ଗଞ୍ଜାମରୁ ପୁଣି ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି

ଗଞ୍ଜାମ(କେନ୍ୟୁଜ): ଗଞ୍ଜାମ ଜିଲ୍ଲାରେ ପୁଣି ୫ଜଣ କରୋନା ପଜିଟିଭ ଚିହ୍ନଟ୍ ହୋଇଛନ୍ତି । ଏହାପରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪କୁ ବୃଦ୍ଧି ହୋଇଛି । ତେବେ ଏ ସମସ୍ତେ ସୁରତରୁ ଫେରିଥିବା ଜଣାପଡିଛି ଏବଂ ସମସ୍ତଙ୍କ ନିକଟରେ କରୋନା ଲକ୍ଷଣ ଥିଲା । ଏମାନଙ୍କ ବୟସ ୩୯, ୪୯, ୧୬, ୪୮ , ଓ ୪୫ ବର୍ଷ । ଏହା ମଧ୍ୟରେ ରାଜ୍ୟରେ ଆଉ ୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ବୋଲି ଖବର ମିଳିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟରେ ସୂଚନା ପ୍ରଦାନ କରାଯାଇଛି । ତେବେ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଂଚିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.