିତ ଅର୍ଥ ମଧ୍ୟ ପ୍ରାୟତଃ ସରିଗଲା। ଅନେକ ଲୋକ ଲକଡାଉନ ଯୋଗୁଁ ଛଟପଟ ହେଲେ। ଲୋକେ ପେଟର ଭୋକ ନ ସମ୍ଭାଳି ପାରି ଲକଡାଉନରେ ଚାଲିଚାଲି ଘରକୁ ଫେରିଲେ। ଏହି ଲକଡାଉନ ଯୋଗୁଁ ଅନେକ ଲୋକ ବାଧ୍ୟ ହୋଇ ନିଜର ଭିଟାମାଟିକୁ ଫେରିବାକୁ ବାଧ୍ୟ ହୋଇଥିଲେ। ଏସବୁ ପରିସ୍ଥିତିରେ ଗତକାଲି ଘଟିଯାଇଥିଲା ଏକ ହୃଦୟ ବିଦାରକ ଘଟଣା। ଯେଉଁଥିରେ ଟ୍ରେନ ଧାରଣାରେ ହୋଇଥିବା ୧୬ ପ୍ରବାସୀ ଶ୍ରମିକଙ୍କ ଉପରେ ଚଢିଗଲା ଟ୍ରେନ। ମହାରାଷ୍ଟ୍ର ଔରଙ୍ଗାବାଦରେ ରେଳ ଲାଇନ ଉପରେ ଶୋଇଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରେନ। ଚାଲିଗଲା ଜୀବନ।

train

କରୋନା ଭାଇରସରେ ଭାରତର ସବୁଠାରୁ ଅଧିକ କ୍ଷତି ହୋଇଥିବା ରାଜ୍ୟ ମହାରାଷ୍ଟ୍ର। ଏଠାରେ ଜାଲନାରେ ଥିବା ଷ୍ଟିଲ ଫ୍ୟାକ୍ଯ୍ଯିରେ କାମ କରୁଥିବା ଅନେକ ଶ୍ରମିକ ତାଲାବନ୍ଦ ଯୋଗୁଁ ଜୀବିକା ହରାଇବସିଲେ। ସଞ୍ଚିତ ଅର୍ଥରେ ଏମାନେ କେତେ ଦିନ ଚଳିଥାନ୍ତେ। ତେଣୁ ନିଜ ଭିଟାମାଟିକୁ ଫେରିବା ପାଇଁ ମନ କଲେ। ଏହା ଭିତରେ ଖବର ମିଳିଲା ଯେ, ବାହାର ରାଜ୍ୟରେ ଫଶିରହିଥିବା ଶ୍ରମିକଙ୍କୁ ଘରକୁ ପଠାଇବା ଲାଗି ସରକାରଙ୍କ ପକ୍ଷରୁ କାଳେ ଔରଙ୍ଗାବାଦରୁ କୌଣସି ଟ୍ରେନ ବ୍ୟବସ୍ଥା କରାଯାଉଛି ।

AURANGABAD-2

ଏହି ଖବର ଶୁଣି ପ୍ରବାସୀ ଶ୍ରମିକ ଜାଲନାରୁ ଔରଙ୍ଗାବାଦ ଚାଲିଚାଲି ବାହାରି ପଡିଲେ ଘରକୁ ଫେରିବା ପାଇଁ। ଏମାନେ ଚାଲିଚାଲି ଔରଙ୍ଗାବାଦରେ ପହଞ୍ଚି କିଭଳି ଟ୍ରେନ ଧରିବେ। କେବଳ ସେତିକି ନୁହେଁ, ବାଟରେ ଆସିବା ସମୟରେ ଭୋକ ହେବ ତେଣୁ ପାଖରେ ଯାହା ଖାଦ୍ୟ ଥିଲା ତାକୁ ମଧ୍ୟ ଧରି ଆସିଥିଲେ। ଘରକୁ ଫେରିବା ବୋଲି ଘର ଲୋକଙ୍କୁ ଫୋନ ମଧ୍ୟ କରିଥିଲେ। ଏମାନଙ୍କ ମଧ୍ୟରୁ ଶହଡୋଲ ଜିଲ୍ଲାର ଏଣ୍ଟାଲି ଗ୍ରାମର ଦୁଇ ଭାଇ ବ୍ରିଜେଶ ଏବଂ ଶିବଦୟାଲ ବାପାଙ୍କୁ ଫୋନ କରି କହିଥିଲେ, ବାପା ଔରଙ୍ଗାବାଦରୁ ଟ୍ରେନ ଧରିବା ପାଇଁ ଆମେ ଚାଲିଚାଲି ଯାଉଛୁ, ଶୁକ୍ରବାର ଦିନ ଟ୍ରେନରେ ବସିବୁ। ଆଉ ତା’ ପରେ ଘରେ ପହଞ୍ଚିବୁ। ପୁଅ ଦୁଇଜଣ ବୁଢାବାପାଙ୍କୁ ଫୋନ କରିଥିଲେ ସତ। କିନ୍ତୁ ସତରେ ପହଞ୍ଚିନଥିଲେ। କେବଳ ତାଙ୍କ ମୃତ୍ୟୁ ଖବର ଘରେ ପହଞ୍ଚିଥିଲା। ବୃଦ୍ଧ ବାପାଙ୍କ ଜୀବନର ସାହାର ତାଙ୍କର ଠାରୁ ବହୁତ ଦୂରକୁ ଚାଲିଗଲେ, କିପରି ତାଙ୍କ ଜୀବନ ଏବେ କଟିବ।

aurngabad

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଏହି ପ୍ରବାସୀ ଶ୍ରମିକ ଜାଲନାରୁ ଔରଙ୍ଗାବାଦ ରେଳଧାରଣାରେ ଚାଲିଚାଲି ଯାଉଥିବା ବେଳେ ଥକ୍କି ପଡିଥିଲେ ଶ୍ରମିକ। ରେଳ ଧାରଣାରେ ଧୋଇଥିବା ସମୟରେ ୧୬ ଜଣ ପ୍ରବାସୀ ଶ୍ରମିକଙ୍କ ଉପରେ ମାଲବାହୀ ଟ୍ରେନ ମାଡି ଯାଇଥିଲା। ଘଟଣା ସ୍ଥଳରେ କେବଳ ତାଙ୍କ ମୃତଦେହ ନୁହେଁ ବରଂ ଅନେକ ଜିନିଷ ବିଛାଡିହୋଇ ପଡିଥିଲା। ଅନ୍ୟ ଆହତଙ୍କୁ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.