Below header

ଜି ନ୍ୟୁଜ ଏଡିଟର ସୁଧୀର ଚୌଧୁରୀଙ୍କ ବିରୋଧରେ ମାମଲା ରୁଜୁ, ଟ୍ୱିଟ କରି ନିଜେ ଦେଲେ ସୂଚନା

ଜି ନ୍ୟୁଜର ଏଡିଟର ଇନ ଚିଫ ସୁଧୀର ଚୌଧୁରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୁସଲିମ ସମ୍ପ୍ରଦାୟଙ୍କ ବିରୁଦ୍ଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିବା ତଥା ସେମାନଙ୍କ ଭାବନାକୁ ଆଘାତ ଦେବା ଅଭିଯୋଗରେ ତାଙ୍କ ନାଁରେ କେରଳର କୋଝିକୋଡ଼ କସବା ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି।

ମାର୍ଚ୍ଚ ୧୧ ତାରିଖରେ ପ୍ରସାରିତ ହୋଇଥିବା କାର୍ଯ୍ୟକ୍ରମରେ ଶ୍ରୀ ଚୌଧୁରୀ ବିଭିନ୍ନ ପ୍ରକାରର ଜିହାଦ ସମ୍ପର୍କରେ ଚାର୍ଟ ଦେଖାଇ ସବିଶେଷ ସୂଚନା ଦେଇଥିଲେ। ଏଣୁ ତାଙ୍କ ବିରୋଧରେ କେରଳର ଅଲ ଇଣ୍ଡିଆ ୟୁଥ ଫେଡେରେସନର ଷ୍ଟେଟ ଜଏଣ୍ଟ ସେକ୍ରେଟାରୀ ଆଡ଼ଭୋକେଟ ପି ଗାଭାସ ଆଇପିସିର ଧାରା ୨୯୫କ ଅନୁସାରେ ମାମଲା ରୁଜୁ କରିଛନ୍ତି। ଏନେଇ ଗାଭାସ କହିଛନ୍ତି ଯେ ତାଙ୍କ ନିକଟକୁ ସୁଧୀର ଚୌଧୁରୀଙ୍କ ଦ୍ଵାରା ଉପସ୍ଥାପିତ ଶୋର ଭିଡିଓ ଆସିଥିଲା। ଏହା ଦେଖିବା ପରେ ସେ ଅଭିଯୋଗ କରିଛନ୍ତି।

ନିଜ ନାଁରେ ଅଭିଯୋଗ ହୋଇଥିବା ନେଇ ସୁଧୀର ଚୌଧୁରୀ ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ। ସେ ଏଫଆଇଆର କପିର ଫଟୋ ଉଠାଇ କ୍ୟାପସନରେ ଲେଖିଥିଲେ ଯେ ସତ କହିଥିବାରୁ ମୋତେ ପୁଲିଟଜର ଆୱାର୍ଡ ମିଳିଛି। ମୋ ନାଁରେ କେରଳ ପୋଲିସ ତରଫରୁ ଜାମିନବିହୀନ ପରୱାନା ଜାରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.