କରୋନା ଦୁଃଖ : ଠେଲାରେ ଶିଶୁଙ୍କୁ ବସାଇ ପଞ୍ଜାବରୁ ୧୧୦୦ କି.ମି ଦୂର ଶ୍ରାବସ୍ତୀରେ ପହଞ୍ଚିଲେ ୧୪ ଲୋକଙ୍କ ପରିବାର, ଯାତ୍ରା ଥିଲା ଏପରି କଠିନ

ଉତ୍ତରପ୍ରଦେଶ : କରୋନା ଯୋଗୁ କେତେ ପରିବାର ଛାରଖାର ତ ଆଉ କେତେ ଇତସ୍ତତଃ । ମିଲେନିୟର ଠୁ ଆରମ୍ଭ କରି ମାଟିରେ ମିଶୁ ଥିବା ମଣିଷ ସଭିଏଁ ଗୋଟିଏ ପଥର ଯାତ୍ରୀ । ସଭିଏଁ ଦୀର୍ଘ ଦିନ ଧରି କରୋନା ପାଇଁ ଗୃହ ବନ୍ଦୀ ।

ଜୀବନ ଜୀବିକାର ମୋହ ତୁଚ୍ଛ ହୋଇଛି ଜୀବନର ମୂଲ୍ୟ ପାଖରେ । କାମ ଧନ୍ଦା ଅନେ୍ଵଷଣରେ ବିଦେଶ ଯାଇଥିବା ଖଟିଖିଆ ମଣିଷଟି ପୁଣି ହୋଇଛି ଘରମୁହାଁ । ଲକ୍‌ଡାଉନ୍‌ ଯୋଗୁ ଭୋକ ଉପାସରରେ ରହିବା ପରେ କୈାଣସି ପ୍ରକାରେ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି ଲୋକେ ।

punjab-00

କିଏ ଶହ ଶହ କଲୋମିଟର ଭୋକ ଉପାସରେ ଚାଲି ଚାଲି ଚାଲି ଆସୁଛି ତ ଆଉ କିଏ ସାଇକେଲ୍‌ରେ । ଏପରି ଏକ ଛବି ନଜରକୁ ଆସିଛି ଉତ୍ତର ପ୍ରଦେଶର ଶ୍ରାବସ୍ତୀ ଜିଲ୍ଲାରେ ।

ଯେଉଁଠି ୧୪ ଜଣ ଲୋକଙ୍କ ଏକ ପରିବାର ଛୋଟ ପିଲାଙ୍କୁ ଧରି ଏକ ଠେଲା ସାହାଯ୍ୟରେ ଆସି ପହଞ୍ଚିଛନ୍ତି ପଞ୍ଜାବରୁ ଉତ୍ତରପ୍ରଦେଶ ଦୀର୍ଘ ୧୧୦୦ କିଲୋମିଟର ।

punjab-9

କୁନି କୁନି ପିଲାଙ୍କୁ ନିଜ କାନ୍ଧ ଓ ଠେଲାରେ ଧରି ଶହ ଶହ କି.ମି ରାସ୍ତା ଆସିଥିବା ଏହି ଲୋକଙ୍କୁ ଦେଖିଲେ ଯେ କେହି ଘଡିଏ ବିସ୍ମିତ ହେବା ସ୍ୱାଭାବିକ୍‌ । ହେଲେ ଏମାନଙ୍କର ଘରକୁ ଫେରିବା ମଧ୍ୟ ଥିଲା ଜରୁରୀ ।

କେତେ ଦିନ ବା ଭୋକ ଉପାସରେ ବସି ରହିଥାନ୍ତେ ଅନ୍ୟ ରାଜ୍ୟରେ । କାମ ଧନ୍ଦା ବନ୍ଦ ହୋଇଯିବା ପରେ ସେମାନଙ୍କର ଘର ଫେରିବା ମଧ୍ୟ ଥିଲା ବାଧ୍ୟତାମୂଳକ । ପଞ୍ଜାବରୁ ଠେଲା ଧରି ଏହି ୧୪ ଲୋକ ଖରା ବର୍ଷାରେ ଚାଲି ଚାଲି ଉତ୍ତରପ୍ରଦେଶର ଶ୍ରାବସ୍ତୀରେ ପହଞ୍ଚି ଥିଲେ ।

ଯେଉଁଥିରେ ଥିଲେ ୭ ଜଣ କୁନି ପିଲା । ଏହି ଲୋକମାନଙ୍କର କଷ୍ଟ ଦେଖି ସ୍ଥାନୀୟ ଲୋକଙ୍କ ଆଖିରେ ମଧ୍ୟ ଲୁହ ଆସିଯାଇଥିଲା । ଛୋଟ ଛୋଟ ପିଲା ଓ ମହିଳାଙ୍କୁ ଧରି ଏତେ ବାଟ ଆସିଥିଲେ ବି ଏମାନଙ୍କ ସହାୟତା ପାଇଁ କେହି ବି ଆଗେଇ ଆସି ନଥିଲେ । ସତେ ଯେପରି ମାନବ ସଭ୍ୟତାରୁ ମାନବିକତା ଉଭେଇ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.