Below header

ଏମିତି ବି ହୁଏ ମୃତ୍ୟୁ ! କରୋନା ଠାରୁ ରକ୍ଷା ପାଇବା ପାଇଁ ପିଇଦେଲେ ନିଜେ ପ୍ରସ୍ତୁତ କରିଥିବା ମେଡ଼ିସିନ, ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

କରୋନା ଭାଇରସ ପାଇଁ ସାରା ଦୁନିଆରେ ଏବେ ପର୍ଯ୍ୟନ୍ତ ୨ ଲକ୍ଷ ୭୪ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ସେହିପରି ପ୍ରାୟ ୪୦ ହଜାର ଲୋକ ଏହି ଖତରନାକ କିଲର ଭାଇରସ ଦ୍ୱାରା ସଂକ୍ରମିତ। ଏବେ ସୁଦ୍ଧା ଡାକ୍ତର ଏବଂ ବୈଜ୍ଞାନିକ ଏହାର ଟୀକା କିମ୍ବା ମେଡ଼ିସିନ ବାହାର କରିପାରିନାହାନ୍ତି। ଆଉ ଏବେ ପର୍ଯ୍ୟନ୍ତ ବି ସେମାନେ ଖୁବ ଜୋର ସୋରରେ ସନ୍ଧାନ କରାଯାଉଛି। କିନ୍ତୁ ଅନେକ ଲୋକ ନିଜର ଇମ୍ୟୁନିଟି ବଢାଇବା ପାଇଁ ବିଭିନ୍ନ ପ୍ରକାର ଜିନିଷ ଖାଉଛନ୍ତି। ତେବେ ଏହାରି ଭିତରେ ଚେନ୍ନାଇର ଦୁଇ ଜଣ ଆୟୁର୍ବେଦିକ ଫାର୍ମାସିଷ୍ଟ ଏବଂ ପ୍ରଡକ୍ସନ ମ୍ୟାନେଜର ନିଜେ ପ୍ରସ୍ତୁତ କରିଥିବା ଔଷଧକୁ ଖାଇ ମୃତ୍ୟୁବରଣ କରିଛନ୍ତି।

ଲକଡାଉନରେ ପ୍ରସ୍ତୁତ କରିଥିଲେ ଔଷଧ

ସୂଚନା ଅନୁଯାୟୀ ୪୭ ବର୍ଷୀୟ ଫାର୍ମାସିଷ୍ଟ୍ କେ ସିବାନସେନ୍ ଚେନ୍ନାଇର ସୁଜାତା ବାୟୋଟେକରେ କାମ କରୁଥିଲେ। କମ୍ପାନୀର ଏକ ପ୍ଲାଣ୍ଟ ଉତ୍ତରାଖଣ୍ଡ କାଶାପୁରରେ ରହିଛି ସେ ସେଇଠାରେ କାର୍ଯ୍ୟରତ ଥିଲେ। ଏହାପୂର୍ବରୁ ସେ ଅନେକ ଔଷଧର ଫର୍ମୁଲା ପ୍ରସ୍ତୁତ କରିସାରିଛନ୍ତି। କରୁଥିଲେ

medicineଔଷଧ ଖାଇବା ମାତ୍ରକେ ହିଁ ମୃତ୍ୟୁ

ଫାର୍ମାସିଷ୍ଟ ସିବାନେସନ ଗୁରୁବାର ଏକ କେମିକାଲ ମେଡିସିନ ତିଆରି କରିଥିଲେ। ସର୍ବପ୍ରଥମ ସେ ଏହି ଔଷଧର ପାଉଡର ରାଜକୁମାରଙ୍କୁ ଦେଲେ। କିନ୍ତୁ ଏହାକୁ ଚାଖିବା ମାତ୍ରକେ ହିଁ ରାଜକୁମାର ବେହୋସ ହୋଇଯାଇଥିଲେ। ଏହାପରେ ସିବାନେସନ କିଚେନକୁ ଯାଇ ପାଣିରେ ପ୍ରସ୍ତୁତ କରିଥିବା ପାଉଡର କୁ ମିଶାଇ ପିଇଦେଲେ। ଏହାପରେ ସେ ମଧ୍ୟ ତୁରନ୍ତ ବେହୋସ ହୋଇଗଲେ। ଦୁଇଜଣଙ୍କୁ ତୁରନ୍ତ ଟି ନଗରର ଏକ ହସ୍ପିଟାଲ ନିଆଗଲା। କିନ୍ତୁ ହସ୍ପିଟାଲ ପହଂଚିବା ପୂର୍ବରୁ ହିଁ ଦୁହିଁଙ୍କ ମୃତ୍ୟୁ ହୋଇସାରିଥିଲା। ପୋଲିସ ପୋଷ୍ଟମର୍ଟମ ପରେ ମାମଲାର ରୁଜୁ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.